ETV Bharat / bharat

Monsoon 2023: ଜିଲ୍ଲାୱାରୀ ଦୈନିକ ବର୍ଷା ପରିମାଣରେ 60 ପ୍ରତିଶତ ହ୍ରାସ

author img

By ETV Bharat Odisha Team

Published : Nov 1, 2023, 7:33 PM IST

ଚଳିତ ମୌସୁମୀରେ ଦେଶର 73% ସ୍ଥାନରେ ବର୍ଷା ହୋଇଛି । କିନ୍ତୁ ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣରେ 60 ପ୍ରତିଶତ ହ୍ରାସ । ଅଧିକ ପଢନ୍ତୁ

Monsoon 2023: ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣରେ 60 ପ୍ରତିଶତ ହ୍ରାସ
Monsoon 2023: ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣରେ 60 ପ୍ରତିଶତ ହ୍ରାସ

ହାଇଦ୍ରାବାଦ: ଚଳିତ ବର୍ଷ ପାଣିପାଗ ବିଭାଗର ପୂର୍ବାନୁମାନ ଠାରୁ ସାମାନ୍ୟ କମ ଥିଲା ମୌସୁମୀ ବର୍ଷାର ପରିମାଣ । ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସମଗ୍ର ଦେଶରେ 96% ବର୍ଷା ହେବା ନେଇ ପୂର୍ବାନୁମାନ କରିଥିବା ବେଳେ ମୌସୁମୀ ବାୟୁ ଫେରିଯିବା ପର୍ଯ୍ୟନ୍ତ 94% ବର୍ଷା ରେକର୍ଡ ହୋଇଥିଲା । ସାମଗ୍ରିକ ବର୍ଷାର ପରିମାଣ ପୂର୍ବାନୁମାନ ସହ ପ୍ରାୟ ସମାନ ଥିବା ବେଳେ ଏକ ରିପୋର୍ଟ ଅନୁସାରେ, ଜିଲ୍ଲାଓ୍ବାରୀ ଦୈନିକ ବୃଷ୍ଟିପାତର ପରିମାଣରେ 60% ହ୍ରାସ ପାଇଛି । କିଛି ଜିଲ୍ଲାରେ ଦୈନିକ ବର୍ଷାର ପରିମାଣରେ 60 ପ୍ରତିଶତ ନିଅଣ୍ଟିଆ ରେକର୍ଡ ହୋଇଛି ।

ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣରେ 60 ପ୍ରତିଶତ ହ୍ରାସ
ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣରେ 60 ପ୍ରତିଶତ ହ୍ରାସ

କ୍ଲାଇମେଟ ଟ୍ରେଣ୍ଡ ଉପରେ ଆଧାରିତ 'କାର୍ବନ୍ କପି'ର ଅନୁଧ୍ୟାନ ରିପୋର୍ଟ ଅନୁଯାୟୀ ଚଳିତ ମୋସୁମୀରେ ଦେଶର 73% ଭାଗରେ ବୃଷ୍ଟିପାତ ହୋଇଛି । କିନ୍ତୁ ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣ ରିପୋର୍ଟରେ କୁହାଯାଇଛି ଯେ ଚଳିତ ସିଜନରେ ମୋଟ 81,852 ଜିଲ୍ଲାଓ୍ବାରୀ ବର୍ଷା ଦିବସରୁ ମାତ୍ର 6 ପ୍ରତିଶତରେ ସ୍ବାଭାବିକ ବର୍ଷା ହୋଇଛି । ଗତ 5 ବର୍ଷ ମଧ୍ୟରେ ଦେଶରେ ଦ୍ବିତୀୟ ଥର ପାଇଁ 115.6 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଅଗଷ୍ଟରେ ମୋଟ ଦୈନିକ ବର୍ଷାର ପରିମାଣରେ 76 ପ୍ରତିଶତ ନିଅଣ୍ଟିଆ ଥିଲା । ତେବେ ଜିଲ୍ଲାଓ୍ବାରୀ ଦୈନିକ ବର୍ଷା ପରିମାଣରେ ସମଗ୍ର ମୌସୁମୀ ଋତୁରେ ଆଗରେ ରହିଥିଲା ଜୁଲାଇ । ଜୁଲାଇରେ ସ୍ବାଭାବିକ ମାତ୍ରା ଠାରୁ 13 ପ୍ରତିଶତ ଅଧିକ ବର୍ଷା ହୋଇଥିଲା । ଯାହା 2005 ପର ଠାରୁ ସର୍ବାଧିକ । ସେହିପରି ମୁଖ୍ୟ ମୌସୁମୀ ମାସ ଅଗଷ୍ଟରେ 36 ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- Delhi air quality: ବିଷ ବଳୟରେ ରାଜଧାନୀ, ଆଜିଠୁ ଗଡିବନି ଡିଜେଲ ବସ

ଦେଶରେ ଚଳିତ ସିଜନରେ ମୋଟ 544ଟି ଛୋଟ ବଡ ବନ୍ୟା ଓ ପ୍ରବଳ ବର୍ଷା ଘଟଣା ରେକର୍ଡ ହୋଇଥିଲା । ଏଥିମଧ୍ୟରୁ ହିମାଚଳ ପ୍ରଦେଶରେ ସର୍ବାଧିକ 123ଟି ପ୍ରବଳ ବର୍ଷା ଓ ବନ୍ୟା ସୃଷ୍ଟି ହେବାର ଘଟଣା ଘଟିଛି । ତା’ ପରେ ମହାରାଷ୍ଟ୍ରରେ 69ଟି ଘଟଣା ଓ ତୃତୀୟ ରାଜ୍ୟ ଭାବେ 68ଟି ଘଟଣା ଉତ୍ତରାଖଣ୍ଡରେ ରେକର୍ଡ ହୋଇଥିଲା । ଦେଶର ମୋଟ 36 ଟି ସବଡିଭିଜନ ମେଟ୍ରୋଲୋଜି ସେଣ୍ଟର (ପାଣିପାଗ କେନ୍ଦ୍ର) ମଧ୍ୟରେ 26 ଟିରେ ସ୍ବାଭାବିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଯାହାକି ସମଗ୍ର ଦେଶର 73 ପ୍ରତିଶତ ଭାଗରେ ବର୍ଷା ହୋଇଥିବା ଜଣାପଡିଛି । ଏହା ମଧ୍ୟରୁ 7ଟି କେନ୍ଦ୍ରରେ 18 ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ଯାହାକି ଦେଶର ମୋଟ ଭୂଭାଗର 18 ପ୍ରତିଶତ । ଅବଶିଷ୍ଟ 3 ପାଣିପାଗ ଉପଖଣ୍ଡରେ ସ୍ବାଭାବିକଠାରୁ ଅଧିକ ମାତ୍ରାର ବର୍ଷା ରେକର୍ଡ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.