ETV Bharat / bharat

Congress Bharat Jodo Yatra: ମହାରାଷ୍ଟ୍ରରେ ପ୍ରବେଶ କରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା

author img

By

Published : Nov 7, 2022, 9:53 AM IST

Congress Bharat Jodo Yatra
Congress Bharat Jodo Yatra

ତେଲେଙ୍ଗାନାରେ ଶେଷ ହୋଇଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ଆଜି ମାହାରାଷ୍ଟ୍ରରେ ଆରମ୍ଭ ହେବ ପଦଯାତ୍ରା । ଅଧିକ ପଢନ୍ତୁ

ମୁମ୍ବାଇ: ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ଼ ଯାତ୍ରା(Bharat Jodo Yatra of congress) । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି । ଏହି କ୍ରମରେ ବିଭିନ୍ନ ରାଜ୍ୟ ଅତିକ୍ରମ କରି ଭାରତ ଯୋଡ଼ ଯାତ୍ରା ଆଜି ମହାରାଷ୍ଟ୍ରରେ ପ୍ରବେଶ କରିବ । ଏହି ଯାତ୍ରା ପୂର୍ବରୁ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ତେଲେଙ୍ଗାନାରେ ଶେଷ ହୋଇଛି ।

ଆଜି ସନ୍ଧ୍ୟାରେ ରାହୁଲ ଗାନ୍ଧୀ ମହାରାଷ୍ଟ୍ର ନନ୍ଦେଡ ଜିଲ୍ଲାର ଡିଗ୍ଲୋରର ମଦନୁର ନାକାରେ ପହଞ୍ଚିବେ । ଏନେଇ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାହୁଲ ଗାନ୍ଧିଙ୍କ ସହ ଅନ୍ୟ ଦଳୀୟ କର୍ମଚାରୀ ରାତି ପ୍ରାୟ ୧୦ଟାରୁ ଏକତା ମଶାଲ ମାର୍ଚ୍ଚ ଆରମ୍ଭ କରିବେ । ଏହି ଯାତ୍ରା ମହାରାଷ୍ଟ୍ରରେ ୧୪ ଦିନ ଧରି ଚାଲିବାକୁ ଥିବାବେଳେ ସୋନିଆ ଗାନ୍ଧିଙ୍କ ସହ ଅନ୍ୟ କର୍ମକର୍ତ୍ତା 5 ବିଧାନସଭା ଏବଂ ୬ଟି ସଂସଦୀୟ ନିର୍ବାଚନମଣ୍ଡଳୀ ଦେଇ 381 କିଲୋମିଟର ଚାଲିବେ । ଏହି ଯାତ୍ରାକୁ ଆହୁରି ପ୍ରସାର କରିବା ପାଇଁ ଗତକାଲି(ମଙ୍ଗଳବାର) ଏନସିପି ମୁଖ୍ୟ ଶରଦ ପାଓ୍ବାର ଯୋଗଦେବେ ।

ତେବେ ଶରଦ ପାଓ୍ବାରଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ନଥିବା କାରଣରୁ ସେ ଏକ ମାଇଲରୁ କମ ଚାଲିବେ ବୋଲି ସୂଚନା ରହିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ସେମାନଙ୍କ କାର୍ଯ୍ୟସୂଚୀ ନିଶ୍ଚିତ କରିନାହାଁନ୍ତି । ଏହି ଯାତ୍ରାରେ ବହୁ ବରିଷ୍ଠ କଂଗ୍ରେସ ନେତା ନାନା ପାଟୋଲ, ବାଲାସାହେବ ଥୋରାଟ, ଭାଇଜଗତାପ, ଅଶୋକ ଚାବନଙ୍କ ଅନ୍ୟମାନେ ଯୋଗଦେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ: Himachal Assembly poll: ବିଜେପିର ପ୍ରତିଶ୍ରୁତି, ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ୍

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ଼ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ୧୨ ରାଜ୍ୟ ଦେଇ ଜମ୍ମୁ କଶ୍ମୀରରେ ଶେଷ ହେବ । ଏହି ଅଭିଯାନରେ କନ୍ୟାକୁମାରୀ ଠାରୁ କାଶ୍ମୀର ଯାଏଁ ଦୀର୍ଘ ୩,୫୭୦ କିଲୋମିଟର ଯାଏଁ ପଦଯାତ୍ରା କରାଯିବ । ଭାରତ ଇତିହାସରେ କଂଗ୍ରେସ ନେତାମାନଙ୍କର ଏହା ଦୀର୍ଘତମ ପଦଯାତ୍ରା ବୋଲି କଂଗ୍ରେସ ଏକ ବିବୃତ୍ତିରେ ଦାବି କରିଛି । ଏହି ଭାରତ ଯୋଡ଼ ଯାତ୍ରାରେ ଭାରତର ବିଭିନ୍ନ ରାଜନୈତିକ ଦଳ ତଥା ସାମାଜିକ ସଂଗଠନର ଭରତ ଯୋଡ଼ ଯାତ୍ରୀଙ୍କ ସମର୍ଥନ ମିଳୁଛି । ମାହାରାଷ୍ଟ୍ରରେ ମଧ୍ୟ ଅନସିପି ସହ ଶିବସେନା ସମର୍ଥନ କରିବାନେଇ କୁହାଯାଇଛି ।

ତେବେ ୧୫୦ ଦିନ ଏହି ଯାତ୍ରା ମଧ୍ୟରେ କଂଗ୍ରେସ ନେତା କୌଣସି ହୋଟେଲରେ ରହିବେ ନାହିଁ । ଅତି ସାଧାରଣ ଭାବେ ସେମାନେ ନିଜର ପୁରା ଯାତ୍ରା ଶେଷ କରିବେ । କଣ୍ଟେନରରେ ରାହୁଲ ଗାନ୍ଧୀଙ୍କ ରାତ୍ରି ରହଣୀ ପାଇଁ ବ୍ୟବସ୍ଥା କରାଯାଉଛି । ଏଥିରେ ବେଡ୍, ଶୌଚାଳୟ ଏବଂ ଏସି ବ୍ୟବସ୍ଥା ଥିବା ଜଣାପଡିଛି । ପ୍ରତ୍ୟେକ ଦିନ ଏକ ନୂଆ ସ୍ଥାନରେ କଣ୍ଟେନରକୁ ରଖାଯିବ ଏବଂ ରାତ୍ରି ସମୟରେ ସେମାନେ ଏଥିରେ ବିଶ୍ରାମ ନେବେ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ବିଶାଳ ପଦଯାତ୍ରା ଆରମ୍ଭ କରୁଛି । ଭାରତ ଯୋଡ ଅଭିଯାନ ମାଧ୍ୟମରେ ସମସ୍ତ କଂଗ୍ରେସ କର୍ମୀ ଏବଂ ସଦସ୍ୟଙ୍କୁ ଯୋଡିବା କଂଗ୍ରେସର ଉଦ୍ଦେଶ୍ୟ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.