ETV Bharat / bharat

ଅମ୍ରିତପାଲ ସିଂର ଆଉ ୩ ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

author img

By

Published : Apr 15, 2023, 2:11 PM IST

ଅମ୍ରିତପାଲ ସିଂର ଆଉ ୩ ସହଯୋଗୀଙ୍କୁ ଗିରଫ
ଅମ୍ରିତପାଲ ସିଂର ଆଉ ୩ ସହଯୋଗୀଙ୍କୁ ଗିରଫ

ଅମ୍ରିତପାଲ ସିଂର ଆଉ ୩ ସହଯୋଗୀଙ୍କୁ ଗିରଫ କଲା ପଞ୍ଜାବ ପୋଲିସ । ହେଲେ ଏବେ ବି ଅମ୍ରିତପାଲର ପତ୍ତା ମିଳୁନି । ଅଧିକ ପଢନ୍ତୁ

ଚଣ୍ଡିଗଡ: ଖଲିସ୍ତାନୀ ନେତା ତଥା 'ପଞ୍ଜାବ ୱାରିସ ଦେ' ସଂଗଠନର ମୁଖ୍ୟ ଅମ୍ରିତପାଲ ସିଂ ଫେରାର୍ ଘଟଣାରେ ପଞ୍ଜାବ ପୋଲିସକୁ ବଡ ସଫଳତା ମିଳିଛି । ପୋଲିସ ଗତକାଲି(ଶୁକ୍ରବାର) ଅମ୍ରିତପାଲର ଆଉ ୩ ଜଣ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଜଣେ ଆଇନଜୀବୀ ରହିଛନ୍ତି । ସେମାନେ ଫେରାର୍ ଥିବା ଖଲିସ୍ତାନୀ ନେତାକୁ ଅନୁସରଣ କରିବା ସହ ସହାୟତା କରିଥିଲେ । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୨ଟି ପିସ୍ତଲ ଜବତ କରିଛି । ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଜଳନ୍ଧର ଜିଲ୍ଲାର ହୋଇଥିବାବେଳେ ଗିରଫ ଆଇନୀଜୀବ ରାଜଦୀପ ସିଂହ ହୋଶିଆରପୁର ନିବାସୀ ହୋଇଥିବା ଜଣାପଡିଛି ।

ପୋଲିସ ଠାରୁ ପ୍ରାପ୍ତ ସୂଚନା ମୁତାବକ, କାନାଡାରୁ ଜଣେ NRI ଏହି ତିନି ଜଣଙ୍କୁ ୯୦ ହଜାର ଟଙ୍କା ପଠାଇଥିଲା । ପରେ ଏହି ଟଙ୍କା ସେମାନେ ଅମ୍ରିତପାଲ ନିକଟକୁ ପଠାଇଥିଲେ । ଏପରିକି ଅଭିଯୁକ୍ତମାନେ ଅମ୍ରିତପାଲ ସିଂର ରହିବା ବନ୍ଦୋବସ୍ତ ମଧ୍ୟ କରିଥିଲେ । ପୋଲିସ ତିନି ଜଣଙ୍କୁ ଗିରଫ କରି ପଳାତକ ଖଲିସ୍ତାନୀ ନେତା ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିବା କୁହାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ପରେ ପୋଲିସ ଦିନିକିଆ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି । ସେହିପରି ଗତକାଲି ରାତିରେ ପୋଲିସ ଅମ୍ରିତପାଲର ଆଉ କେତେକ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି । ସେମାନଙ୍କୁ ପଚାରଉଚରା ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ପ୍ରୟାଗରାଜରେ ଅସଦକୁ ଦିଆଗଲା କବର, ପୁଅର ଶେଷ ଦର୍ଶନ କରିପାରିଲାନି ଅତିକ ଅହମ୍ମଦ

ପୂର୍ବରୁ ପୋଲିସ ହୋଶିଆରପୁରର ରାଜପୁରା ଭାଇୟୋଁ ଅଞ୍ଚଳରୁ ଅମ୍ରିତପାଲକୁ ସହଯୋଗ କରିଥିବା ଦୁଇ ଜଣ ଭାଇଙ୍କୁ ଗିରଫ କରିଥିଲା । ମାର୍ଚ୍ଚ ୨୮ରେ ଅମ୍ରିତପାଲ ସିଂ ମାରନାଇ ଗ୍ରାମରୁ ଫେରାର୍ ହେବା ପରେ ସେହି ଦିନ ସେ ଏହି ଦୁଇ ଭାଇଙ୍କୁ ଭେଟିଥିଲା । ଦୁଇ ଭାଇ ଖଲିସ୍ତାନୀ ନେତାକୁ ନିଜ ଘରକୁ ଆଣି ଖାଇବାକୁ ଓ ପିନ୍ଧିବାକୁ ପୋଷାକ ଦେଇଥିଲେ । ଏହା ଜାଣିବା ପରେ ପୋଲିସ ଦୁହିଁଙ୍କୁ ଗିରଫ କରିଥିଲା । କହିରଖୁଛୁ କି, ଗତ ମାର୍ଚ୍ଚ ୧୮ ତାରିଖରୁ ଅମ୍ରିତାପାଲ ସିଂ ଫେରାର୍ ରହିଛି । ତାକୁ ଧରିବାକୁ ପଞ୍ଜାବ ପୋଲିସ ଚାରିଆଡେ ତନାଘନା ଚଳାଇଛି ହେଲେ ଏ ଯାଏଁ ତା'ର ପତ୍ତା ମିଳୁନି ।

ଏହାମଧ୍ୟ ପଢନ୍ତୁ: ଚୋକସି ସପକ୍ଷରେ ରାୟ ଶୁଣାଇଲେ ଆଣ୍ଟିଗୁଆ ବାରବୁଡା କୋର୍ଟ, ଭାରତ ଆଣିବା ହେବ ମୁସ୍କିଲ !

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.