ETV Bharat / state

ବିଜେଡିକୁ କାଉଣ୍ଟର କଲେ ରେଳମନ୍ତ୍ରୀ ଅଶ୍ବିନୀ, X ପୋଷ୍ଟରେ ରଖିଲେ ଜବାବ - Ashwin Vaishnaw to BJD

author img

By ETV Bharat Odisha Team

Published : May 30, 2024, 6:03 PM IST

Ashwin Vaishnaw reacts over BJD allegation: ରେଳ ନେଟୱର୍କ, ଟେଲିକମ ଯୋଗାଯୋଗ ଆଦି ପ୍ରସଙ୍ଗରେ ବିଜେଡିର ଅଭିଯୋଗ ଉପରେ ଅଶ୍ବିନୀ ବୈଷ୍ଣବଙ୍କ ଜବାବ । କହିଲେ ମୋଦି ସରକାର ସମୟରେ ଯେତିକି ରେଳ ଲାଇନ ନିର୍ମାଣ ହୋଇଛି, ତାହା ଶ୍ରୀଲଙ୍କାର ମୋଟ ରେଳ ଲାଇନଠୁ ଅଧିକ । ଅଧିକ ପଢନ୍ତୁ

Ashwin Vaishnaw
Ashwin Vaishnaw (ETV Bharat)

ଭୁବନେଶ୍ବର: ଓଡ଼ିଶାରେ ରେଳ କ୍ଷେତ୍ରକୁ କେନ୍ଦ୍ର ଅଣଦେଖା କରୁଛି ଓ ଅନେକ ରେଳ ପ୍ରକଳ୍ପ କାମ ଶେଷ ହେଉନି ବୋଲି ବିଜେଡିର ଅଭିଯୋଗ ପରେ ଜବାବ ରଖିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି କେନ୍ଦ୍ରର ବିକାଶମୂଳକ କାର୍ଯ୍ୟର ହିସାବ ଦେଇଛନ୍ତି ଅଶ୍ବିନୀ । ବିଜେଡି କଣ ଅଭିଯୋଗ କରିଛି ଓ ବାସ୍ତବରେ ସତ୍ୟାସତ୍ୟ କଣ ତାର ଏକ ତଥ୍ୟ ଦେଇଛନ୍ତି ଅଶ୍ବିନୀ । ଶ୍ରୀଲଙ୍କାରେ ଯେତିକି ରେଳ ନେଟୱର୍କ ଅଛି, ମୋଦି ସରକାରଙ୍କ ସମୟରେ ଓଡ଼ିଶାରେ ସେତିକି ନିର୍ମାଣ କରାଯାଇଥିବା କହିଛନ୍ତି ଅଶ୍ବିନୀ ।

ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ଅଭିଯୋଗ କରି କହିଥିଲେ, "ଓଡ଼ିଶାର ବିଭିନ୍ନ ନାର୍ଯ୍ୟ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରିଆସୁଛନ୍ତି । ଓଡିଶାରେ ଅନେକ ରେଳ ପ୍ରକଳ୍ପର ନିର୍ମାଣ କାମ ଶେଷ ହେଉନି । ଓଡ଼ିଶା ପୂର୍ବ ଭାରତର ରାଜ୍ୟ ମାନଙ୍କ ତୁଳନାରେ ରେଳ ସାନ୍ଦ୍ରତା କ୍ଷେତ୍ରରେ ସବୁଠାରୁ ତଳେ ରହିଛି । ଗତ ୧୦ ବର୍ଷ ମଧ୍ୟରେ ରେଳବାଇ ବିଭାଗ ଓଡ଼ିଶାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛି । ହେଲେ ଆଜି ବି ରାଜ୍ୟର ୭ଟି ଜିଲ୍ଲା ରେଳସେବାରୁ ବଞ୍ଚିତ ହୋଇ ରହିଛି । ପାରାଦୀପ-ହରିଦାସପୁର, ବୁଢାମରା-ଚାକୁଲିଆ, ବାଙ୍ଗିରିପୋଷି-ଗୋରୁ ମହିଷାଣୀ, ବାଦାମ ପାହାଡ-କେନ୍ଦୁଝର, ତାଳଚେର-ବିମଲାଗଡ, ଜୟପୁର-ନବରଂଗପୁର, ଜୟପୁର-ମାଲକାନଗିରି, ଖୋର୍ଦ୍ଧା-ବଲାଙ୍ଗୀର ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି ।"

ଏହା ବି ପଢନ୍ତୁ- ଓଡିଶା ପ୍ରଗତିର ପ୍ରତିବନ୍ଧକ କେନ୍ଦ୍ର ସରକାର: ବିଜେଡି

ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟ୍ବିଟ କରି କହିଛନ୍ତି, "ବିଜେଡି କହୁଛି ଗତ 6 ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ନୂଆ ରେଳ ଲାଇନ ନିର୍ମାଣ ହୋଇନାହିଁ । ହେଲେ ବାସ୍ତବତା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଗତ 10 ବର୍ଷ ମଧ୍ୟରେ ଓଡ଼ିଶାରେ 1826 କିମି ରେଳ ଲାଇନ ନିର୍ମାଣ ହୋଇଛି । ଯାହାକି ଶ୍ରୀଲଙ୍କାର ସର୍ବମୋଟ ରେଳ ନେଟୱର୍କ ଠାରୁ ବି ଅଧିକ ।" ବିଜେଡି ରାଜ୍ୟରେ ଦୁର୍ବଳ ଟେଲିକମ ଯୋଗାଯୋଗ ନେଇ ଅଭିଯୋଗ କରିଥିଲା । ଏହା ଉପରେ ମଧ୍ୟ ପ୍ରତିକ୍ରିୟା ରଖି ଅଶ୍ବିନୀ କହିଛନ୍ତି,"ରାଜ୍ୟରେ ଟେଲିକମ ଯୋଗାଯୋଗ ଦୁର୍ବଳ ବୋଲି ବିଜେଡି ଅଭିଯୋଗ କରିଛି । କିନ୍ତୁ ସତ ହେଉଛି ଓଡ଼ିଶାରେ 2014ରେ 7562ଟି ଟାୱାର ଥିବା ବେଳେ 2024ରେ 28,274 ଟାୱାର ନିର୍ମାଣ କରାଯାଇଛି ।"

ଓଡ଼ିଶାରେ ଆଉ 5333ଟି ମୋବାଇଲ ନେଟୱର୍କ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5034କୋଟି ଟଙ୍କାଙ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ବୋଲି ମଧ୍ୟ ଅଶ୍ବିନୀ କହିଛନ୍ତି । ରାଜ୍ୟରେ ଜୁନ 1 ତାରିଖ ଶେଷ ପର୍ଯ୍ୟାୟ ଲଢେଇ । ଏହା ପୂର୍ବରୁ ବିଜେଡି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ଏହାର ଜବାବ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.