ETV Bharat / bharat

Rajasthan: ଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଲେ ରାହୁଲ

author img

By ETV Bharat Odisha Team

Published : Sep 23, 2023, 10:58 PM IST

ରାଜସ୍ଥାନ ମହାରାଣୀ କଲେଜରେ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିଲେ ରାହୁଲ । ସ୍କୁଟିରେ ବୁଲିଲେ । ଦେଖନ୍ତୁ ଭିଡିଓ

Rajasthan: ଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଲେ ରାହୁଲ
Rajasthan: ଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଲେ ରାହୁଲ

Rajasthan: ଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଲେ ରାହୁଲ

ଜୟପୁର: ରାଜସ୍ଥାନ ଗସ୍ତରେ ଥିବା କଂଗ୍ରେସର ଚର୍ଚ୍ଚିତ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଆଜି ମହାରାଣୀ କଲେଜରେ ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ସେଠାରେ ସେ ମେଧାବୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବା ସହ ଜଣେ ଛାତ୍ରୀଙ୍କ ସହ ସ୍କୁଟିରେ ବସି ବୁଲିଛନ୍ତି ମଧ୍ୟ । ଏଠାକୁ ଆସି ନିଜ ଖୁସି ବ୍ୟକ୍ତ କରି ସେ କହିଛନ୍ତି, ସେ ଅନେକ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି । କିନ୍ତୁ ମହାରାଣୀ କଲେଜ ସେ ପରିଦର୍ଶନ କରିଥିବା ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ । ଏହି ସମୟରେ ଯୁବପିଢି ପାଇଁ କ’ଣ ଗୁରୁତ୍ୱପୂର୍ଣ୍ଣ ତାହା ଉପରେ ଆଲୋଚନା ହେବା ଉଚିତ ବୋଲି ସେ କହିଛନ୍ତି । ଏହି ସମୟରେ ରାହୁଲ ଗାନ୍ଧୀ ଦେଶରେ ମହିଳାଙ୍କ ସ୍ଥିତି ଏବଂ ଗତକାଲି ସଂସଦରେ ପାରିତ ହୋଇଥିଲା ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ବାଳିକା ଛାତ୍ରମାନଙ୍କ ଆଗରେ ନିଜର ମତ ରଖିଥିଲେ । ପରେ ସେ ସ୍କୁଟି ବାଣ୍ଟିବା ସହ ଛାତ୍ରୀଙ୍କ ସହ ସ୍କୁଟିରେ ବୁଲିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ନିକଟରେ ଦିଲ୍ଲୀର ଏକ ରେଳ ଷ୍ଟେସନରେ କୁଲି ବେଶରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଖାଲି ନଜର ଆସିଲେ ନାହିଁ ବୃତ୍ତିଗତ କୁଲିଙ୍କ ପରି ଲଗେଜ ମଧ୍ୟ ବୋହିଥିଲେ । ଗୁରୁବାର ଦିଲ୍ଲୀରେ ରାହୁଲଙ୍କର ଏପରି କିଛି ଅବତାର ଦେଖିବାକୁ ମିଳିଥିଲା । ଦିଲ୍ଲୀର ଆନନ୍ଦ ବିହାର ରେଲଓ୍ବେ ଷ୍ଟେସନରେ ପହଞ୍ଚି କୁଲିଙ୍କ ସହ ଆଲୋଚନା କରିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଗୁରୁବାର ସକାଳେ ରାହୁଲ ହଠାତ୍‌ ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ କାମ କରୁଥିବା କୁଲିଙ୍କ ଏକ ଗୋଷ୍ଠୀ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ନିଜେ କୁଲିଙ୍କ ପାରମ୍ପରିକ ପୋଷାକ ମଧ୍ୟ ପନ୍ଧିଥିଲେ । ମୁଣ୍ଡରେ ଲଗେଜ ମଧ୍ୟ ବୋହିଥିଲେ । ରାହୁଲଙ୍କ ଏହି ଗସ୍ତ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଥିଲା । ନିଜେ ସେ ଜଣେ କୁଲିଙ୍କ ପାରମ୍ପରିକ ପୋଷାକ ନାଲି ରଙ୍ଗର ସାର୍ଟ ମଧ୍ୟ ପିନ୍ଧିଥିଲେ । ରାହୁଲଙ୍କ ପୋଷାକର ବିଲ୍ଲା (ବାହୁରେ ବନ୍ଧାଯାଉଥିବା ଟ୍ୟାଗ) ନମ୍ବର ଥିଲା 756 ।

ଏହା ମଧ୍ୟ ପଢନ୍ତୁ :- ରାହୁଲ ହେଲେ କୁଲି ନମ୍ବର-756, ବୋହିଲେ ଲଗେଜ୍‌

ତେବେ ରାହୁଲଙ୍କ ଏହି ଗସ୍ତ ଓ କୁଲି ବେଶରେ ଲଗେଜ ଉଠାଇବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ରାହୁଲ ଗତବର୍ଷ ‘ଭାରତ ଯୋଡୋ ଯାତ୍ରା’ କାର୍ଯ୍ୟକ୍ରମରେ ଏକାଧିକ ଲୋକଙ୍କ ସହ ସହ ଏପରି ଭାବେ ମିଶିଥିବା ଦେଖିବାକୁ ମିଳିଥିଲା । ଧାନ କ୍ଷେତରେ ଟ୍ରାକ୍ଟର ଚଲାଇ ହଳ କରିବା ସହ ଧାନ ତଳି ରୋହିଥିଲେ ରାହୁଲ । ଅନ୍ୟ ଜଣେ ଅନଲାଇନ ଖାଦ୍ୟ ଡେଲିଭର ବଏଙ୍କ ସହ ସ୍କୁଟିରେ ମଧ୍ୟ ବୁଲି ରାହୁଲ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କର କୁଲି ବେଶ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.