ETV Bharat / bharat

ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଦିଲ୍ଲୀ-ଖଜୁରାହୋକୁ ଗଡ଼ିବ ବନ୍ଦେ ଭାରତ

author img

By

Published : Apr 18, 2022, 9:32 AM IST

railway minister says vande bharat train will run between delhi to khajuraho
କେନ୍ଦ୍ର ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଦିଲ୍ଲୀ-ଖଜୁରାହୋକୁ ଗଡ଼ିବ ବନ୍ଦେ ଭାରତ

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି । ଛତ୍ରପୁର ଜିଲ୍ଲା ଏବଂ ଦିଲ୍ଲୀର ଖଜୁରାହୋକୁ ସଂଯୋଗ କରିବା ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ବଡ଼ ଘୋଷଣା । ଛତ୍ରପୁର ଜିଲ୍ଲା ଏବଂ ଦିଲ୍ଲୀର ଖଜୁରାହୋକୁ ସଂଯୋଗ କରିବା ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗତ ଶନିବାର ଅଶ୍ବିନୀ ମଧ୍ୟପ୍ରଦେଶର ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଖଜୁରାହୋରେ ଗସ୍ତ ବେଳେ ସେଠାରେ ରେଳ ଷ୍ଟେସନ ଯାଞ୍ଚ କରି ଏପରି ଘୋଷଣା କରିଥିଲେ ।

ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳ ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି କି, ଛତ୍ରପୁର ଏବଂ ଖଜୁରାହୋ ଠାରେ ଦୁଇଟି ରେକ ପଏଣ୍ଟ ପାଇଁ ସ୍ବୀକୃତି ମିଳିଛି । ଏହା ସହିତ ରେଳ ଟିକେଟ ପାଇବା ସହଜ ହେବ । ବର୍ତ୍ତମାନ 45,000 ଡାକଘରୁ ଟିକେଟ ଉପଲବ୍ଧ ହୋଇ ପାରିବ। ରାମାୟଣ ଏକ୍ସପ୍ରେସ ପରି ଭରତ ଗୌରବ ଟ୍ରେନ ସଞ୍ଚାଳନକୁ ଉଲ୍ଲେଖ କରି ସେ କହିଛନ୍ତି ଖୁବ ଶୀଘ୍ର ରେଳ ଓଭର ବ୍ରିଜ ଏବଂ ରୋଡ ଅଣ୍ଡର ବ୍ରିଜ (ROB/ RUB) ନିର୍ମାଣ ହେବ । ଯାହାର ବିଦ୍ୟୁତିକରଣ ଅଗଷ୍ଟ ସୁଦ୍ଧା ଶେଷ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି କି, ସେହି ସମୟବେଳକୁ ବନ୍ଦେ ଭାରତ ଟ୍ରେନ ମଧ୍ୟ ଆରମ୍ଭ ହେବ । ମୋଦି ସରକାରଙ୍କ ଦୃଷ୍ଟିକୋଣ ହେଉଛି ଏହି ଅଞ୍ଚଳର ବିକାଶ ସହ ଲୋକଙ୍କ ସେବା କରିବା । ଏହା ବ୍ୟତୀତ ଖଜୁରାହୋକୁ ବିଶ୍ବ ସ୍ତରୀୟ ଷ୍ଟେସନ କରିବା ପାଇଁ ପୁନଃବିକାଶ କରାଯିବାର ସୂଚନା ଦେଇଛନ୍ତି । ବୁନ୍ଦେଲଖଣ୍ଡ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଯୋଜନା ଅଧୀନରେ କରାଯାଇଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ସହିତ ମହାରାଜା ଛତ୍ରସାଲ କନଭେନସନ କେନ୍ଦ୍ରର ବିକାଶମୂଳକ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଥିଲେ । ତାଙ୍କସହ କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡା. ବିରେନ୍ଦ୍ର କୁମାର ଏବଂ ଅନ୍ୟ ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.