ETV Bharat / bharat

3 ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

author img

By

Published : Oct 8, 2022, 12:54 PM IST

3 ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି (BJP releases names for by election in three state)। 6 ରାଜ୍ୟର ମୋଟ 7ଟି ଆସନରେ ହେବାକୁ ଯାଉଛି ଉପନିର୍ବାଚନ । ନଭେମ୍ବର 3ରେ ଭୋଟିଂ । ଅଧିକ ପଢନ୍ତୁ

3 ରାଜ୍ୟରେ ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP
3 ରାଜ୍ୟରେ ବିଧାନସଭା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

ନୂଆଦିଲ୍ଲୀ: 6 ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ 3 ଟି ରାଜ୍ୟର 3 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (BJP releases names for by election in three state) । ହରିୟାଣା, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ଏହି ଘୋଷଣା କରିଛି ଦଳ । ଆଜି ଦଳ ପକ୍ଷରୁ ପ୍ରେସ ରିଲିଜ ଜାରି କରାଯାଇ ନେଇ ଆନୁଷ୍ଠାନିକ ଭାବେ 3 ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ହରିୟାଣାର ଆଦମପୁର ବିଧାନସଭା କ୍ଷେତ୍ରରୁ ଭବ୍ୟ ବିଷ୍ଣୋଇଙ୍କୁ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ଟିକେଟ ଦେଇଥିବା ବେଳେ ତେଲେଙ୍ଗାନାର ମୁନୁଗୋଡେ ବିଧାନସଭା ସିଟରେ ଦଳ ପକ୍ଷରୁ କୋମାତିରେଡ୍ଡୀ ରାଜଗୋପାଲ ରେଡ୍ଡୀ ନିର୍ବାଚନରେ ପ୍ରତିନ୍ଦ୍ବନ୍ଦ୍ବିତା କରିବେ । ସେହିପରି ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଆସନରୁ ଅମନ ଗିରିଙ୍କୁ ଟିକେଟ ଦେଇଛି ଦଳ । ବିଭିନ୍ନ କାରଣରୁ ଏହି ସବୁ ଆସନରେ ଉପନିର୍ବାଚନ ହେବାକୁ ଯାଉଛି (BJP releases names for by election in three state) ।

  • BJP releases names of three candidates for the upcoming by-election in Assembly constituencies in Haryana, Telangana and Uttar Pradesh.

    Voting is scheduled to be held on 3rd November, 2022 pic.twitter.com/WkewtGE18C

    — ANI (@ANI) October 8, 2022 " class="align-text-top noRightClick twitterSection" data=" ">

ବିଭିନ୍ନ କାରଣ ପାଇଁ 6ଟି ରାଜ୍ୟରେ ଖାଲି ପଡିଥିବା 7ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ନିର୍ବାଚନ ଆୟୋଗ । ମହାରାଷ୍ଟ୍ରର ଅନ୍ଧେରୀ-ଇଷ୍ଟ ବିଧାନସଭା ଆସନ, ବିହାରର ଦୁଇଟି ଆସନ, ମୋକାମା ଗୋପାଳଗଞ୍ଜ, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡେ, ଉତ୍ତର ପ୍ରଦେଶର ଗୋଲା ଗୋରଖନାଥ ଓ ଓଡିଶାର ଧାନନଗର ବିଧାନସଭା ଆସନରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ ।

ନଭେମ୍ବର 3 ତାରିଖରେ ମତଦାନ ହେବାକୁ ଥିବା ବେଳେ 6 ତାରିଖରେ ଗଣତି ହେବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଅକ୍ଟୋବର 14ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ସେହିପରି 15 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ଓ 17ରେ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଆଜି ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯାୟରେ ମୋଟ 3 ରାଜ୍ୟର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ 3 ରାଜ୍ୟର ଅବଶିଷ୍ଟ 4 ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିବା ନେଇ ଅନୁମାନ କାରଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.