ETV Bharat / bharat

Ukraine Crisis: ଅପରେସନ୍ ଗଙ୍ଗା ନେଇ ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ଆଲୋଚନା

author img

By

Published : Mar 1, 2022, 12:11 PM IST

Updated : Mar 1, 2022, 1:27 PM IST

Ukraine Russia Crisis: ସାମ୍ପ୍ରତିକ ସ୍ଥିତିକୁ ନେଇ ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ଆଲୋଚନା
Ukraine Russia Crisis: ସାମ୍ପ୍ରତିକ ସ୍ଥିତିକୁ ନେଇ ରାଷ୍ଟ୍ରପତିଙ୍କ ସହ ମୋଦିଙ୍କ ଆଲୋଚନା

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଙ୍ଗଳବାର ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି । ୟୁକ୍ରେନର ସମ୍ପତି ସ୍ଥିତି ଓ ଭାରତୀୟଙ୍କ ଉଦ୍ଧାର ନେଇ କଲେ ଆଲୋଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଫସି ରହିଛନ୍ତି ଅନେକ ଭାରତୀୟ । ସେମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର 'ଅପରେସନ ଗଙ୍ଗା' ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ତେବେ ୟୁକ୍ରେନରୁ ଭାରତୀୟଙ୍କୁ କିପରି ଉଦ୍ଧାର କାର୍ଯ୍ୟ ଜାରି ରହିଛି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଲୋଚନା କରିଛନ୍ତି । ଏ ସମ୍ପର୍କରେ ସରକାରୀ ସୂତ୍ରରୁ ସୂଚନା ଦିଆଯାଇଛି ।

ରବିବାର ଅପରେସନ ଗଙ୍ଗାକୁ ନେଇ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡ଼ାକିଥିଲେ । ଏଥିରେ ୟୁକ୍ରେନର ସ୍ଥିତି ସମ୍ପର୍କରେ ଓ ଫସିଥିବା ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଉଦ୍ଧାର ପାଇଁ ଆଲୋଚନା ହୋଇଥିଲା । ଭାରତ ସରକାର ଯଥାଶୀଘ୍ର ଭାରତୀୟଙ୍କୁ ଫେରାଇ ଆଣିବାକୁ ଯଥାସମ୍ଭବ ଉଦ୍ୟମ କରୁଥିବା ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ସୂଚନା ଦେଇଥିଲେ । ରବିବାର ୟୁକ୍ରେନ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ଦ୍ବିତୀୟ ଥର ଲାଗି ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ ।

ଏହି ଅପରେସନ ଗଙ୍ଗାକୁ ତଦାରଖ କରିବା ପାଇଁ ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ମୋଦି ୪ ମନ୍ତ୍ରୀ ପଠାଇବେ ବୋଲି ସ୍ଥିର କରିଥିଲେ । ସେଥିମଧ୍ୟରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜ୍ଜୁ ଓ ଭି. କେ ସିଂ । ଭାରତ ସରକାର ସ୍ବତନ୍ତ୍ର ବିମାନ ମାଧ୍ୟମରେ ଭାରତୀୟଙ୍କୁ ଉଦ୍ଧାର କରିବା ଜାରି ରଖିଛନ୍ତି । ସେପଟେ ଆଜି(ମଙ୍ଗଳବାର) ୭ମ ବିମାନ ୧୮୨ ଭାରତୀୟଙ୍କୁ ନେଇ ରୋମାନିଆର ବୁକାରେଷ୍ଟରେ ପହଞ୍ଚିଛି ।

ତେବେ ସୂଚନା ଥାଉ କି ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ସୋମବାର ୟୁକ୍ରେନରୁ ପ୍ରାୟ ୫ ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେପଟେ ୟୁକ୍ରେନରେ ୧୮ ହଜାର ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ଖୁବଶୀଘ୍ର ଉଦ୍ଧାର ପାଇଁ ଅଭିଯାନ ଜାରି ରହିଥିବା ସରକାରୀ ସୂତ୍ରରୁ ପ୍ରକାଶ ।

@ANI

Last Updated :Mar 1, 2022, 1:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.