ETV Bharat / bharat

Pralay missile new generation: ବ୍ୟବହାରିକ ପରୀକ୍ଷଣ ସଫଳ

author img

By

Published : Dec 22, 2021, 5:10 PM IST

ସ୍ବଦେଶୀ ମଇଡେନ ଫ୍ଲାଇଟ କ୍ଷେପଣାସ୍ତ୍ର ‘ପ୍ରଳୟ ’ର ବିକଶିତ ସଂସ୍କରଣର ପରୀକ୍ଷଣ ସଫଳ । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ । ୧୫୦ ରୁ ୫୦୦ କିମି ମଧ୍ୟରେ କରିପାରବ ଟାର୍ଗେଟକୁ ଧ୍ବଂସ । ଅଧିକ ପଢନ୍ତୁ

missile Pralay: ନୂତନ ପିଢି ସଂସ୍କରଣର ବ୍ୟବହାରିକ ପରୀକ୍ଷଣ ସଫଳ
missile Pralay: ନୂତନ ପିଢି ସଂସ୍କରଣର ବ୍ୟବହାରିକ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ସ୍ବଦେଶୀ ମଇଡେନ ଫ୍ଲାଇଟ କ୍ଷେପଣାସ୍ତ୍ର ‘ପ୍ରଳୟ ’ର ନୂତନ ପିଢି ସଂସ୍କରଣର ପରୀକ୍ଷଣ ସଫଳ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) । ଆଜି ଓଡିଶା ଉପକୂଳ ତଥା ଧାମରା ନିକଟବର୍ତ୍ତୀ ଡ.ଅବଦୁଲ କଲାମ ଆଇଲ୍ୟାଣ୍ଡରୁ ଏହାର ସଫଳ ବ୍ୟବହାରିକ ପରୀକ୍ଷଣ ହୋଇଥିବା DRDO ପକ୍ଷରୁ ସୂଚନା ଦିଆଯାଇଛି ।

ପରୀକ୍ଷଣର ସଫଳତା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛି । ଏହି କ୍ଷେପଣାସ୍ତ୍ରକୁ ଉତକ୍ଷେପଣ କରାଯାଇଥିବାବେଳେ ଏହା ସମସ୍ତ ଟାର୍ଗେଟକୁ ସଫଳତାର ସହ ଭେଦ କରିଥିଲା । ସେହିପରି ଏହାର ସମସ୍ତ ନିୟନ୍ତ୍ରଣ ତଥା ମିସାଇଲର ଟ୍ରାକିଂ ସିଷ୍ଟମ ମଧ୍ୟ ସ୍ବାଭାବିକ ଭାବେ କାର୍ଯ୍ୟ କରିଛି ।

  • Congratulations to @DRDO_India and associated teams for the maiden development flight trial. My compliments to them for the fast track development and successful launch of modern Surface-to-Surface Quasi Ballistic missile. It is a significant milestone achieved today. pic.twitter.com/woixwxdxjb

    — Rajnath Singh (@rajnathsingh) December 22, 2021 " class="align-text-top noRightClick twitterSection" data=" ">

ଏହାର କ୍ଷମତା ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ବିଭାଗ କହିଛି, ଏହା ଏକ ସ୍ବଦେଶୀ ନିର୍ମିତ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ହୋଇଥିବା ବେଳେ, ଏହା ୧୫୦ରୁ ୫୦୦ କିମି ମଧ୍ୟରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରି ନଷ୍ଟ କରିପାରିବାର କ୍ଷମତା ରଖିଛି । ସେହିପରି ଏହା ଜରୁରୀ ସ୍ଥିତିରେ ମୋବାଇଲ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ ହୋଇପାରବ । ଏହି ନୂତନ ପିଢି କ୍ଷେପଣାସ୍ତ୍ରରେ ନାଭିଗେସନ ସିଷ୍ଟମ ଓ ମିସାଇଲ ଗାଇଡେଡ ସିଷ୍ଟମକୁ ମଧ୍ୟ ବିକଶିତ କରାଯାଇଛି । ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDOକୁ ଶୁଭେଚ୍ଛା ଜଣାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.