ETV Bharat / bharat

100 ପାର୍ କଲା ପେଟ୍ରୋଲ ଦର

author img

By

Published : May 31, 2021, 11:10 AM IST

100 ପାର୍ କଲା ପେଟ୍ରୋଲ-ଡିଜେଲ ଦର
100 ପାର୍ କଲା ପେଟ୍ରୋଲ-ଡିଜେଲ ଦର

ସୀମା ପାର୍ କଲା ପେଟ୍ରୋଲ୍ ଦର । ସୋମବାର ଓଡିଶା, ମୁମ୍ବାଇ ଓ ଭୋପାଳରେ 100 ଟଙ୍କାରୁ ଉର୍ଦ୍ଧ୍ବ ଦରରେ ବିକ୍ରି ହେଉଛି ପେଟ୍ରୋଲ୍ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ସୀମା ପାର୍ କଲା ପେଟ୍ରୋଲ୍ ଦର । ସୋମବାର ମୁମ୍ବାଇ ଓ ଭୋପାଳରେ 100 ଟଙ୍କାରୁ ଉର୍ଦ୍ଧ୍ବ ଦରରେ ବିକ୍ରି ହେଉଛି ପେଟ୍ରୋଲ୍ । ମୁମ୍ବାଇରେ ପେଟ୍ରୋଲ୍ 100.47 ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ 92.45ଟଙ୍କାରେ ବିକ୍ରି ହେଉଛି ।

ଓଡିଶାରେ ଡିଜେଲ ଲିଟର ପିଛା 92.78 ଟଙ୍କାରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ଦର 100 ପାର୍ କରିଥିବା ବେଳେ ଭୁବନେଶ୍ବରରେ ଏହାର ଦର 94.97 ଟଙ୍କା ରହିଛି । ଭୋପାଳରେ ପେଟ୍ରୋଲ ଦର 102.34ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ 93.37ଟଙ୍କାରେ ବିକ୍ରି ହେଲାଣି ।

ସେପଟେ ଦେଶର ରାଜଧାନୀ ଦିଲ୍ଲୀରେ ସାମାନ୍ୟ କମ୍ ରହିଛି । ପେଟ୍ରୋଲର 94.23 ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ୍ 85.15 ଟଙ୍କାରେ ବିକ୍ରି ହେଉଛି । ସେପଟେ କୋଲକାତାରେ ପେଟ୍ରୋଲ ଦର 94.25 ଟଙ୍କା ଥିବା ବେଳେ ଡିଜେଲ 87.74 ଟଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.