ETV Bharat / bharat

ୟୁପି ନିର୍ବାଚନକୁ ନେଇ ଟିକାୟତ ଦେଲେ ବିସ୍ଫୋରକ ବୟାନ

author img

By

Published : Sep 2, 2021, 8:13 AM IST

ଚାଷୀ ନେତା ରାକେଶ ଟିକାୟତଙ୍କ ବିସ୍ଫୋରକ ବୟାନ । ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ହିନ୍ଦୁ ନେତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରିପାରେ ବିଜେପି । ଅଧିକ ପଢନ୍ତୁ...

‘ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କେହି ଜଣେ ହିନ୍ଦୁ ନେତାଙ୍କୁ ହତ୍ୟା କରିପାରେ ବିଜେପି ’
‘ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କେହି ଜଣେ ହିନ୍ଦୁ ନେତାଙ୍କୁ ହତ୍ୟା କରିପାରେ ବିଜେପି ’

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ହିନ୍ଦୁ ନେତାଙ୍କୁ ହତ୍ୟା କରିପାରେ ବିଜେପି । ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ଷଡଯନ୍ତ୍ର ବିଜେପି କରିପାରେ । ଏପରି କିଛି ବିସ୍ଫୋରକ ମନ୍ତବ୍ୟ ଦେଇ ପୁଣି ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଥିବା ଚାଷୀ ନେତା ତଥା ଭାରତୀୟ କିଷାନ ୟୁନିୟନର ପ୍ରବକ୍ତା ରାକେଶ ଟିକାୟତ । ହରିୟାଣାର ସିର୍ସାରେ କୃଷକ ସମ୍ମିଳନୀରେ ଯୋଗ ଦେଇ ରାକେଶ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ଟିକାୟତ କହିଛନ୍ତି, ୟୁପି ନିର୍ବାଚନ ପୂର୍ବରୁ ଜଣେ ବଡ ହିନ୍ଦୁ ନେତାଙ୍କୁ ହତ୍ୟା କରାଯିବା ନେଇ ଷଡଯନ୍ତ୍ର ରଖିଛି ବିଜେପି । ଏପରି କରିବା ଦ୍ବାରା ଦେଶରେ ସାମ୍ପ୍ରଦାୟିକ ସିମ୍ପାଥି ଓ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେପି । ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ପରି ଭୟଙ୍କର ଦଳକୁ ମଧ୍ୟ କେବେ ବିଶ୍ବାସକୁ ନେବା ସମ୍ଭବ ନୁହେଁ ।

ସେ ଆହୁରି ମଧ୍ୟ ବର୍ତ୍ତମାନର ସରକାରକୁ ତାଲିବାନ ସହ ତୁଳନା କରିଥିବା ଦେଖିବାକୁ ମିଳିଛି। ଦେଶ ବର୍ତ୍ତମାନ ସରକାରୀ ତାଲିବାନ କବ୍ଜାରେ ରହିଛି । ସେହିପରି ହରିୟାଣାରେ କୃଷକଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଘଟଣାରେ ମଧ୍ୟ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ଉପରେ ଖୁବ ବର୍ଷିଛନ୍ତି ଟିକାୟତ । ସମ୍ପୃକ୍ତ ADMଙ୍କ ସମ୍ପର୍କୀୟ ସ୍ବଂୟ ସେବକ ସଂଘରେ ଥିବା କହିଛନ୍ତି ରାକେଶ । ଜଣେ ପ୍ରଶାସନିକ ଅଧିକାରୀଙ୍କ ଏପରି ଉଗ୍ରବାଦୀ ନିର୍ଦ୍ଦେଶ ସରକାରୀ ତାଲିବାନୀ ଶାସନର ନମୁନା । ସରକାର ଯଦି ଆନ୍ଦୋଳନରତ ଚାଷୀଙ୍କୁ ଖଲିସ୍ଥାନୀ ଆତଙ୍କବାଦୀ ଆଖ୍ୟା ଦିଅନ୍ତି, ସେମାନଙ୍କ ପାଇଁ ତାଲିବାନ ଶବ୍ଦ ହିଁ ପ୍ରଯୁଯ୍ୟ ବୋଲି କହିଛନ୍ତି ଟିକାୟତ ।

ରାକେଶ ଟିକାୟତ ଆହୁରି ମଧ୍ୟ କହିଛନ୍ତି ଯେ 2022 ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହି ବୁଲୁଥିବାବେଳେ ଫସଲ କିନ୍ତୁ ଦୁଇଗୁଣ ମୂଲ୍ୟରେ ବିକ୍ରି ହୋଇନାହିଁ । ସେହିପରି ଘରୋଇକରଣ ଉପରେ ମଧ୍ୟ ସରକାରକୁ ଘେରିଛନ୍ତି ରାକେଶ । ଘରୋଇ କମ୍ପାନୀମାନଙ୍କ ଋଣ ଛାଡ କରିବା ସହ ଜାତୀୟ ସମ୍ପତ୍ତିକୁ ଘରୋଇକରଣ କରିବାରେ ସରକାର ଲାଗିଥିବା କହିଛନ୍ତି ରାକେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.