ETV Bharat / bharat

PMKVY ବିକାଶ ନାଁରେ ପ୍ରତାରଣା: ରାହୁଲ

author img

By

Published : Aug 4, 2021, 11:56 AM IST

Updated : Aug 4, 2021, 12:08 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । PMKVY ଯୋଜନା ବିକାଶ ନାଁରେ ପ୍ରତାରଣା ବୋଲି କହିଲେ ରାହୁଲ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କେନ୍ଦ୍ରର କୌଣସି କାର୍ଯ୍ୟରେ ସନ୍ତୁଷ୍ଟ ନୁହେଁ କଂଗ୍ରେସ । ସେ କୋରୋନା ପରିଚାଳନା ହେଉ କି ଟୀକାକରଣ ଅଭିଯାନ ସବୁଥିରେ କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । PMKVY ଯୋଜନା ବିକାଶ ନାଁରେ ଏହା ପ୍ରତାରଣା ବୋଲି କହିଛନ୍ତି ରାହୁଲ ।

ଏହି ଯୋଜନାକୁ ନେଇ ଖବରକାଗଜରେ ପ୍ରକାଶିତ ଏକ ଆର୍ଟିକିଲକୁ ସମାଲୋଚନା କରି ଏପରି ମନ୍ତବ୍ୟ ଦେଇଛନ୍ତି ରାହୁଲ । ଟ୍ବିଟ କରି ରାହୁଲ କହିଛନ୍ତି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ କାହାର ବିକାଶ ହୋଇନାହିଁ । ନିଯୁକ୍ତ ହଟାଇବା ପାଇଁ ସରକାରଙ୍କ ଏହି ଯୋଜନା ବୋଲି କହିଛନ୍ତି ରାହୁଲ ।

  • प्रधानमंत्री कौशल विकास योजना यानि:

    - जुमले देने में PM का कौशल
    - विकास के नाम पर धोखा
    - सरकार की ‘रोज़गार मिटाओ’ परियोजना#PMKVY pic.twitter.com/OLHv0MOTAS

    — Rahul Gandhi (@RahulGandhi) August 4, 2021 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କେନ୍ଦ୍ର ଉଦ୍ୟୋଗ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ଏକ ଫ୍ଲାଗସିପ୍ ଯୋଜନା । ଏହା ଏକ ଦକ୍ଷତା ସାର୍ଟିଫିକେଟ୍ ସ୍କିମ୍ ଯାହା ଯୁବ ଗୋଷ୍ଠୀଙ୍କୁ ଶିଳ୍ପ ସମ୍ବନ୍ଧୀୟରେ ତାଲିମ ନେବାକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛି । ଯାହା ଏକ ଉତ୍ତମ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିବ ।

@ANI

Last Updated :Aug 4, 2021, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.