ETV Bharat / bharat

ହୃହୟ ଜିତୁଛି କାର୍ଯ୍ୟାଳୟରେ ବାପାମାଆଙ୍କ ସହ IAS ଅଫିସରଙ୍କ ଫଟୋ

author img

By

Published : May 24, 2022, 3:05 PM IST

ହୃହୟ ଜିତୁଛି କାର୍ଯ୍ୟାଳୟରେ ବାପାମାଆଙ୍କ ସହ IAS ଏଫିସରଙ୍କ ଫଟୋ
ହୃହୟ ଜିତୁଛି କାର୍ଯ୍ୟାଳୟରେ ବାପାମାଆଙ୍କ ସହ IAS ଏଫିସରଙ୍କ ଫଟୋ

ରାଜସ୍ଥାନର ମେୱାଟ ଏବେ ଚର୍ଚ୍ଚାରେ । ଇତିହାସରେ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ମେୱାଟ ଏବେ ଲୋକଙ୍କ ହୃହୟରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋ ପାଇଁ ଲାଇମଲାଇଟରେ ରହିଛି ମେୱାଟ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ମେୱାଟ ଏବେ ଚର୍ଚ୍ଚାରେ । ଇତିହାସରେ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ମେୱାଟ ଏବେ ଲୋକଙ୍କ ହୃହୟରେ ରହିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଫଟୋ ପାଇଁ ଲାଇମଲାଇଟରେ ରହିଛି ମେୱାଟ । ଏହି ଅଞ୍ଚଳର ଆଇଏଏସ୍ ଅଧିକାରୀ ଜବବ ଖାନ୍ ତାଙ୍କ ପିତାମାତାଙ୍କ କାର୍ଯ୍ୟାଳୟରେ ବସାଇ ଉଠାଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି ଯାହା ଅନେକଙ୍କ ହୃଦୟ ଜିତିଛି ।

ଫଟୋରେ ଦେଖିବାକୁ ମିଳିଛି ଆଇଏଏସ ଜବବ ଖାନ୍ ତାଙ୍କ ଅଫିସର ଚେୟାରରେ ବାପାମାଆଙ୍କୁ ବସାଇଛନ୍ତି ଓ ସେ ପଛରେ ଛିଡା ହୋଇଛନ୍ତି । ପିତାମାତା ଗର୍ବିତ ମନେ କରୁଥିବା ଦେଖିବାକୁ ମିଳିଛି । ମେୱାଟର ଛୋଟ ଗାଁ ରୁନ୍ଧରୁ ଆସିଥିବା ଖାନ ଏକ ବଡ ପଦବୀରେ ପହଞ୍ଚିଛନ୍ତି । ବର୍ତ୍ତମାନ ଏସଏସପି ପଦରେ ଅଛନ୍ତି ଜବର ଖାନ (Senior Superintendent of Post Office) । ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଚିକିତ୍ସିତ ହେବାକୁ ଆସିଥିବା ସମୟରେ ବାପାମାଆଙ୍କ ସହ ଏହି ଫଟୋ ଉଠାଇଛନ୍ତି ଆଇଏଏସ ଅଧିକାରୀ ଜବବ ଖାନ୍ ।

ଗାଁରୁ ହିଁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ଖାନ । ଏକାଦଶ ଶେଷ କରିବାକୁ ସିକରକୁ ଯାଇଥିଲେ । ଅଲୱାରରୁ ସ୍ନାତକୋତ୍ତର ଏବଂ ଜୟପୁରର ରାଜସ୍ଥାନ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ସମାପ୍ତ କରିଥିଲେ। ଦ୍ବାଦଶ ଶେଷ କରିବା ପରେ ସେ ଭାରତୀୟ ନୌସେନା ପାଇଁ ମନୋନୀତ ହୋଇଥିଲେ। ଏହା ପରେ ସେ UPSC ମାଧ୍ୟମରେ ରେଳବାଇରେ ଆସିଷ୍ଟାଣ୍ଟ ରେଳ କମିଶନର ଭାବରେ ମନୋନୀତ ହୋଇଥିଲେ ଏବଂ ପରେ ସେ 2017ରେ ଭାରତୀୟ ଡାକ ସେବାରେ ପ୍ରବେଶ କରିଥିଲେ ।

ତାଙ୍କର ଏକାଡେମିକ୍ ଏବଂ କ୍ୟାରିଅର୍ ବିଶେଷ ଭାବରେ ଅନେକଙ୍କ ପାଇଁ ପ୍ରେରଣା ପ୍ରମାଣିତ ହୋଇଛି । ନିଜ କାର୍ଯ୍ୟକୁ ଦକ୍ଷତାର ସହିତ କରିବା ବ୍ୟତୀତ, ଖାନ୍ ମଧ୍ୟ ବେଳେବେଳେ ତାଙ୍କ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳର ଯୁବକମାନଙ୍କୁ ସେମାନଙ୍କ ଏକାଡେମିକ୍ ପ୍ରୟାସରେ ମାର୍ଗଦର୍ଶନ କରାଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.