ETV Bharat / bharat

ତୈଳଦର ତାତି, ୩୫ ପଇସା ଲେଖାଏଁ ବଢିଲା ପେଟ୍ରୋଲ-ଡିଜେଲ

author img

By

Published : Oct 20, 2021, 9:46 AM IST

ବଢୁଛି ତୈଳ ତାତି; ୩୫ ପଇସା ବଢିଲା ଡିଜେଲ, ଜାଣନ୍ତୁ ପେଟ୍ରୋଲ କେତେ...
ବଢୁଛି ତୈଳ ତାତି; ୩୫ ପଇସା ବଢିଲା ଡିଜେଲ, ଜାଣନ୍ତୁ ପେଟ୍ରୋଲ କେତେ...

ଦୁଇ ଦିନ ପରେ ଦେଶରେ ପୁଣି ବଢିଲା ତୈଳ ଦାମ୍ । ପେଟ୍ରୋଲ-ଡିଜେଲ ଦରରେ ୩୫ ପଇସା ଲେଖାଏଁ ବଢାଇଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦୁଇ ଦିନର ସ୍ଥିରତା ପରେ ପୁଣି ଅସ୍ଥିର ହେଲା ତୈଳ ଦର । ଦେଶରେ ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ । ଦୁଇ ଦିନ ଦର ଅପରିବର୍ତ୍ତିତ ରଖିବା ପରେ ଆଜି ପୁନର୍ବାର ତୈଳ ଦାମ୍ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଏହି ବୃଦ୍ଧି ସହ ଦେଶରେ ତୈଳ ଦର ପୁଣି ନୂଆ ରେକର୍ଡ ଛୁଇଁଛି ।

ତାଜା ଅପଡେଟ୍ ଅନୁସାରେ, ପେଟ୍ରୋଲ ଦର ୩୫ ପଇସା ଏବଂ ଡିଜେଲ ଦର ମଧ୍ୟ ଆଉ ୩୫ ପଇସା ମହଙ୍ଗା ହୋଇଛି । ଯାହାପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ବର୍ତ୍ତମାନ ଲିଟର ପ୍ରତି ୧୦୬.୧୯ ଟଙ୍କାରେ ବିକ୍ରି ହେଉଥିବାବେଳେ ମୁମ୍ବାଇରେ ଏହି ଦାମ୍ ୧୧୨.୧୧ ଟଙ୍କା ରହିଛି । ସେହିପରି ଜାତୀୟ ରାଜଧାନୀରେ ଡିଜେଲ ୯୪.୯୨ ଟଙ୍କାରେ ମିଳୁଥିବାବେଳେ ମୁମ୍ବାଇରେ ଦାମ୍ ୧୦୨.୮୯ ଟଙ୍କା ରହିଛି ।

କୋଲକାତାରେ ବର୍ତ୍ତମାନ ପେଟ୍ରୋଲ ଦାମ୍ ୧୦୬.୭୭ଟଙ୍କା ଏବଂ ଡିଜେଲ ୯୮.୦୩ ଟଙ୍କାରେ ପହଞ୍ଚିଛି । ଦେଶର ଅନ୍ୟ ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ ଦର ଯଥାକ୍ରମେ ଲିଟର ପିଛା ୧୦୩.୩୧ ଟଙ୍କା ଏବଂ ୯୯.୨୬ ଟଙ୍କାକୁ ବଢିଛି ।

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ମାସରେ ଦେଶରେ ପେଟ୍ରୋଲ-ଡିଜେଲ ଦର ଅହେତୁକ ବୃଦ୍ଧି ପାଇଛି । ଏକ୍ସପର୍ଟଙ୍କ କହିବାନୁଯାୟୀ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୦ ଡଲାରରେ ପହଞ୍ଚିଛି । ଏପରିସ୍ଥଳେ ଦେଶରେ ପେଟ୍ରୋଲ-ଡିଜେଲ ଦର ବଢିବା ଏକପ୍ରକାର ସ୍ବାଭାବିକ ଅଟେ । ସେପଟେ ତୈଳ ଦରରେ ବୃଦ୍ଧି ଅନ୍ୟ ସାମଗ୍ରୀ ଦାମକୁ ମଧ୍ୟ ପ୍ରଭାବିତ କରୁଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.