ETV Bharat / bharat

PFIକୁ 5 ବର୍ଷ ପାଇଁ ବ୍ୟାନ୍‌ କଲେ କେନ୍ଦ୍ର ସରକାର

author img

By

Published : Sep 28, 2022, 7:26 AM IST

5 ବର୍ଷ ପାଇଁ PFI କୁ ବ୍ୟାନ, ଗତକାଲି ଦେଶବ୍ୟାପୀ ଚଢାଉ କରିଥିଲା କେନ୍ଦ୍ରୀୟ ସଂସ୍ଥା
5 ବର୍ଷ ପାଇଁ PFI କୁ ବ୍ୟାନ, ଗତକାଲି ଦେଶବ୍ୟାପୀ ଚଢାଉ କରିଥିଲା କେନ୍ଦ୍ରୀୟ ସଂସ୍ଥା

5 ବର୍ଷ ପାଇଁ ବ୍ୟାନ ଘୋଷିତ ହେଲା ଇସଲାମିକ ସଂଗଠନ PFI (Central govt banned PFI )। ଗତକାଲି ଦେଶବ୍ୟାପୀ ଚଢାଉ କରିଥିଲେ ମିଳିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆତଙ୍କୀ ଲିଙ୍କରେ ଗିରଫ ହୋଇଥିଲେ ବହୁ ସନ୍ଦିଗ୍ଧ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 5 ବର୍ଷ ପାଇଁ ବ୍ୟାନ ଘୋଷିତ ହେଲା ଇସଲାମିକ ସଂଗଠନ PFI (Central govt banned PFI )। ଅପରାଧିକ କାର୍ଯ୍ୟକଳାପ ତଥା ଆତଙ୍କବାଦୀ ସଂଗଠନ ସହ ଲିଙ୍କ ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ମନ୍ତ୍ରଣାଳୟ । ପିଏଫଆଇ ସମେତ ଅନ୍ୟ 9 ସହଯୋଗୀ ସଂଗଠନ ଉପରେ ମଧ୍ୟ ବ୍ୟାନ ଲଗାଇଛି କେନ୍ଦ୍ର । ପୂର୍ବରୁ ସଂଗଠନର ଏକାଧିକ କାର୍ଯ୍ୟକର୍ତ୍ତା ଦେଶ ବିରୋଧୀ କାର୍ଯ୍ୟକଳାପ ତଥା ଟେରର ଫଣ୍ଡିଂ ମାମଲାରେ ଗିରଫ ହୋଇସାରିଛନ୍ତି ।

ଗତକାଲି ମଧ୍ୟ ସଂଗଠନର ବିଭିନ୍ନ ଶାଖା ଓ ଆଡ୍ଡା ଉପରେ ଦେଶବ୍ୟାପୀ ଚଢାଉ କରିଥିଲେ ମିଳିତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (Nationwide action against PFI)। ଗତକାଲି କାର୍ଯ୍ୟାନୁଷ୍ଠାନରେ ବହୁ ସଦସ୍ୟଙ୍କୁ ଆତଙ୍କୀ ଲିଙ୍କରେ ଗିରଫ କରାଯିବା ପରେ ଆଜି ଏହି ବଡ ନିଷ୍ପତ୍ତି ଗ୍ରହଣ କରିଛି କେନ୍ଦ୍ର ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.