ETV Bharat / bharat

9th international Yoga day In UN: ‘ଯୋଗ ଜୀବନର ମାର୍ଗ’, ବିଶ୍ବକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

author img

By

Published : Jun 21, 2023, 7:49 PM IST

9th international Yoga day In UN: ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ, ପିଏମ କହିଲେ ଯୋଗ ଜୀବନର ମାର୍ଗ
9th international Yoga day In UN: ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ, ପିଏମ କହିଲେ ଯୋଗ ଜୀବନର ମାର୍ଗ

ଜାତିସଂଘ ମୁଖ୍ୟାଳୟର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । କହିଲେ ଯୋଗ ଜୀବନର ମାର୍ଗ । ଗୋଟିଏ ବିଶ୍ବ ,ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତର ଦେଲେ ମନ୍ତ୍ର । ଅଧିକ ପଢନ୍ତୁ

ହାଇଦ୍ରାବାଦ: ‘‘ଯୋଗ ଭାରତୀୟ ପରମ୍ପରାରୁ ଆସିଛି । ହେଲେ ଏହା କିନ୍ତୁ ଏହା ଏକ ପ୍ରାଚୀନ ପରମ୍ପରା । ଏହା ବାସ୍ତବରେ ବୈଶ୍ବିକ ପରମ୍ପରା । ଏହି ଯୋଗ ମାନବତାକୁ ଯୋଡେ, ଏହା କେବଳ ଏକ ପରମ୍ପରା ନୁହେଁ ବରଂ ଏହା ଜୀବନର ଏକ ମାର୍ଗ । ଏହା ବୟସ, ଲିଙ୍ଗ ନିର୍ବିଶେଷରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଗ୍ରହଣୀୟ । ଏହା ସମସ୍ତ କପିରାଇଟଠାରୁ ମଧ୍ୟ ମୁକ୍ତ । ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

  • #WATCH | At the Yoga Day event at the UN HQ in New York, PM Narendra Modi says, "...Let us use the power of Yoga not only to be healthy, happy but also to be kind to ourselves and to each other. Let us use the power of Yoga to build bridges of friendship, a peaceful world and a… pic.twitter.com/QwAEEBo9r8

    — ANI (@ANI) June 21, 2023 " class="align-text-top noRightClick twitterSection" data=" ">

କର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଗତ ବର୍ଷ ସମଗ୍ର ବିଶ୍ବ ବର୍ଷ 2023କୁ ‘ଅନ୍ତର୍ଜାତୀୟ ମିଲେଟ ବର୍ଷ’ ଭାବେ ପାଳନ କରିବା ନେଇ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲା । ଏହା ଦେଖି ଖୁସି ଲାଗୁଛି, ପୁଣି ଥରେ ସମଗ୍ର ବିଶ୍ବ ଆଜି ଯୋଗ ପାଇଁ ଏକାଠି ହୋଇଛି । ମତେ ଏହା ସୂଚୀତ କରାଯାଇଛି, ଆଜିର ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶର ପ୍ରତିନିିଧି ଏକାଠି ହୋଇଛନ୍ତି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।" ସମ୍ବୋଧନ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ବସୁଧୈବ କୁଟୁମ୍ବକଂ ମନ୍ତ୍ରର ଉଦାହରଣ ଦେଇଥିଲେ । ସମସ୍ତେ ଖୁସି ଓ ନିରାମୟ ରହୁନ୍ତୁ । ଗୋଟିଏ ବିଶ୍ବ ,ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତର ମନ୍ତ୍ର ନେଇ ଆଗକୁ ବଢନ୍ତୁ ବୋଲି କହିଥିଲେ ।

ସମ୍ବୋଧନ କାର୍ଯ୍ୟକ୍ରମ ପରେ ଜାତିସଂଘ ମୁଖ୍ଯାଳୟରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନିଜେ ଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 180 ଦେଶର ନାଗିରକ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘ ମୁଖ୍ୟାଳୟରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଆଜି ସାରା ବିଶ୍ବର କୋଣ ଅନୁକୋଣରେ ଯୋଗ ଦିବସ ପାଳିତ ହୋଇଛି ।

ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ବହୁଚର୍ଚ୍ଚିତ 4 ଦିନିଆ ଆମେରିକା ଗସ୍ତର ଏହା ପ୍ରଥମ ଔପଚାରିକ କାର୍ଯ୍ୟକ୍ରମ ଥିଲା । ଆଜି ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ପ୍ରତିଷ୍ଠିତ ଆମେରିକୀୟ ଉଦ୍ୟୋଗପତି ଏଲନ ମସ୍କଙ୍କ ସମେତ ଏକାଧିକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ପରେ ସେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ହ୍ବାଇଟ ହାଉସରେ ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବେ । ସେ ଆମରିକା କଂଗ୍ରେସ(ସଂସଦ)ର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ ।

ରାଷ୍ଟ୍ରପତି ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦ୍ବିପାକ୍ଷିକ ଆଲୋଚନ ମଧ୍ୟ ହେବ । ଗସ୍ତର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତକୁ ଐତିହାସିକ ଦର୍ଶାଇବା ସହ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ନେଇ ବିଦେଶ ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.