ETV Bharat / bharat

ରାହୁଲ ହେଲେ କୁଲି ନମ୍ବର-756, ବୋହିଲେ ଲଗେଜ୍‌

author img

By ETV Bharat Odisha Team

Published : Sep 21, 2023, 3:45 PM IST

Updated : Sep 21, 2023, 3:55 PM IST

ହଠାତ୍‌ ରେଳ ଷ୍ଟେସନରେ ପହଞ୍ଚିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କୁଲି ପୋଷାକ ପିନ୍ଧି ଉଠାଇଲେ ଲଗେଜ । ପୁରା ଖବର ପଢନ୍ତୁ

ଦିଲ୍ଲୀରେ କୁଲିଙ୍କ ସହ ଆଲୋଚନା କଲେ ରାହୁଲ: ପୋଷାକ ପିନ୍ଧିଲେ, ଲଗେଜ ବୋହିଲେ
ଦିଲ୍ଲୀରେ କୁଲିଙ୍କ ସହ ଆଲୋଚନା କଲେ ରାହୁଲ: ପୋଷାକ ପିନ୍ଧିଲେ, ଲଗେଜ ବୋହିଲେ

କୁଲି ପୋଷାକ ପିନ୍ଧି ଲଗେଜ ବୋହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କୁଲି ବେଶରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଖାଲି ନଜର ଆସିଲେ ନାହିଁ ବୃତ୍ତିଗତ କୁଲିଙ୍କ ପରି ଲଗେଜ ମଧ୍ୟ ବୋହିଲେ । ଆଜି ଦିଲ୍ଲୀରେ ରାହୁଲଙ୍କର ଏପରି କିଛି ଅବତାର ଦେଖିବାକୁ ମିଳିଛି । ଦିଲ୍ଲୀର ଆନନ୍ଦ ବିହାର ରେଲଓ୍ବେ ଷ୍ଟେସନରେ ପହଞ୍ଚି କୁଲିଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜି (ଗୁରୁବାର) ସକାଳେ ରାହୁଲ ହଠାତ୍‌ ଆନନ୍ଦ ବିହାର ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ କାମ କରୁଥିବା କୁଲିଙ୍କ ଏକ ଗୋଷ୍ଠୀ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ନିଜେ କୁଲିଙ୍କ ପାରମ୍ପରିକ ପୋଷାକ ମଧ୍ୟ ପନ୍ଧିଥିଲେ । ମୁଣ୍ଡରେ ଲଗେଜ ମଧ୍ୟ ବୋହିଥିଲେ । ରାହୁଲଙ୍କ ଏହି ଗସ୍ତ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ।

  • जननायक राहुल गांधी जी आज दिल्ली के आनंद विहार रेलवे स्टेशन पर कुली साथियों से मिले।

    पिछले दिनों एक वीडियो वायरल हुआ था जिसमें रेलवे स्टेशन के कुली साथियों ने उनसे मिलने की इच्छा जाहिर की थी।

    आज राहुल जी उनके बीच पहुंचे और इत्मीनान से उनकी बात सुनी।

    भारत जोड़ो यात्रा जारी है.. pic.twitter.com/QrjtmEMXmZ

    — Congress (@INCIndia) September 21, 2023 " class="align-text-top noRightClick twitterSection" data=" ">

ରାହୁଲ ଆନନ୍ଦ ବିହାର ରେଲଓ୍ବେ ଷ୍ଟେସନରେ ପହଞ୍ଚିବା ପରେ କୁଲିମାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ଦୈନଦିନର ଯାତ୍ରୀଙ୍କ ଲଗେଜ ଉଠାଇବା କାମ ସମ୍ପର୍କରେ ପଚାରି ବୁଝିଥିଲେ । ସେମାନେ ରେଲଓ୍ବେ ଷ୍ଟେସନରେ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ରାହୁଲ ବୁଝିଥିଲେ । ନିଜେ ସେ ଜଣେ କୁଲିଙ୍କ ପାରମ୍ପରିକ ପୋଷାକ ନାଲି ରଙ୍ଗର ସାର୍ଟ ମଧ୍ୟ ପିନ୍ଧିଥିଲେ । ରାହୁଲଙ୍କ ପୋଷାକର ବିଲ୍ଲା (ବାହୁରେ ବନ୍ଧାଯାଉଥିବା ଟ୍ୟାଗ) ନମ୍ବର ଥିଲା 756 । ଏହା ପରେ ସେ ଏକ ଲଗେଜ ନିଜ ମୁଣ୍ଡରେ କିଛି ଦୂର ବୋହି ନେଇଥିଲେ । ପରେ ରାହୁଲ କୁଲି ରହୁଥିବା ବସ୍ତି ଓ କଲୋନୀ ମଧ୍ୟ ପରିଦର୍ଶନ କରିଥିଲେ । କୁଲିମାନେ ରାହୁଲଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ କହିଥିଲେ ।

ଏ ସମ୍ପର୍କରେ କଂଗ୍ରେସ ଅଫିସିଆଲ ଏକ୍ସ (ଟ୍ବିଟର) ଆକାଉଣ୍ଟରେ ଭିିଡିଓ ପୋଷ୍ଟ କରାଯାଇଛି । ଦଳ କହିଛି,‘‘ ଲୋକଙ୍କ ହିରୋ ରାହୁଲ ଆଜି ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରେ ନିଜର କୁଲିମିତ୍ରଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି । ପୂର୍ବରୁ କୁଲି ବନ୍ଧୁମାନେ ରାହୁଲଙ୍କୁ ଭେଟିବା ନେଇ ସେମାନଙ୍କର ଇଚ୍ଛା ପ୍ରକାଶ କରିଥିଲେ । ରାହୁଲ ଆଜି ସେମାନଙ୍କ ଗହଣରେ ପହଞ୍ଚିଥିଲେ । ’’

ଏହା ମଧ୍ୟ ପଢନ୍ତୁ:- ମହିଳା ସଂରକ୍ଷଣ ବିଲକୁ ସୋନିଆଙ୍କ ସମର୍ଥନ, କହିଲେ ଅବିଳମ୍ବେ ପାସ କରାଯାଉ

ତେବେ ରାହୁଲଙ୍କ ଏହି ଗସ୍ତ ଓ କୁଲି ବେଶରେ ଲଗେଜ ଉଠାଇବା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ପୂର୍ବରୁ ମଧ୍ୟ ରାହୁଲ ଗତବର୍ଷ ‘ଭାରତ ଯୋଡୋ ଯାତ୍ରା’ କାର୍ଯ୍ୟକ୍ରମରେ ଏକାଧିକ ଲୋକଙ୍କ ସହ ସହ ଏପରି ଭାବେ ମିଶିଥିବା ଦେଖିବାକୁ ମିଳିଥିଲା । ଧାନ କ୍ଷେତରେ ଟ୍ରାକ୍ଟର ଚଲାଇ ହଳ କରିବା ସହ ଧାନ ତଳି ରୋହିଥିଲେ ରାହୁଲ । ଅନ୍ୟ ଜଣେ ଅନଲାଇନ ଖାଦ୍ୟ ଡେଲିଭର ବଏଙ୍କ ସହ ସ୍କୁଟିରେ ମଧ୍ୟ ବୁଲି ରାହୁଲ ଚର୍ଚ୍ଚାକୁ ଆସିଥିଲେ । ଏବେ ତାଙ୍କର କୁଲି ବେଶ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 21, 2023, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.