ETV Bharat / bharat

Afghanistan Crisis: ପୁତିନଙ୍କ ସହ କଥା ହେଲେ ପିଏମ୍ ମୋଦି

author img

By

Published : Aug 24, 2021, 3:05 PM IST

Updated : Aug 24, 2021, 3:17 PM IST

Afganistan Crisis: ଋଷ ରାଷ୍ଟ୍ରପତି ପୁତିନଙ୍କ ସହ କଥା ହେଲେ PM ମୋଦି
Afganistan Crisis: ଋଷ ରାଷ୍ଟ୍ରପତି ପୁତିନଙ୍କ ସହ କଥା ହେଲେ PM ମୋଦି

ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଋଷ ରାଷ୍ଟ୍ରପତି ପୁତିନ ଓ ମୋଦି ଆଲୋଚନା କରିଛନ୍ତି । ଦୀର୍ଘ ୪୫ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ପୁତିନ ଓ ମୋଦି ଆଲୋଚନା କରିଛନ୍ତି । ଦୀର୍ଘ ୪୫ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।

ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ସାମ୍ପ୍ରତିକ ପରିସ୍ଥିତି ଉପରେ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହିତ ଏକ ବିସ୍ତୃତ ଆଲୋଚନା ହୋଇଛି | COVID-19 ବିରୋଧରେ ଭାରତ ଓ ଋଷ ସହଯୋଗ ସମେତ ଦ୍ୱିପାକ୍ଷିକ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ମୋଦି ।

ଆପଗାନିସ୍ତାନକୁ ତାଲିବାନର କବଜା ପରେ ସେଠାରେ ସ୍ଥିତି ଦିନକୁ ଦିନ ବିଗିଡି ଚାଲିଛି । ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିବାକୁ ପ୍ରୟାସ କରୁଛି ତାଲିବାନ । ନିକଟ ଭବିଷ୍ଯତରେ ଏହି ସଂଘର୍ଷର ଅନ୍ତ ଘଟିବା ପରି ଲାଗୁନଥିବାବେଳେ ମଧ୍ୟଏସିଆ ସମେତ ଆଫଗାନିସ୍ତାନ ପଡୋଶୀ ଦେଶଗୁଡିକ ସହ ସଂଲଗ୍ନ ସୀମୀରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ।

ସେପଟେ ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଆମେରିକାକୁ ଚେତାବନୀ ଦେଇସାରିଛି ତାଲିବାନ । ଯଦି ନିର୍ଦ୍ଧାରିତ ସମୟରେ ସୈନ୍ୟ ପ୍ରତ୍ୟାହାର ନହୁଏ, ତାହେଲେ ସ୍ଥିତି ଭୟାବହ ହେବ ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ବିଶ୍ବର ବଡ ବଡ ଦେଶ କିନ୍ତୁ ସୈନ୍ୟ ପ୍ରତ୍ୟାହାର ସୀମା ବୃଦ୍ଧି ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି । କ୍ରମାଗତ ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଚାପ ପଡୁଛି ।

ଦ୍ରୁତ ଗତିରେ ବଦଳୁଥିବା ଘଟଣାକ୍ରମ ଉପରେ କଡା ନଜର ରଖିଛି ବିଶ୍ବ । ଏହାରି ମଧ୍ୟରେ ଆଫଗାନିସ୍ତାନ ସଙ୍କଟ ଉପରେ G-7 ଜରୁରୀକାଳୀନ ବୈଠକ ଡକାଇଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଆଫଗାନିସ୍ତାନ ସଙ୍କଟକୁ ନେଇ ଆମେରିକା ଉପରେ ଉଠୁଛି ପ୍ରଶ୍ନ । ଏନେଇ ରାଷ୍ଟ୍ରପତି ବାଇଡେନ ସମାଲୋଚନାର ଶିକାର ହେଉଛନ୍ତି । ଋଷ ମଧ୍ୟ ଏଥିପାଇଁ ଆମେରିକାକୁ ଦାୟୀ ମାନୁଛି ।

Last Updated :Aug 24, 2021, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.