ETV Bharat / bharat

ବୁଡଗାମରୁ 2 ଆତଙ୍କବାଦୀ ସହଯୋଗୀ ଗିରଫ

author img

By

Published : May 17, 2022, 5:29 PM IST

ବଡଗାମରୁ 2 ଆତଙ୍କବାଦୀ ସହଯୋଗୀ ଗିରଫ
ବଡଗାମରୁ 2 ଆତଙ୍କବାଦୀ ସହଯୋଗୀ ଗିରଫ

କାଶ୍ମୀରର ବୁଡଗାମରୁ 2 ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କଲା ପୋଲିସ ଓ ସୁରକ୍ଷା ବାହିନୀର ମିଳିତ ଟିମ । ବିସ୍ଫୋରକ ସହ ଆପତ୍ତିଜନକ ସାମଗ୍ରୀ ଜବତ । LeT ସହଯୋଗୀ ହୋଇଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: କାଶ୍ମୀରର ବୁଡଗାମରୁ ଦୁଇ ଆତଙ୍କବାଦୀ ସହଯୋଗୀ ଗିରଫ । ଆଜି ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ ମିଳିତ ସର୍ଚ୍ଚ ଅପରେସନ କରୁଥିବାବେଳେ ଏହି 2 ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏମାନେ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋଇବା (LeT ) ପାଇଁ କାର୍ଯ୍ୟ କରୁଥିବା ପ୍ରାଥମିକ ପଚରାଉଚୁରାରୁ ସୂଚନା ମିଳିଥିବା ପୋଲିସ ସୂଚନା ଦେଇଛି । ସେମାନଙ୍କ ନିକଟରୁ ବିସ୍ଫୋରକ ସମତେ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ସେନାର 62-RR,CRPF ର 43-Bn ୟୁନିଟ ସହ ସ୍ଥାନୀୟ ପୋଲିସ ଚାନ୍ଦପୋରା ଚେକପୋଷ୍ଟରେ ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ଏହି ଦୁଇ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଆତଙ୍କୀ ସାହିଦ ଅହମ୍ମଦ ଶେଖ ଓ ଜଲାଲ ଉଦ୍ଦିନ ଶେଖ ବୋଲି ସ୍ପଷ୍ଟ ହୋଇଛି । ଉଭୟ ବଡଗାମର ସ୍ଥାନୀୟ ବାସିନ୍ଦା ହୋଇଥିବାବେଳେ ଗତ କିଛି ମାସ ଧରି ଆତଙ୍କୀ ସଗଂଠନ LET ସହ ଜଡିତ ରହିଥିଲେ ।

ଘାଟିରେ ଆକ୍ରମଣ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏମାନେ ଆତଙ୍କୀ ସଂଗଠନକୁ ସୂଚନା ଓ ଅନ୍ୟ ସମସ୍ତ ସହଯୋଗ ଯୋଗାଉଥିବା ପୋଲିସ କହିଛି । ଏମାନଙ୍କ ବିରୋଧରେ ସ୍ଥାନୀୟ ବୁଡଗାମ ଥାନାରେ FIR No. 153/2022 ରୁଜୁ ହେବା ସହ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.