ETV Bharat / bharat

୨୩ ଦିନ ଧରି ଅପରିବର୍ତ୍ତିତ ରହିଛି ତୈଳ ଦର

author img

By

Published : Aug 9, 2021, 9:19 AM IST

ଅପରିବର୍ତ୍ତିତ ତୈଳ ଦର । ୨୩ ଦିନ ଧରି ଚାରୋଟି ମେଟ୍ରୋ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଅଧିକ ପଢନ୍ତୁ....

୨୩ ଦିନ ଧରି ଅପରିବର୍ତ୍ତିତ ରହିଛି ତୈଳ ଦର
୨୩ ଦିନ ଧରି ଅପରିବର୍ତ୍ତିତ ରହିଛି ତୈଳ ଦର

ନୂଆଦିଲ୍ଲୀ: ଅପରିବର୍ତ୍ତିତ ତୈଳ ଦର । ୨୩ ଦିନ ଧରି ଚାରୋଟି ମେଟ୍ରୋ ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୧୦୧.୮୪ ଥିବା ବେଳେ ଡିଜେଲ ଦର 89.87 ଟଙ୍କା ରହିଛି । ଏନେଇ ଭାରତୀୟ ତୈଳ ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା 107.83 ଏବଂ ଡିଜେଲ ଲିଟର ପିଛା 97.45 ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୨.୪୯ ରହିଥିବା ବେଳେ ଡିଜେଲ ୯୪.୩୯ ରହିଛି । କୋଲକୋତାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୨.୦୮ ରହିଥିବା ବେଳେ ଡିଜେଲ ୯୩.୦୨ ରହିଛି । ଚାରୋଟି ମେଟ୍ରୋ ସହର ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ମୁମ୍ବାଇରେ ସର୍ବାଧିକ ରହିଛି । ଏନେଇ ତୈଳ ରାଜ୍ଯ ତୈଳ ବିଶୋଧନାଗାର ପକ୍ଷରୁ ସୂଚନା ମିଳିଛି । ମୂଲ୍ୟଯୁକ୍ତ ଟିକସ (ଭାଟ୍) ହେତୁ ଇନ୍ଧନ ହାର ବିଭିନ୍ନ ରାଜ୍ୟରେ ଭିନ୍ନ ହୋଇଥାଏ ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଏବଂ ଟଙ୍କା ବିନିମୟ ମୂଲ୍ୟକୁ ବିଚାରକୁ ନେଇ ଭାରତୀୟ ତୈଳ ବିଶୋଧନାଗାର ଯେପରିକି ଭାରତୀୟ ତୈଳ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ରତିଦିନ ଇନ୍ଧନ ହାରକୁ ସଂଶୋଧନ କରନ୍ତି । ପେଟ୍ରୋଲ, ଡିଜେଲ ମୂଲ୍ୟରେ ଯଦି କୌଣସି ପରିବର୍ତ୍ତନ ହୁଏ । ତେବେ ପ୍ରତ୍ୟେକ ଦିନ ସକାଳ 6ଟାରୁ ଲାଗୁ କରାଯାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.