ETV Bharat / bharat

Tamil Nadu: ରାଜଭବନ ବାହାରେ ପେଟ୍ରୋଲ ବୋମା ମାଡ, DMK ସରକାରକୁ ଦାୟୀ କଲା BJP

author img

By ETV Bharat Odisha Team

Published : Oct 25, 2023, 8:25 PM IST

Tamil Nadu: ରାଜ୍ୟପାଳଙ୍କ ବାସଭବନକୁ ପେଟ୍ରୋଲ ବମ ମାଡ, DMK ସରକାରକୁ ଦାୟୀ କଲା BJP
Tamil Nadu: ରାଜ୍ୟପାଳଙ୍କ ବାସଭବନକୁ ପେଟ୍ରୋଲ ବମ ମାଡ, DMK ସରକାରକୁ ଦାୟୀ କଲା BJP

ତାମିଲନାଡୁ ରାଜଭବନ ମୁଖ୍ୟ ଫାଟକ ସାମ୍ନାରେ ପେଟ୍ରୋଲ ବୋମା ମାଡ କରି ଅଭିଯୁକ୍ତ ଗିରଫ । DMK ସରକାରକୁ ଦାୟୀ କଲା BJP । ଅଧିକ ପଢନ୍ତୁ

ଚେନ୍ନାଇ: ତାମିଲନାଡୁ ରାଜଭବନକୁ ପେଟ୍ରୋଲ ବୋମା ମାଡ ହୋଇଛି । ଆଜି ଅପରାହ୍ନରେ ଜଣେ ଦୁର୍ବୃତ୍ତ ରାଜଭଭନର ମୁଖ୍ୟ ଗେଟରେ ଏହି ପେଟ୍ରୋଲ ବୋମା ମାଡ କରିଛି । ଏହି ଅଭିଯୁକ୍ତକୁ ମଧ୍ୟ ତୁରନ୍ତ ପୋଲିସ ଗିରଫ କରିଛି । ତାକୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ସୂଚନା ମିଳିଛି । ତେବେ ଏହି ଘଟଣା ପରେ ଏବେ ରାଜ୍ୟ ରାଜନୀତିରେ ପୁଣି ଥରେ ଚର୍ଚ୍ଚା ବଢିଛି । କାରଣ କିଛି ମାସ ହେବ ରାଜ୍ୟପାଳ ଆର.ଏନ ରବି ଓ ଷ୍ଟାଲିନ ସରକାର ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ରାଜଭବନକୁ ପେଟ୍ରୋଲ ମାଡ ମଧ୍ୟରେ ବିରୋଧୀ ଭାରତୀୟ ଜନତା ପାର୍ଟି ଶାସନରେ ଥିବା ଷ୍ଟାଲିନଙ୍କ ପାର୍ଟି DMKକୁ ଦାୟୀ କରିଛି ।

ମିଳିଥିବା ସୂଚନା ଅନୁସାରେ,ଆଜି ଅପରାହ୍ନ ପ୍ରାୟ 2 ଟା 45 ସମୟରେ ଏହି ଆକ୍ରମଣ ହୋଇଛି । ରାଜଭବନ ସମ୍ମୁଖରେ କଡା ସୁରକ୍ଷା ସତ୍ତ୍ବେ ମଧ୍ୟ ମୁଖ୍ୟ ଆଜି ଏହି ଅଭିଯୁକ୍ତ ଜଣକ ମୁଖ୍ୟ ଫାଟକରେ ପେଟ୍ରୋଲ ବମ ଫିଙ୍ଗିଥିଲା । ଏହା ପରେ ସେ ଫେରାର ହେବାକୁ ଉଦ୍ୟମ କୁରଥିବା ବେଳେ ତାକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ ଯୁବକର ନାମ କୁରୁକା ବିନୋଥ ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତ ସମ୍ପର୍କରେ ଅଧିକ କିଛି ସୂଚନା ସାର୍ବଜନୀନ କରିନି । ତେବେ ଏହି ଆକ୍ରମଣକୁ ଡିଏମକେ କର୍ମୀଙ୍କ କାମ ବୋଲି କହି ବିରୋଧୀ ବିଜେପି ଷ୍ଟାଲିନ ସରକାର ଉପରେ ବର୍ଷିଛି । ଅଭିଯୁକ୍ତ କେଉଁ ପାର୍ଟି ସହ ସମ୍ପୃକ୍ତ ତାହା ବର୍ତ୍ତାମାନ ସୁଦ୍ଧା ପୋଲିସ ସ୍ପଷ୍ଟ କରିନି ।

ଏହା ମଧ୍ୟ ପଢନ୍ତୁ :- Tamil Nadu: ପୂର୍ବ ଡିଜିପିଙ୍କୁ ଲୋକସେବା ଆୟୋଗର ଅଧ୍ୟକ୍ଷ ନିଯୁକ୍ତିକୁ ଅନୁମୋଦନ ଦେଲେନି ରାଜ୍ୟପାଳ

କିଛି ମାସ ହେବ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବିଭିନ୍ନ ସାମ୍ବିଧାନିକ ପ୍ରକ୍ରିୟାରେ ଷ୍ଟାଲିନ କ୍ୟାବିନେଟ ଓ ରାଜଭବନ ମଧ୍ୟରେ ସଙ୍କଟ ସୃଷ୍ଟି ହେଉଛି । ଯାହାକୁ ନେଇ କେନ୍ଦ୍ରରେ ଶାସନରେ ଥିବା ବିଜେପି ଓ ରାଜ୍ୟରେ ଶାସନରେ ଥିବା ଡିଏମକେ ମଧ୍ୟରେ ତିକ୍ତତା ଲାଗି ରହିଛି । କେବଳ ତାମିଲନାଡୁ ନୁହେଁ ବରଂ ଏକାଧିକ ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଓ ସରକାର ମଧ୍ୟରେ ବିବାଦ ଲାଗି ରହିଛି । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ତେଲେଙ୍ଗାନାରେ ଏହି ସମସ୍ୟା ପ୍ରାୟ ଲାଗି ରହିଛି । କେନ୍ଦ୍ରରେ ବିଜେପି ସରକାର ରାଜ୍ୟପାଳଙ୍କ ଦ୍ବାରା ରାଜ୍ୟ ଶାସନରେ ହସ୍ତକ୍ଷେପ କରୁଥିବା ଏକାଧିକ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.