ETV Bharat / bharat

ହୋମ ଆଇସୋଲେସନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

author img

By

Published : Apr 29, 2021, 7:51 AM IST

Updated : Apr 29, 2021, 8:52 AM IST

Rajasthan CM Ashok Gehlot under self-isolation as wife tests COVID-19 positive
ହୋମ ଆଇସୋଲେସନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ହୋମ ଆଇସୋଲେସନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଏନେଇ ସେ ଟ୍ବିଟର ଯୋଗେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ହୋମ ଆଇସୋଲେସନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା ଗେହେଲଟ ସଂକ୍ରମିତ ଚିହ୍ନଟ ହେବା ପରେ ଅଶୋକ ଗେହେଲଟ ନିଜକୁ କ୍ବାରେଣ୍ଚାଇନ କରିଛନ୍ତି । ଏନେଇ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ପତ୍ନୀ ସୁନୀତା କୋରୋନାରେ ସଂକ୍ରମିତ ହେବାପରେ ସେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହୋମ ଆଇସୋଲେନରେ ରହି ଚିକିତ୍ସିତ ହେଉଛନ୍ତି ।

Rajasthan CM Ashok Gehlot under self-isolation as wife tests COVID-19 positive
ହୋମ ଆଇସୋଲେସନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ସେପଟେ,ରାଜସ୍ଥାନରେ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗୋଟିଏ ଦିନରେ ରାଜ୍ୟରେ 16 ହଜାର 613 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 120 ଜଣ ମୃତ୍ୟୁ ବରଣ କରିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ରାଜ୍ୟରେ 5ଲକ୍ଷ 63 ହଜାର 577କୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା 3 ହଜାର 926କୁ ଛୁଇଁଛି ।

Last Updated :Apr 29, 2021, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.