ETV Bharat / bharat

2024 Lok Sabha polls: ଏକାଠି ଲଢିବେ RJD ଓ JMM

author img

By

Published : Feb 11, 2023, 6:25 PM IST

2024 Lok Sabha polls:ଏକାଠି ଲଢିବେ RJD ଓ JMM
2024 Lok Sabha polls:ଏକାଠି ଲଢିବେ RJD ଓ JMM

2024 ସାଧାରଣ ନିର୍ବାଚନରେ ଏକାଠି ଲଢବେ RJD ଓ JMM । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ପରେ ସୂଚନା ଦେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: 2024 ସାଧାରଣ ନିର୍ବାଚନରେ ଏକାଠି ଲଢିବେ ରାଷ୍ଟ୍ରୀୟ ଜତା ଦଳ (RJD) ଓ ଝାଡଖଣ୍ଡରେ କ୍ଷମତାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) । ଆଜି ଏନେଇ ଝାଡଖଣ୍ଡ ଗସ୍ତରେ ଥିବା ବିହାର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ଏକ ପ୍ରେସମିଟରେ ଘୋଷଣା କରିଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ହେମନ୍ତ ଓ ତେଜସ୍ବୀଙ୍କ ମଧ୍ୟରେ ଆଜି ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ତେଜସ୍ବୀ ।

ପ୍ରେସମିଟ୍‌ରେ ତେଜସ୍ବୀ କହିଛନ୍ତି, ‘‘ଆଜି ମୁଁ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଭେଟି ଆଲୋଚନା କଲି । ବର୍ତ୍ତମାନର ବିଭିନ୍ନ ରାଜନୈତିକ ଆହ୍ବାନ, ଆସନ୍ତା ନିର୍ବାଚନରେ ପ୍ରତିଦ୍ବନ୍ଦିତା ସମ୍ପର୍କରେ ଆଲୋଚନା ହେଲା । 2024 ରେ ଉଭୟ ଦଳ ଏକାଠି ନିର୍ବାଚନ ଲଢିବେ । ଆମେ ଝାଡଖଣ୍ଡରେ ପାର୍ଟି କାର୍ଯ୍ୟକଳାପର ସମୀକ୍ଷା ମଧ୍ୟ କରୁଛୁ । ଆମେ ନିର୍ବାଚନରେ ଏକାଠି ଲଢିବା ପାଇଁ ଉତ୍ସାହୀ ମଧ୍ୟ ଥିଲୁ । ବିହାରରେ ବିଜେପି କ୍ଷମତାରୁ ବିଦା ହୋଇଛି । ମହାମେଣ୍ଟ ସରକାର ଗଠନ ହୋଇଛି ।’’

ଆହୁରି ମଧ୍ୟ ତେଜସ୍ବୀ କହିଛନ୍ତି, ‘‘ଝାଡଖଣ୍ଡରେ ଆରଜେଡି ଏକ ମିଳିତ ମେଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି । ସମସ୍ତ ପ୍ରକାର ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଏବେ ଲଢେଇ କରିବାର ସମୟ ଆସିଛି । ଆମେ ବିହାରରେ ମହାମେଣ୍ଟ ସରକାର ଗଠନ କରି ଭାରତୀୟ ଜନତା ପାର୍ଟିକୁ କ୍ଷମତାରୁ ଦୂରେଇବାରେ ସଫଳ ହୋଇଛୁ । ଝାଡଖଣ୍ଡରେ ମଧ୍ୟ ଆମେ ଆମ ମେଣ୍ଟକୁ ଶକ୍ତିଶାଳୀ କରିବା କାମ ଆରମ୍ଭ କରିବୁ । ’’ ସେହିପରି ସେ ଭାରତୀୟ ଜନତା ପାର୍ଟି ଉପରେ ମଧ୍ୟରେ ବର୍ଷିଥିଲେ । ବିଜେପି ଭୋଟ ହତେଇବା ପାଇଁ ଶସ୍ତା ରାଜନୀତି କରିବା ପାଇଁ ପଛାଉନାହିଁ ବୋଲି କହିଥିଲେ ତେଜସ୍ବୀ । ରାଞ୍ଚି ଗସ୍ତରେ ଥିବା ତେଜସ୍ବୀ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କୁ ମଧ୍ୟ ସାକ୍ଷାତ କରି ଥିଲେ । ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କର ଆଶୁଆରଗ୍ୟ ମଧ୍ୟ କାମନା କରିଥିଲେ ।

ବିହାରରେ ବିଜେପି ସମର୍ଥନରେ ସରକାର କରିଥିବା ନୀତିଶ କୁମାର ହଠାତ ୟୁଟର୍ଣ୍ଣ ମାରିବା ସହ ବିଜେଜିକୁ ଶାସକ ମେଣ୍ଟରୁ ବିରୋଧୀ ଦଳକୁ ରାସ୍ତା ଦେଖାଇଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ମାତ୍ର 24 ଘଣ୍ଟା ମଧ୍ୟରେ ମହାଗଠବନ୍ଧନ ( ଆରଜେଡି, ଜେଡିୟୁ ଓ କଂଗ୍ରେସ) ସମର୍ଥନରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେହିପରି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ବିଜେପିକୁ ଝଟକା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.