ETV Bharat / bharat

ବିଗୁଡ଼ିଛି ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା, ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଦଳୀୟ କର୍ମୀଙ୍କ ଦଣ୍ଡବତ ଯାତ୍ରା

author img

By

Published : Oct 8, 2022, 4:40 PM IST

ବିଗୁଡ଼ିଛି ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା, ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଦଳୀୟ କର୍ମୀଙ୍କ ଦଣ୍ଡବତ ଯାତ୍ରା
ବିଗୁଡ଼ିଛି ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା, ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଦଳୀୟ କର୍ମୀଙ୍କ ଦଣ୍ଡବତ ଯାତ୍ରା

ବିଗୁଡ଼ିଛି ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା । ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସୁଧୁରୁନି ସ୍ବାସ୍ଥ୍ୟବସ୍ଥା । ଉତ୍ତମ ସ୍ବାସ୍ଥ୍ୟ କାମନା ପାଇଁ ଦଣ୍ଡବତ ଯାତ୍ରା କଲେ ଦଳୀୟ କର୍ମୀ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଗମ୍ଭୀରେ ସ୍ଥିତିରେ ରହିଛି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ୟୁପିର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ (Mulayam Singh Yadav) ଙ୍କ ସ୍ବାସ୍ଥ୍ୟବସ୍ଥା । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ମେଦାନ୍ତା ହସ୍ପିଟାଲରେ ବିଶେଷଜ୍ଞ ଟିମ ତାଙ୍କ ଚିକିତ୍ସା କରୁଛନ୍ତି । ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ଲାଗି କାର୍ଯ୍ୟକର୍ତ୍ତାମାନେ ଦଣ୍ଡବତ ଯାତ୍ରା କରିଥିବା ଦେଖିବାକୁ ମିଳିଛି । ଶନିବାର ପୂର୍ବ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ(Former Governor Satya Pal Malik) ମଧ୍ୟ ହସ୍ପିଟାଲ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟରେ ଉନ୍ନତିର ଅଭାବ ଯୋଗୁଁ ଏହା ରାଜନୈତିକ ଯାତ୍ରା ଉପରେ ପ୍ରଭାବ ପକାଇବା ଆରମ୍ଭ କରିଛି । ବାରାଣାସୀରେ ସପା ଦ୍ବାରା ଆୟୋଜିତ ପଦଯାତ୍ରାକୁ ମଧ୍ୟ ରୋକାଯାଇଛି । ଆଜି ଠାରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ 'ଦେଶ ବଚାଓ ଦେଶ ବନାଓ' ଅଧୀନରେ ଦଳର ସମର୍ଥକମାନେ ଏକ ପଦଯାତ୍ରା ଆରମ୍ଭ ହେବାକୁ ଯାଉଥିଲେ । ଏହି ଯାତ୍ରା ବାରାଣାସୀର ହରିହରପୁରରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା । ଏହି ପଦଯାତ୍ରାରେ ଜିଲ୍ଲାର ସମସ୍ତ ସମାଜବାଦୀ ନେତା ଯୋଗଦେଇଥାନ୍ତେ ।

ଏହା ବି ପଢନ୍ତୁ- 3 ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

ତେବେ ମୁଲାୟମଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବା ପରେ ଖୁବଶୀଘ୍ର ଏହି ଯାତ୍ରା ଆରମ୍ଭ ହେବ ବୋଲି ଦଳର କର୍ମକର୍ତ୍ତା କହିଛନ୍ତି । ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଦଳର ନେତା ଅଜୟ ଫୌଜୀ ୨ କିଲୋମିଟର ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା କରିଛନ୍ତି । ଏହାସହିତ ଚୌରା ଦେବୀ ମନ୍ଦିରରେ ଯଜ୍ଞ କରି ମୁଲାୟମଙ୍କ ଉନ୍ନତ ସ୍ବାସ୍ଥ୍ୟ ଲାଗି ପ୍ରାର୍ଥନା କରିଛନ୍ତି । ମାତ୍ର ମୁଲାୟମ ଅସୁସ୍ଥ ଥିବାରୁ ଦଳର କର୍ମକର୍ତ୍ତା ଚିନ୍ତିତ ଥିବା ଜଣାପଡ଼ିଛି ।

ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ଗମ୍ଭୀର ସ୍ଥିତି(Critical Condition)ରେ ରହିଛି । ତାଙ୍କୁ ମେଦାନ୍ତା ହସ୍ପିଟାଲର କ୍ରିଟିକାଲ କେୟାର ସେଣ୍ଟର୍‌ (Critical care center)ରେ ରଖାଯାଇ ଏକ ଡାକ୍ତରୀ ବିଶେଷଜ୍ଞ ଟିମ ନିରନ୍ତର ଚିକିତ୍ସା ଯୋଗାଇ ଦେଉଛନ୍ତି । ମେଦାନ୍ତା ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ମୁଲାୟମଙ୍କ ୟୁରିନ ସଂକ୍ରମଣ ହୋଇଥିବା ବେଳେ ତାଙ୍କ ରକ୍ତଚାପ ସମସ୍ୟା ମଧ୍ୟ ରହିଛି । ତାଙ୍କୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଥିବା ମଧ୍ୟ ଜଣାପଡ଼ିଛି ।

ମାତ୍ର ତାଙ୍କର ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ନ ଆସିବା ପରେ ତାଙ୍କୁ କ୍ରିଟିକାଲ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ଏହାରି ମଧ୍ୟରେ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ମେଦାନ୍ତା ହସ୍ପିଟାଲରେ ପହଞ୍ଚି ମୁଲାୟମଙ୍କୁ ଭେଟିଛନ୍ତି । ଅଖିଳେଶ ଯାଦବଙ୍କ ସହିତ ସେ ବିସ୍ତୃତ ଭାବରେ କଥା ହୋଇ ମୁଲାୟମଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.