ETV Bharat / bharat

ଡିପଫେକ୍‌ ଭିଡିଓକୁ ନେଇ ଚିନ୍ତିତ ପ୍ରଧାନମନ୍ତ୍ରୀ, ଜନତାଙ୍କୁ ଶିକ୍ଷିତ କରିବା ପାଇଁ ଗଣମାଧ୍ୟମକୁ ଅପିଲ୍‌

author img

By ETV Bharat Odisha Team

Published : Nov 17, 2023, 3:47 PM IST

Updated : Nov 17, 2023, 4:26 PM IST

PM Modi terms deep fake as problematic: ଡିପଫେକ୍‌ ଭିଡିଓକୁ ନେଇ ଚିନ୍ତିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତାଙ୍କୁ ଶିକ୍ଷିତ କରିବା ପାଇଁ ଗଣମାଧ୍ୟମକୁ କଲେ ଅପିଲ୍‌ । ଅଧିକ ପଢନ୍ତୁ

PM Modi
PM Modi

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଦୁରୂପଯୋଗ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ କିଛି ଦିନ ତଳେ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପଫେକ୍‌ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ଆଜି ଅଭିନେତ୍ରୀ କାଜୋଲଙ୍କ ଡିଫଫେକ୍‌ ଭିଡିଓ ଭାଇରାଲ ହୋଇଛି । ବଢୁଥିବା ଡିପଫେକ ଭିଡିଓକୁ ନେଇ ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏଭଳି ଫେକ୍‌ ଖବର ସମ୍ପର୍କରେ ଜନତାଙ୍କୁ ଶିକ୍ଷିତ କରିବା ପାଇଁ ସେ ଗଣମାଧ୍ୟମକୁ ଅପିଲ୍‌ କରିଛନ୍ତି । ଜାତୀୟ ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ 'ଦିୱାଲି ମିଲଣ' କାର୍ଯ୍ୟକ୍ରମରେ AIର ଦୁରୂପଯୋଗ ସମ୍ପର୍କରେ ଦେଶବାସୀଙ୍କୁ ସତର୍କ କରାଇଛନ୍ତି ମୋଦି ।

କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, " ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଉପଯୋଗ କରି 'ଡିପଫେକ୍‌' ଭିଡିଓ ବନାଇବା ନିହାତି ଚିନ୍ତାଜନକ ବିଷୟ ।" ସୂଚନା ଥାଉ କି ଗତ କିଛି ଦିନ ତଳେ ଦକ୍ଷିଣ ସିନେ ଜଗତର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଫଟୋକୁ AIର ବ୍ୟବହାର କରି ଅଶ୍ଳୀଳ ଆକାରରେ ଦର୍ଶାଯାଇଥିଲା । ଯାହାକୁ ନେଇ ଖୋଦ ଅଭିନେତ୍ରୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଗ ବି ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ପ୍ରତିକ୍ରିୟା ରଖିଥିଲେ । ସାଇବର ପୋଲିସ ତଦନ୍ତ କରି ଏଭଳି ନିନ୍ଦନୀୟ କାଣ୍ଡ ଭିଆଇଥିବା ବ୍ୟକ୍ତିକୁ ଗିରଫ କରିବା ଲାଗି ମଧ୍ୟ ଦାବି କରିଥିଲେ ।

ଏହା ବି ପଢନ୍ତୁ- ରଶ୍ମିକା ମନ୍ଦାନା ଡିପ ଫେକ୍ ଭିଡିଓ ଭାଇରାଲ: ବିହାରର ଜଣକୁ ଅଟକ ରଖି ପଚରାଉଚରା କରୁଛି ଦିଲ୍ଲୀ ପୋଲିସ

ଅନ୍ୟପଟେ ଉତ୍ତର ଭାରତର ଗଣ ପର୍ବ 'ଛଟ୍‌ ପୂଜା' ପାଳିତ ହେଉଛି । ଏହା ସମ୍ପର୍କରେ ମଧ୍ୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ । ଏନେଇ ପ୍ରଧାନମନ୍ତ୍ରୀ କହିଥିଲେ, " ୪ ଦିନ ଧରି ପାଳନ ହେଉଥିବା ଛଟ୍‌ ପୂଜା ହେଉଛି ରାଷ୍ଟ୍ରୀୟ ପର୍ବ । ଏହାଦ୍ବାରା ଚତୁର୍ଦ୍ଦିଗରେ ଆନନ୍ଦ ଭରି ଯାଇଛି ।" ଏହାସହିତ ଏହି ପର୍ବ ଲାଗି ଉତ୍ତର ଭାରତବାସୀଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ । ବିଜେପି ସରକାର ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିଥିଲେ ।

ଏହା ବି ପଢନ୍ତୁ- ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅଜ୍ଞାତ ପାର୍ଶ୍ବ, ଟେକ୍ନୋଲୋଜି ବିଶ୍ବର ଡିପ୍‌ ଫେକ

ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଭାରତର ସଫଳତା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । କୋଭିଡ ମହାମାରୀ ସମୟରେ ଭାରତ ଅନେକ ଐତିହାସିକ ଭୂମିକା ଗ୍ରହଣ କରିଥିଲା । ଯାହା ଫଳରେ ଦେଶବାସୀଙ୍କ ମନରେ ଆତ୍ମବିଶ୍ବାସ ଜାଗ୍ରତ ହୋଇଥିଲା । ଏହା ବାସ୍ତବ ଯେ ଭାରତ ବିକାଶ ଦିଗରେ ଅଗ୍ରଗତି ହେଉଛି । 'ବିକଶିତ ଭାରତ' ଏବେ ଗ୍ରାଉଣ୍ଡ ରିଅଲିଟି । ଏଥିଲାଗି ଜନତାଙ୍କ ଭରପୂର ସହଯୋଗ ରହିଥିବା ମୋଦି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 17, 2023, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.