ETV Bharat / bharat

5ବର୍ଷ ବ୍ୟାନ ପରେ ଭାଙ୍ଗିଲା PFI, ମତ ରଖିଲା ସଂଗଠନ

author img

By

Published : Sep 28, 2022, 10:09 PM IST

PFI accepts ban decision on Organisation general secretary said party dissolved
5 ବର୍ଷ ପାଇଁ ବ୍ୟାନ୍‌କୁ ଗ୍ରହଣ କଲା ସଂଗଠନ, ଭାଙ୍ଗିଲା PFI

ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI)କୁ ୫ ବର୍ଷ ପାଇଁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର । ଏହି ବ୍ୟାନ୍‌କୁ ଗ୍ରହଣ କରିଛି ସଂଗଠନ । ଅଧିକ ପଢ଼ନ୍ତୁ

ଥିରୁଅନନ୍ତପୁରମ: ଦେଶରେ ହିଂସାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ପରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI)କୁ ୫ ବର୍ଷ ପାଇଁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ବ୍ୟାନ୍‌କୁ ଗ୍ରହଣ କରିଛନ୍ତି ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ କେରଳର ସାଧାରଣ ସମ୍ପାଦକ ଅବଦୁଲ୍‌ ସତ୍ତାର । ବର୍ତ୍ତମାନ ଏହି ସଂଗଠନ ଭାଙ୍ଗିଛି ବୋଲି ସେ କହିଛନ୍ତି ।

ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ କେରଳର ସାଧାରଣ ସମ୍ପାଦକ ଅବଦୁଲ୍‌ ସତ୍ତାର କହିଛନ୍ତି, " PFI ଭାଙ୍ଗିଥିବା ନେଇ ସମସ୍ତ PFI ସଦସ୍ୟ ଓ ଜନ ସାଧାରଣଙ୍କୁ ଅବଗତ କରାଇ ଦିଆଯାଇଛି । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ବ୍ୟାନ୍‌ କରାଯାଇଥିବାନ ନୋଟିସ୍‌ ଜାରି ହୋଇଛି । ଏକ ମହାନ ଦେଶର ଜଣେ ଦାୟିତ୍ବାବାନ ନାଗରିକ ଭାବରେ ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଆମେ ସମ୍ମାନ ଦେବା ସହ ଗ୍ରହଣ କରୁଛୁ ।"

ଏହା ବି ପଢ଼ନ୍ତୁ PFI 5 ବର୍ଷ ପାଇଁ ବ୍ୟାନ, ବିରୋଧ କଲେ AIMIM ମୁଖ୍ୟ ଓୱେସୀ

ବର୍ତ୍ତମାନ PFIର ସମସ୍ତ ସଦସ୍ୟଙ୍କୁ ବର୍ତ୍ତମାନ ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରିବାକୁ ନିବେଦନ କରାଯାଇଛି । ଅପରାଧିକ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ମନ୍ତ୍ରଣାଳୟ । PFI ସମେତ ଅନ୍ୟ 9 ସହଯୋଗୀ ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗାଇଛି କେନ୍ଦ୍ର । ପୂର୍ବରୁ ସଂଗଠନର ଏକାଧିକ କର୍ମକର୍ତ୍ତା ଦେଶ ବିରୋଧୀ କାର୍ଯ୍ୟକଳାପ ତଥା ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇସାରିଛନ୍ତି ।

ତେବେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ସଂଗଠନକୁ ବ୍ୟାନ କରିବାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । ଓସାଦୁଦ୍ଦିନ ଓୱେସୀ କହିଛନ୍ତି, "ଗୋଟିଏ ସଂଗଠନର କିଛି ସଦସ୍ୟ କୌଣସି ଭୁଲ୍‌ କରିବା ମାନେ ନୁହେଁ ଯେ, ସଂଗଠନକୁ ବ୍ୟାନ କରାଯିବ । ଏହିଭଳି ବ୍ୟାନ୍‌ ଗ୍ରହଣଯୋଗ୍ୟ ନୁହେଁ । ଏହା ସେହି ସମସ୍ତ ମୁସଲମାନଙ୍କ ଉପରେ ବ୍ୟାନ୍‌ ଯିଏ ନିଜ ଦାବି ରଖିପାରୁଥିଲା । UAPA ଆକ୍ଟ ମାଧ୍ୟମରେ ବର୍ତ୍ତମାନ ଦେଶର ପ୍ରତ୍ୟେକ ମୁସଲମାନ ଯୁବକଙ୍କୁ ଗିରଫ କରାଯିବ । ମୁଁ ପୂର୍ବରୁ UAPA ଆକ୍ଟକୁ ବିରୋଧ କରିଥିଲି । ଆଗକୁ ମଧ୍ୟ ବିରୋଧ କରୁଥିବି । ଏଭଳି ନିୟମ ସ୍ବତନ୍ତ୍ର ସିଦ୍ଧାନ୍ତର ନିୟମ ଉଲ୍ଲଙ୍ଘନ କରୁଛି, ଯାହା ସମ୍ବିଧାନର ମୌଳିକ ଢାଞ୍ଚାର ଅଂଶ ।"

ଗତକାଲି ମଧ୍ୟ ସଂଗଠନର ବିଭିନ୍ନ ଶାଖା ଓ ଆଡ୍ଡା ଉପରେ ଦେଶବ୍ୟାପୀ ଚଢାଉ କରିଥିଲେ ମିଳିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (Nationwide action against PFI)। ଗତକାଲି କାର୍ଯ୍ୟାନୁଷ୍ଠାନରେ ବହୁ ସଦସ୍ୟଙ୍କୁ ଆତଙ୍କୀ ଲିଙ୍କ୍‌ ଥିବା ଅଭିଯୋଗରେ ଗିରଫ କରାଯିବା ପରେ ଆଜି ଏହି ବଡ ନିଷ୍ପତ୍ତି ଗ୍ରହଣ କରିଛି କେନ୍ଦ୍ର ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.