ETV Bharat / bharat

Petrol Diesel Prices: ଲଗାତାର ଦଶମ ଦିନରେ ସ୍ଥିର ତେଲ ଦର

author img

By

Published : Apr 16, 2022, 9:23 AM IST

Petrol Diesel Prices: ଲାଗାତାର ଦଶମ ଦିନରେ ସ୍ଥିର ତେଲ ଦର
Petrol Diesel Prices: ଲାଗାତାର ଦଶମ ଦିନରେ ସ୍ଥିର ତେଲ ଦର

ତେଲ ତାତିରୁ ମିଳିଛି ଆଶ୍ବସ୍ତି । ଲଗାତାର ଦଶମ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ କିଛି ଦିନ ହେବ ତେଲ ତାତିରୁ ଲୋକଙ୍କୁ ଆଶ୍ବସ୍ତି ମିଳିଛି । ପ୍ରତିଦିନ ୮୦ ପଇସା ବଢୁଥିବା ପେଟ୍ରୋଲ ଓ ଡିଜେଲ ଦର(Petrol Diesel Prices)ରେ ଏବେ ବ୍ରେକ୍ ଲାଗିଛି । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଆଜି(ଶନିବାର) ପାଇଁ ତେଲର ନୂଆ ଦର ଜାରି କରିଛନ୍ତି । ଆଜି ମଧ୍ୟ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜକୁ ୧୦ ହେବ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଯାହାଫଳରେ ଏବେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୧୨.୫୦ ଟଙ୍କା ଥିବାବେଳେ ଡିଜେଲ ୧୦୨ ଟଙ୍କା ଉପରେ ରହିଛି ।

ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ୧୨୦ ଟଙ୍କା ପାର୍ କରିଥିବା ବେଳେ ଡିଜେଲ ଶତକ ଛୁଇଁଛି । ବାଣିଜ୍ୟ ନଗରୀ ମୁମ୍ବାଇରେ ରେଟ୍ ସବୁଠୁ ଅଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୪ ଟଙ୍କା ପାର୍ କରିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଟଙ୍କା ଏବଂ ଡିଜେଲ ୯୬.୬୭ ଟଙ୍କାରେ ବିକ୍ରି ହେଉଛି । ଏହି କ୍ରମରେ ଚେନ୍ନାଇରେ ଏବେ ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କାରେ ସ୍ଥିର ଅଛି । ଯଦି କୋଲକାତା କଥା କହିବା, ତେବେ ଏଠାରେ ଦର ଯଥାକ୍ରମେ ୧୧୫.୧୨ ଟଙ୍କା ଏବଂ ୯୯.୮୩ ଟଙ୍କା ରହିଛି ।

ଶେଷ ଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ସେହିଦିନ ପରଠାରୁ ଦର ଅପରିବର୍ତ୍ତିତ ରହିଛି । ମାର୍ଚ୍ଚ ୨୨ ତାରିଖରୁ ତେଲ କମ୍ପାନୀମାନେ ଲଗାତାର ଭାବେ ଦର ବଢାଇ ଚାଲିଥିଲେ । ଲଗାଣ ବୃଦ୍ଧି ପରେ ୧୬ ଦିନ ମଧ୍ୟରେ ଦେଶରେ ତେଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଯାଇଥିଲା । ଯେଉଁ କାରଣରୁ କିଛି ଦିନ ହେବ ତେଲ ଦର ସ୍ଥିର ଥିଲେ ହେଁ ଏହା ଆକାଶଛୁଆଁ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.