ETV Bharat / bharat

ମାଫିଆଙ୍କୁ ଗେହଲଟଙ୍କ ଚେତାବନୀ, କହିଲେ ଅତ୍ମସମର୍ପଣ କର ନଚେତ ଅନ୍ୟମାନଙ୍କ ପରି ହେବ ଅବସ୍ଥା

author img

By

Published : Apr 16, 2023, 6:20 PM IST

Rajasthan CM Ashok Gehlot
Rajasthan CM Ashok Gehlot

ରାଜସ୍ଥାନ ପୋଲିସ ପ୍ରତିଷ୍ଠା ଦିବସରେ ମାଫିଆଙ୍କୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଚେତାବନୀ । କହିଲେ ସରେଣ୍ଡର କର ନଚେତ ଅନ୍ୟମାନଙ୍କ ପରି ହେବ ଅବସ୍ଥା । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ ପୋଲିସ ପ୍ରତିଷ୍ଠା ଦିବସରେ ମାଫିଆଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସମୟ ଥିବା ପୂର୍ବରୁ ପୋଲିସ ନିକଟରେ ନିଜକୁ ଅତ୍ମସମର୍ପଣ କର ନଚେତ ଅନ୍ୟମାନଙ୍କ ପରି ଅବସ୍ଥା ହେବ ବୋଲି କହିଛନ୍ତି ଗେହଲଟ । ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦର ନାଁ ନ ନେଇ ତା' ପରି ଅବସ୍ଥା ହେବ ବୋଲି ଗେହଲଟ ପରୋକ୍ଷରେ କହିଛନ୍ତି । ଅତିକ ହତ୍ୟାକାଣ୍ଡ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏହା ତ ବହୁତ ସହଜ କାର୍ଯ୍ୟ । ହେଲେ ଆଇନର ପରିସର ମଧ୍ୟରେ ରହି କାର୍ଯ୍ୟ କରିବା ସବୁଠୁ କଷ୍ଟକର କାର୍ଯ୍ୟ ।

ଅତିକର ହତ୍ୟାକାଣ୍ଡକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଉତ୍ତରପ୍ରଦେଶରେ ଯାହା ଘଟୁଛି, ତାହାକୁ ସାରା ଦେଶ ଦେଖୁଛି । ଯଦି ଆଇନ ବ୍ୟବସ୍ଥା ସଠିକ ନ ରହିବ, ତେବେ ଏପରି ଘଟଣା କାହା ସହିତ ବି ଘଟିପାରେ । ଉତ୍ତରପ୍ରଦେଶରେ ଯାହା ଘଟିଛି, ତାହା ସବୁଠୁ ସହଜ କାର୍ଯ୍ୟ । ହେଲେ କଷ୍ଟକର କାର୍ଯ୍ୟ ହେଉଛି ଆଇନର ପାଳନ କରିବା ଓ ଏହାର ପରିସର ମଧ୍ୟରେ ରହି କାର୍ଯ୍ୟ କରିବା । ରାଜସ୍ଥାନରେ ଯେପରି ଗ୍ୟାଙ୍ଗଷ୍ଟାର ସୃଷ୍ଟି ହେବେ ନାହିଁ ତାହା ଉପରେ ଆମର ଉଦ୍ୟମ ରହିବ ।" ରାଜସ୍ଥାନ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ପୋଲିସ ଏକାଡେମୀରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ଗେହଲଟ ।

ଏହା ବି ପଢନ୍ତୁ- ସର୍ଭେରୁ ଜଣାପଡିଛି ବିଜେପି ନିର୍ବାଚନରେ 130 ସିଟରେ ବିଜୟୀ ହେବ: ବସବରାଜ ବୋମ୍ମାଇ

ଗେହଲଟ ଅତିକର ହତ୍ୟାକାଣ୍ଡକୁ ନେଇ ଉତ୍ତରପ୍ରଦେଶ ଓ ଦେଶର ଆଇନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଯଦି ଆଇନ ବ୍ୟବସ୍ଥା କଡ଼ାକଡ଼ି ପାଳନ ନହେବ ତାହେଲେ ଏପରି ଘଟଣା ଘଟିବ । ଯଦି ଆଇନ ମୁତାବକ ସମସ୍ତ କାର୍ଯ୍ୟ ହେବ ତାହେଲେ ଦେଶର ଆଇନ ବ୍ୟବସ୍ଥା ବଳବତ୍ତର ରହିପାରିବ । ଦେଶରେ ଅଖଣ୍ଡତା ଓ ଏକତା ରହିବ । ସମ୍ବିଧାନର ନିୟମ ମାନି ଦୋଷୀକୁ ଦଣ୍ଡିତ କରିବା ଉଚିତ । ଏହାପରେ ହିଁ ସମସ୍ତଙ୍କୁ ନ୍ୟାୟ ମିଳିବା ସୁନିଶ୍ଚିତ ହେବ ବୋଲି କହିଛନ୍ତି ଗେହଲଟ ।

ରାଜସ୍ଥାନ ପୋଲିସଙ୍କୁ ପ୍ରଶଂସା କରିଛନ୍ତି ଗେହଲଟ । ଏ ନେଇ ସେ କହିଛନ୍ତି, "ରାଜସ୍ଥାନ ପୋଲିସ ଭଲ କାମ କରୁଛି । ବିଶ୍ବରେ ଅନେକ ଘଟଣା ଘଟେ । ହେଲେ ତା ସହିତ ଆମର କୌଣସି ସମ୍ପର୍କ ନାହିଁ । ଆମକୁ ଯେପରି ରାଜସ୍ଥାନକୁ ଅପରାଧମୁକ୍ତ କରିବା ତା' ଉପରେ ଧ୍ୟାନ ଦେବା ଉଚିତ । କୌଣସି ବ୍ୟକ୍ତି ଜନ୍ମରୁ ଗ୍ୟାଙ୍ଗଷ୍ଟାର ନଥାଏ । ଗ୍ୟାଙ୍ଗଷ୍ଟାର ସୃଷ୍ଟି ହେବା ଲାଗି ସୁଯୋଗ କାହିଁକି ଦିଆଯିବ ? ପୋଲିସର କାମ ହେଉଛି ଯିଏ ଆଇନର ଉଲ୍ଲଘଂନ କରିବ ତାକୁ ଦଣ୍ଡ ଦେବା । ଏହାପରେ କୌଣସି ଗ୍ୟାଙ୍ଗଷ୍ଟାର ସୃଷ୍ଟି ହିଁ ହେବ ନାହିଁ । ରାଜସ୍ଥାନରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇନାହିଁ, ବରଂ ସମୟକ୍ରମେ ଏଥିରେ ଅନେକ ସୁଧାର ଆସିଛି । ଆମ ରାଜ୍ୟରେ ମାଫିଆ ସୃଷ୍ଟି ହେବାକୁ ଦିଆଯିବ ନାହିଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.