ETV Bharat / bharat

PFI 5 ବର୍ଷ ପାଇଁ ବ୍ୟାନ, ବିରୋଧ କଲେ AIMIM ମୁଖ୍ୟ ଓୱେସୀ

author img

By

Published : Sep 28, 2022, 7:23 PM IST

Asaduddin Owaisi opposed over ban on PFI
PFI 5 ବର୍ଷ ପାଇଁ ବ୍ୟାନ, ବିରୋଧ କଲେ AIMIM ମୁଖ୍ୟ ଓବେସୀ

5 ବର୍ଷ ପାଇଁ ବ୍ୟାନ ଘୋଷିତ ହେଲା ଇସଲାମିକ ସଂଗଠନ PFI । ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଇସ୍‌ଲାମିକ ଚରମପନ୍ଥୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (PFI)କୁ ୫ ବର୍ଷ ପାଇଁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର । PFI ସହ ତାର 9ଟି ସହଯୋଗୀ ସଂଗଠନକୁ ମଧ୍ୟ ବ୍ୟାନ୍‌ କରାଯାଇଛି । ଦେଶର ଅନେକ ସ୍ଥାନରେ ହିଂସାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ନେଇ ଖବର ପାଇବା ପରେ NIA ପକ୍ଷରୁ ଅପରେସନ ଅକ୍ଟୋପସ ମାଧ୍ୟମରେ PFIର ସଞ୍ଚାଳକ ଓ କର୍ମକର୍ତ୍ତାଙ୍କୁ ଦୁଇଟି ପର୍ଯ୍ୟାୟରେ ଉଠାଇ ନେଇଛି । ତେବେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ସଂଗଠନକୁ ବ୍ୟାନ କରିବାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ।

ଏହା ବି ପଢ଼ନ୍ତୁ PFIକୁ 5 ବର୍ଷ ପାଇଁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

ଓସାଦୁଦ୍ଦିନ ଓୱେସୀ କହିଛନ୍ତି, "ଗୋଟିଏ ସଂଗଠନର କିଛି ସଦସ୍ୟ କୌଣସି ଭୁଲ୍‌ କରିବା ମାନେ ନୁହେଁ ଯେ, ସଂଗଠନକୁ ବ୍ୟାନ କରାଯିବ । ଏହିଭଳି ବ୍ୟାନ୍‌ ଗ୍ରହଣଯୋଗ୍ୟ ନୁହେଁ । ଏହା ସେହି ସମସ୍ତ ମୁସଲମାନଙ୍କ ଉପରେ ବ୍ୟାନ୍‌ ଯିଏ ନିଜ ଦାବି ରଖିପାରୁଥିଲା । UAPA ଆକ୍ଟ ମାଧ୍ୟମରେ ବର୍ତ୍ତମାନ ଦେଶର ପ୍ରତ୍ୟେକ ମୁସଲମାନ ଯୁବକଙ୍କୁ ଗିରଫ କରାଯିବ । ମୁଁ ପୂର୍ବରୁ UAPA ଆକ୍ଟକୁ ବିରୋଧ କରିଥିଲି । ଆଗକୁ ମଧ୍ୟ ବିରୋଧ କରୁଥିବି । ଏଭଳି ନିୟମ ସ୍ବତନ୍ତ୍ର ସିଦ୍ଧାନ୍ତର ନିୟମ ଉଲ୍ଲଙ୍ଘନ କରୁଛି, ଯାହା ସମ୍ବିଧାନର ମୌଳିକ ଢାଞ୍ଚାର ଅଂଶ ।"

ଏହି କ୍ରମରେ ଖାଜା ଅଜମେରୀ ବୋମା ବିସ୍ଫୋରଣ କଥା ଉଠାଇଛନ୍ତି ଓୱେସୀ । ଏହି ଘଟଣାରେ ସମ୍ପୃକ୍ତ ସଂଗଠନକୁ କାହିଁକି ବ୍ୟାନ୍‌ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଦେଶର ଅନ୍ୟ ତୁଙ୍ଗ ନେତା ଏଭଳି ବ୍ୟାନ୍‌କୁ ସମର୍ଥନ କରିଛନ୍ତି । ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ PFI ବ୍ୟାନ୍‌ ସପକ୍ଷରେ ରହିଛନ୍ତି ।

ଲାଲୁ ପ୍ରସାଦ ଯାଦବ କହିଛନ୍ତି, "ଏଭଳି ସଂଗଠନ ଉପରେ ବ୍ୟାନ୍‌ ଲାଗିବା ଜରୁରୀ । ଆର୍‌ଏସ୍‌ଏସ୍‌ ଉପରେ ମଧ୍ୟ ବ୍ୟାନ୍‌ ଲାଗିବା ଜରୁରୀ ।"

ଅପରାଧିକ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ମନ୍ତ୍ରଣାଳୟ । PFI ସମେତ ଅନ୍ୟ 9 ସହଯୋଗୀ ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗାଇଛି କେନ୍ଦ୍ର । ପୂର୍ବରୁ ସଂଗଠନର ଏକାଧିକ କର୍ମକର୍ତ୍ତା ଦେଶ ବିରୋଧୀ କାର୍ଯ୍ୟକଳାପ ତଥା ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.