ETV Bharat / bharat

ମହଙ୍ଗା ହେଉଛି ତୈଳ, ଅକ୍ଟୋବରରେ ୫.୧୫ ଟଙ୍କା ବଢିଛି ପେଟ୍ରୋଲ

author img

By

Published : Oct 22, 2021, 1:10 PM IST

ମହଙ୍ଗା ହେଉଛି ତୈଳ, ଅକ୍ଟୋବରରେ ୫.୧୫ ଟଙ୍କା ବଢିଛି ପେଟ୍ରୋଲ
ମହଙ୍ଗା ହେଉଛି ତୈଳ, ଅକ୍ଟୋବରରେ ୫.୧୫ ଟଙ୍କା ବଢିଛି ପେଟ୍ରୋଲ

ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍ । ଅକ୍ଟୋବର ମାସରେ ଏବେ ସୁଦ୍ଧା ୧୭ ରୁ ଅଧିକ ଥର ବୃଦ୍ଧି ପାଇଲାଣି ଦର । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ରେଟ୍ । ଆଜି ପୁଣି ଦେଶରେ ପେଟ୍ରୋଲ-ଡିଜେଲ ରେଟରେ ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଯାହା ବର୍ତ୍ତମାନ ତୈଳ ଦରକୁ ଆକାଶ ଛୁଆଁ କରିଛି ।

ସୂଚନାଯୋଗ୍ୟ, ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆଜି ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ୩୫ ପଇସା ମହଙ୍ଗା କରିଛନ୍ତି । ଏହାପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୬.୮୯ ଟଙ୍କାରେ ବିକ୍ରି ହୋଇଛି । ସେପଟେ ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଦର ଖୁବ୍ ଉଚ୍ଚା ରହିଛି । ବାଣିଜ୍ୟ ନଗରୀରେ ପେଟ୍ରୋଲ ୧୧୨.୭୮ ଟଙ୍କାରେ ମିଳୁଥିବାବେଳେ ଡିଜେଲ ୧୦୩.୬୩ ଟଙ୍କା ହୋଇଛି । ଦିଲ୍ଲୀରେ ଡିଜେଲ ଦର ୯୫.୬୨ ରହିଛି ।

ଅକ୍ଟୋବର ମାସରେ ଏବେ ସୁଦ୍ଧା ୧୭ ରୁ ଅଧିକ ଥର ତୈଳ ଦର ବୃଦ୍ଧି ପାଇଲାଣି । ଚଳିତ ମାସରେ କେବଳ ପେଟ୍ରୋଲ ୫.୧୫ ଟଙ୍କା ମହଙ୍ଗା ହୋଇଛି । ପେଟ୍ରୋଲ ଡିଜେଲ ରେଟରେ ବୃଦ୍ଧି କାରଣରୁ ବିଭିନ୍ନ ଖାଉଟି ସାମଗ୍ରୀ ଦାମ୍ ମଧ୍ୟ ବଢିବା ଆରମ୍ଭ କରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.