ETV Bharat / bharat

୧୯୮୯ରେ ରୁବୟା ସୟିଦଙ୍କୁ ଅପହରଣ କରିଥିଲା ୟାସିନ ମଲ୍ଲିକ

author img

By

Published : Jul 15, 2022, 9:47 PM IST

ତତ୍କାଳୀନ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ମୁଫ୍ତି ମହମ୍ମଦ ସୟିଦଙ୍କ ଝିଅଙ୍କୁ ଅପହରଣ କରିଥିଲା ୟାସିନ ମଲ୍ଲିକ । ସିବିଆଇ କୋର୍ଟରେ ୟାସିନ ମଲିକ ସହ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଚିହ୍ନିଛନ୍ତି ମୁଫ୍ତି ମହମ୍ମଦ ସୟିଦଙ୍କ ଝିଅ ରୁବୟା ସୟିଦ । ଅଧିକ ପଢ଼ନ୍ତୁ

୧୯୮୯ରେ ରୁବୟା ସୟିଦଙ୍କୁ ଅପହରଣ କରିଥିଲା ୟାସିନ ମଲିକ
୧୯୮୯ରେ ରୁବୟା ସୟିଦଙ୍କୁ ଅପହରଣ କରିଥିଲା ୟାସିନ ମଲିକ

ଶ୍ରୀନଗର: ତତ୍କାଳୀନ ଜମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ମୁଫ୍ତି ମହମ୍ମଦ ସୟିଦଙ୍କ ଝିଅଙ୍କୁ ଅପହରଣ କରିଥିଲା ୟାସିନ ମଲ୍ଲିକ । ଶୁକ୍ରବାର ସିବିଆଇ କୋର୍ଟରେ ୟାସିନ ମଲିକ ସହ ଅନ୍ୟ ୩ ଜଣ ସହଯୋଗୀଙ୍କୁ ଚିହ୍ନିଛନ୍ତି ମୁଫ୍ତି ମହମ୍ମଦ ସୟିଦଙ୍କ ଝିଅ ରୁବୟା ସୟିଦ । ୧୯୮୯ ମସିହାରେ ରୁବୟା ସୟିଦଙ୍କୁ ଅପହରଣ କରି ନେଇଥିଲେ ୟାସିନ ମଲ୍ଲିକ ଓ ତାର ସହଯୋଗୀ ।

ରୁବୟା ସୟିଦଙ୍କ ବଦଳରେ ସେହି ସମୟରେ ୪ ଜଣ ଆତାଙ୍କବାଦୀ କମାଣ୍ଡରଙ୍କୁ ଭାରତ ଛାଡ଼ିଥିଲା । ସେହି ସମୟରେ ଭାରତରେ ଭିପି ସିଂହଙ୍କ ସରକାର ଥିଲା । ବର୍ତ୍ତମାନ ୟାସିନ ଟେରର ଫଣ୍ଡିଂ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡ ଭୋଗୁଛି । ତେବେ ଏହି ମାମଲା ୟାସିନ ସହ ପୁନଃ ଜଡ଼ିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.