ETV Bharat / bharat

Petrol-Diesel Price: ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ କେଉଁଠି କେତେ ?

author img

By

Published : Apr 24, 2022, 9:21 AM IST

Petrol-DieselPrice: ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ କେଉଁଠି କେତେ
Petrol-DieselPrice: ଜାରି ହେଲା ନୂଆ ତେଲ ଦର, ଜାଣନ୍ତୁ କେଉଁଠି କେତେ

ରବିବାର ପାଇଁ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କଲେ ତେଲ କମ୍ପାନୀ । ଜାଣନ୍ତୁ କେଉଁଠି କେତେ ରହିଛି ତେଲ ଦର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଶତକ ପାର୍ କରିଛି ପେଟ୍ରୋଲ ଦର । ବିଗତ ଦିନରେ ଲଗାଣ ବୃଦ୍ଧି ପରେ ବିଭିନ୍ନ ସ୍ଥାନରେ ଡିଜେଲ ଲିଟର ମଧ୍ୟ ୧୦୦ ଟଙ୍କାରୁ ଅଧିକ ରହିଛି । ହେଲେ ଆଶ୍ବସ୍ତିକର ବିଷୟ ଯେ, କିଛି ଦିନ ହେବ ଦେଶରେ ତେଲ ଦର ସ୍ଥିର ରହିଛି । ଆଜି ମଧ୍ୟ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି ତେଲ କମ୍ପାନୀ । IOCL ପକ୍ଷରୁ (Indian Oil Corporation Limited) ଜାରି ନୂଆ ରେଟ୍ ଅନୁସାରେ, ଆଜି(ରବିବାର) ଦିଲ୍ଲୀରେ ପେଟ୍ରୋଲ ଲିଟର 105.41 ଟଙ୍କା ଏବଂ ଡିଜେଲ 96.67 ଟଙ୍କାରେ ସ୍ଥିର ଅଛି । ଆଜକୁ ୧୮ ଦିନ ହେବ ତେଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୧୨.୫୦ ଟଙ୍କା ଥିବାବେଳେ ଡିଜେଲ ୧୦୨ ଟଙ୍କା ଉପରେ ରହିଛି । ବାଣିଜ୍ୟ ନଗରୀ ମୁମ୍ବାଇରେ ରେଟ୍ ସବୁଠୁ ଅଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ୧୨୦.୫୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୪ ଟଙ୍କା ପାର୍ କରିଛି । ମୁମ୍ବାଇ ପରେ ରାଜସ୍ଥାନରେ ତେର ଦର ସବୁଠୁ ଉଚ୍ଚା ରହିଛି । ଏଠାରେ ପେଟ୍ରୋଲ ରେଟ୍ ୧୧୮.୭୬ ଏବଂ ଡିଜେଲ ୧୦୧.୫୬ ଟଙ୍କାରେ ବିକ୍ରି ହେଉଛି । ଏହି କ୍ରମରେ ଚେନ୍ନାଇରେ ଏବେ ପେଟ୍ରୋଲ ୧୧୦.୮୫ ଟଙ୍କା ଏବଂ ଡିଜେଲ ୧୦୦.୯୪ ଟଙ୍କାରେ ସ୍ଥିର ଅଛି । ଯଦି କୋଲକାତା କଥା କହିବା, ତେବେ ଏଠାରେ ଦର ଯଥାକ୍ରମେ ୧୧୫.୧୨ ଟଙ୍କା ଏବଂ ୯୯.୮୩ ଟଙ୍କା ରହିଛି ।

ଶେଷ ଥର ପାଇଁ ଗତ ୬ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିଲା । ସେହିଦିନ ପରଠାରୁ ଦର ଅପରିବର୍ତ୍ତିତ ରହିଛି । ମାର୍ଚ୍ଚ ୨୨ ତାରିଖରୁ ତେଲ କମ୍ପାନୀମାନେ ଲଗାତାର ଭାବେ ଦର ବଢାଇ ଚାଲିଥିଲେ । ଲଗାଣ ବୃଦ୍ଧି ପରେ ୧୬ ଦିନ ମଧ୍ୟରେ ଦେଶରେ ତେଲ ଲିଟର ପିଛା ୧୦ ଟଙ୍କା ମହଙ୍ଗା ହୋଇଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.