ETV Bharat / bharat

ବେଙ୍ଗଲ ଶିକ୍ଷାବୋର୍ଡର ପ୍ରଶ୍ନ ନେଇ ବିବାଦ, POKକୁ ଦର୍ଶାଇଲା ଆଜାଦ କାଶ୍ମୀର

author img

By

Published : Jan 17, 2023, 10:17 PM IST

ବେଙ୍ଗଲ ଶିକ୍ଷା ବୋର୍ଡ ଦ୍ବାରା ପ୍ରକାଶିତ ଟେଷ୍ଟ ପେପର୍ସରେ ଦେଶର ଅଖଣ୍ଡତାକୁ ନେଇ ବିବାଦୀୟ ପ୍ରଶ୍ନ । ପାକ ଅଧିକୃତ କାଶ୍ମୀରକୁ ଆଜାଦ କାଶ୍ମୀର ଦର୍ଶାଯିବା ଘଟଣାକୁ ସବୁ ମହଲରେ ନିନ୍ଦା । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବେଙ୍ଗଲ ଶିକ୍ଷାବୋର୍ଡର ପ୍ରଶ୍ନକୁ ନେଇ ବିବାଦ
ବେଙ୍ଗଲ ଶିକ୍ଷାବୋର୍ଡର ପ୍ରଶ୍ନକୁ ନେଇ ବିବାଦ

ହାଇଦ୍ରାବାଦ: କାଶ୍ମୀର ଭାରତର ଅବିଚ୍ଛେଦ ଅଂଶ । ଏହା ସମସ୍ତ ଭାରତୀୟ ଜାଣିିଛନ୍ତି । ପାକିସ୍ତାନ ଅଧିକୃତ କାଶ୍ମୀର(pok)କୁ ପୁନଃ ଦଖଲ କରିବା ପାଇଁ ଭାରତ ସରକାର ଉଭୟ ସାମରିକ ଓ କୂଟନୈତିକ ପ୍ରୟାସ ଜାରି ରଖିଛନ୍ତି । ଏହାରି ମଧ୍ୟରେ କାଶ୍ମୀର ପରି ଏକ ଜାତୀୟ ଅଖଣ୍ଡତା ସହ ଜଡିତ ପ୍ରଶ୍ନରେ ବେଙ୍ଗଲ ସରକାର ଶିକ୍ଷା ବୋର୍ଡର ଚରମ ତ୍ରୁଟି ସାମ୍ନାକୁ ଆସିଛି । ଯାହା ବିବାଦ ସୃଷ୍ଟି କରିଛି । ବେଙ୍ଗଲ ମାଧ୍ୟମିକ ଶିକ୍ଷା ବୋର୍ଡ (WBBSE) ଦ୍ବାରା ପ୍ରକାଶିତ ଟେଷ୍ଟପେପର୍ସର ଏକ ପ୍ରଶ୍ନପତ୍ର ସେଟରେ ପଚରାଯାଇଥିବା ଏକ ପ୍ରଶ୍ନକୁ ନେଇ ବିବାଦ ସୃଷ୍ଟି ହୋଇଛି । ଯେଉଁଥିରେ ପାକିସ୍ତାନ ଅଧିକୃତ କାଶ୍ମୀରକୁ ‘ଆଜାଦ କାଶ୍ମୀର’ ବା ସ୍ବାଧୀନ କାଶ୍ମୀରର ଭାବେ ଚିତ୍ରଣ କରାଯାଇଛି । ପ୍ରଶ୍ନପତ୍ରରେ ଏପରି ତ୍ରୁଟି ସମ୍ପର୍ରକରେ ଜଣାପଡିବା ବିବାଦ ଦେଖାଯିବା ସହ ବୋର୍ଡର ଏପରି ଚରମ ଅବହେଳାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବେଙ୍ଗଲ ଶିକ୍ଷାବୋର୍ଡର ପ୍ରଶ୍ନକୁ ନେଇ ବିବାଦ
ବେଙ୍ଗଲ ଶିକ୍ଷାବୋର୍ଡର ପ୍ରଶ୍ନକୁ ନେଇ ବିବାଦ

ଆଗକୁ ମାଧ୍ୟମିକ ପରୀକ୍ଷା ରହିଛି । ପ୍ରତ୍ୟେକ ବର୍ଷ ପରି ଚଳିତଥର ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଛାତ୍ରଛାତ୍ରୀଙ୍କ ପାଇଁ ଟେଷ୍ଟପେପର୍ସ ପ୍ରସ୍ତୁତ କରିଛି । ତେବେ 132 ପୃଷ୍ଠାରେ ଥିବା ଏହି ପ୍ରଶ୍ନ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକଙ୍କୁ ଚକିତ କରିଛି । ଯେଉଁଥିରେ ପାକ-ଅଧିକୃତ କାଶ୍ମୀରକୁ ଆଜାଦ କାଶ୍ମୀର ଭାବେ ଚିତ୍ରଣ କରିବାକୁ କୁହାଯାଇଛି । ଏପରି ପ୍ରଶ୍ନ ପାଇଁ ବୁଦ୍ଧିଜୀବୀମାନେ ମଧ୍ୟ ବୋର୍ଡର କାର୍ଯ୍ୟଶୈଳୀ ଉପରେ ଆପତ୍ତି ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଏହି ଘଟଣାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେପରି ଘଟଣା ତଥା ଚରମ ଅବହେଳାକୁ ନିନ୍ଦା କରିବା ସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏପରି ନକରାତ୍ମକ ଚିତ୍ରଣ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଗଭୀର ପ୍ରଭାବ ପକାଇବ ବୋଲି କେନ୍ଦ୍ର ମନ୍ତ୍ରୀ ସୁଭାଷ କହିଛନ୍ତି ।

କାଶ୍ମୀର ସ୍ବାଧୀନ ଭାରତର ଅବିଚ୍ଛେଦ ଅଂଶ ହୋଇଥିବା ବେଳେ ଉତ୍ତର-ପଶ୍ଚିମ କାଶ୍ମୀରର କିଛି ଅଂଶ ପାକିସ୍ତାନ ଅଧିକାର କରିନେଇଛି । ତେବେ ଏହାକୁ ପାକିସ୍ତାନ ଅଧିକୃତ କାଶ୍ମୀର (POK) କୁହାଯାଉଛି । ଏହାକୁ ଭାରତରେ ବିଲୟ କରିବା ପାଇଁ ମଧ୍ୟ ଭାରତ ଅନ୍ତର୍ଜାତୀୟ ସ୍ତରରେ ଏକାଧିକ କାର୍ଯ୍ୟକ୍ରମ ଜାରି ରଖିଛି । ତେବେ କାଶ୍ମୀର ପରି ଦେଶର ଏକତା ଓ ଅଖଣ୍ଡତା ସହ ଜଡିତ ପ୍ରସଙ୍ଗରେ ପ୍ରଶ୍ନପତ୍ରରେ ଏପରି ଚରମ ତ୍ରୁଟି ବରଦାସ୍ତଯୋଗ୍ୟ ନୁହେଁ ଓ ଏହା ପିଲାଙ୍କ ଉପରେ ପ୍ରଭାବ ପକାଇବ ବୋଲି ଶିକ୍ଷାବିତ ଏବଂ ବୁଦ୍ଧିଜୀବୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.