ETV Bharat / bharat

ଦେଶ ପ୍ରଗତିର ସଙ୍କେତ ଚାରିଆଡେ ନଜର ଆସୁଛି: RSS ମୁଖ୍ୟ

author img

By

Published : Jul 14, 2022, 1:55 PM IST

ଦେଶ ଆଗକୁ ବଢିବାର ସଙ୍କେତ ଏବେ ଚାରିଆଡେ ନଜର ଆସୁଛି । କର୍ଣ୍ଣାଟକର ଶ୍ରୀ ସତ୍ୟସାଇ ୟୁନିଭରସିଟି ଫର ହ୍ୟୁମାନ ଏକ୍ସିଲେନ୍ସିର ବାର୍ଷିକ ସମାରୋହରେ ଯୋଗ ଦେବା ଅବସରରେ ଏପରି କହିଲେ RSS ମୁଖ୍ୟ ମୋହନ ଭାଗବତ । ଅଧିକ ପଢନ୍ତୁ

ଦେଶ ପ୍ରଗତିର ସଙ୍କେତ ଚାରିଆଡେ ନଜର ଆସୁଛି: RSS ମୁଖ୍ୟ
ଦେଶ ପ୍ରଗତିର ସଙ୍କେତ ଚାରିଆଡେ ନଜର ଆସୁଛି: RSS ମୁଖ୍ୟ

ବେଙ୍ଗାଲୁରୁ: ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ କର୍ଣ୍ଣାଟକ ଚିକବଲ୍ଲାପୁରା(Chikkaballapur) ଜିଲ୍ଲା ସ୍ଥିତ ଶ୍ରୀ ସତ୍ୟସାଇ ୟୁନିଭରସିଟି ଫର ହ୍ୟୁମାନ ଏକ୍ସିଲେନ୍ସି(Sri Sathya Sai University for Human Excellence)ର ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଆରଏସଏସ ମୁଖ୍ୟ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ପ୍ରଥମେ ସେ କହିଛନ୍ତି କି, ''ଦେଶ ଆଗକୁ ବଢିବାର ସଙ୍କେତ ଏବେ ଚାରିଆଡେ ନଜର ଆସୁଛି । ଯଦି କେହି ୧୦-୧୨ ବର୍ଷ ପୂର୍ବରେ ଭାରତର ଅଗ୍ରଗତି ସମ୍ପର୍କରେ କହିଥାନ୍ତା, ହୁଏତ ମୁଁ ଏହାକୁ ଗୁରୁତ୍ବ ଦେଇନଥାନ୍ତି । ହେଲେ ଏବେ ଏହା ପ୍ରତୀତ ହେଉଛି ।''

ମୋହନ ଭାଗବତ ଧର୍ମ ପରିବର୍ତ୍ତନ ଓ ଜନସଂଖ୍ୟା ଉପରେ ବୟାନ ଦେଇଛନ୍ତି । ସେ କହିଛନ୍ତି, ''କେବଳ ବଞ୍ଚି ରହିବା ଜୀବନର ଉଦ୍ଦେଶ୍ୟ ହେବା ଅନୁଚିତ୍ । ମନୁଷ୍ୟର ଅନେକ କର୍ତ୍ତବ୍ୟ ରହିଛି । ସମୟ ସମୟରେ ଏହାର ସମ୍ପାଦନ କରିବା ଉଚିତ୍ । ନଚେତ୍ କେବଳ ଖାଇବା ଏବଂ ବଂଶ ବିସ୍ତାର କରିବାର କାମ ପଶୁପକ୍ଷୀ ମଧ୍ୟ କରିପାରିବେ । ଶକ୍ତିଶାଳୀ ହିଁ ବଞ୍ଚି ରହିବ, ଏହା ଜଙ୍ଗଲର ନିୟମ ଅଟେ । ସେହିପରି ଯଦି ଜଣେ ଶକ୍ତିଶାଳୀ ଅନ୍ୟମାନଙ୍କୁ ରକ୍ଷା କରେ ଏହା ମନୁଷ୍ୟର ଲକ୍ଷଣ ଅଟେ ।''

ସେ ଆହୁରିମଧ୍ୟ କହିଛନ୍ତି ଯେ, ''ଆଧ୍ୟାତ୍ମିକ ସାଧାନ ଜରିଆରେ ଉତ୍କୃଷ୍ଟତା ପ୍ରାପ୍ତ କରାଯାଇପାରିବ । କାରଣ ବିଜ୍ଞାନ ଏ ଯାଏଁ ମଧ୍ୟ ସୃଷ୍ଟିର ଉତ୍ସକୁ ବୁଝିବାରେ ଅସମର୍ଥ ରହିଛି । ବର୍ତ୍ତମାନର ବିଜ୍ଞାନରେ ବାହ୍ୟ ଜଗତର ଅଧ୍ୟୟନରେ ସମନ୍ବୟ ଓ ସନ୍ତୁଳନର ଅଭାବ ରହିଛି । ଯାହାର ଫଳସୂରୁପ ସବୁ ସ୍ଥାନରେ ବିବାଦ ଦେଖାଯାଉଛି । ଯଦି ଆପଣଙ୍କ ଭାଷା, ପୂଜା ପଦ୍ଧତି ଅଲଗା, ତେବେ ବିବାଦ ରହିବ । ଯଦି ଆପଣଙ୍କ ଦେଶ ଅଲଗା, ଏଥିରେ ବି ବିବାଦ ରହିବ । ବିକାଶ ଓ ପର୍ଯ୍ୟାବରଣ ଏବଂ ବିଜ୍ଞାନ ଓ ଆଧ୍ୟାତ୍ମ ମଧ୍ୟରେ ବିବାଦ ରହିଛି । ଏହିଭଳି ଭାବେ ଗତ ୧୦୦୦ ବର୍ଷ ହେଲା ବିଶ୍ବ ଆଗକୁ ବଢୁଛି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.