ETV Bharat / bharat

PM-CM ବୈଠକ: ଆଜି 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

author img

By

Published : Jul 16, 2021, 7:35 AM IST

PM-CM ବୈଠକ: କୋରୋନା ସ୍ଥିତିନେଇ ଆଜି 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି
PM-CM ବୈଠକ: କୋରୋନା ସ୍ଥିତିନେଇ ଆଜି 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

କୋରୋନା ସ୍ଥିତି ନେଇ ଆଜି 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଜି ଦିନ 11ଟା ସମୟରେ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଜି ପିଏମ ସିଏମ ବୈଠକ । କୋରୋନା ସ୍ଥିତି ନେଇ ଆଜି 6 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଓ ତାମିଲନାଡୁର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଜି ଦିନ 11ଟା ସମୟରେ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଏହି ରାଜ୍ୟ ଗୁଡିକରେ କୋରୋନା ସ୍ଥିତି କେମିତି ରହିଛି ସେନେଇ ସମୀକ୍ଷା କରିବେ ମୋଦି ।

ଏହି 6 ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ ହେବ ଆଲୋଚନା । ଦେଶରେ ଏବେ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ କିଛି ରାଜ୍ୟରେ କୋରୋନାର କୋପ କମିନାହିଁ, ଏହାକୁ କିପରି ନିୟନ୍ତ୍ରଣକୁ ଅଣାଯାଇ ପାରିବ ସେନେଇ ଆଲୋଚନା ହେବ ।

ସମ୍ପୃକ୍ତ ରାଜ୍ୟରେ କୋଭିଡ ପରିସ୍ଥିତି ଓ ଟୀକାକରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ । ସଂକ୍ରମଣ ନିୟନ୍ତ୍ରଣ ନେଇ ରାଜ୍ୟ ସରକାରମାନେ କଣ ସବୁ ପଦକ୍ଷେପ ନେଇଛନ୍ତି ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବିଭିନ୍ନ ରାଜ୍ୟରେ ମୁଖ୍ୟମନ୍ତ୍ରୀ ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଧିକ ଟିକା ନେଇ ଦାବି କରିପାରନ୍ତି ବୋଲି କୁହାଯାଉଛି ।

ସୂଚନା ଥାଉକି, ଗତ ମଙ୍ଗଳବାର 8 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.