ETV Bharat / bharat

ସଂଘ ପ୍ରମୁଖଙ୍କ ମନ୍ତବ୍ୟକୁ ନେଇ ଓୱେସୀଙ୍କ ଟାର୍ଗେଟ, ଦିଗବିଜୟ ବି ଖୋଲିଲେ ମୁହଁ

author img

By

Published : Jul 5, 2021, 11:12 AM IST

owaisi
owaisi

RSS ମୁଖ୍ୟ ମୋହନ ଭଗବତଙ୍କ ବିବୃତ୍ତିକୁ ନେଇ ଟ୍ବିଟ ଯୋଗେ ଟାର୍ଗେଟ କଲେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏବଂ କଂଗ୍ରେସ ନେତା ଦିଗବିଜୟ ସିଂ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ପ୍ରମୁଖ ମୋହନ ଭାଗବତଙ୍କ ହିନ୍ଦୁତ୍ବ ଓ ଲିଂଚିଂକୁ ନେଇ ଆରମ୍ଭ ହୋଇଛି ବୟାନ ବାଜି । AIMIM ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ ମୋହନ ଭଗବତଙ୍କ ବୟାନକୁ ନେଇ ଟ୍ବିଟ ଯୋଗେ ମନ୍ତବ୍ୟ ଦେଇଛନ୍ତି ।

  • RSS के भागवत ने कहा "लिंचिंग करने वाले हिंदुत्व विरोधी"।इन अपराधियों को गाय और भैंस में फ़र्क़ नहीं पता होगा लेकिन क़त्ल करने के लिए जुनैद, अखलाक़, पहलू, रकबर, अलीमुद्दीन के नाम ही काफी थे।ये नफ़रत हिंदुत्व की देन है, इन मुजरिमों को हिंदुत्ववादी सरकार की पुश्त पनाही हासिल है। 1/3

    — Asaduddin Owaisi (@asadowaisi) July 5, 2021 " class="align-text-top noRightClick twitterSection" data=" ">

ଆଜି ( ସୋମବାର) ଅସଦୁଦ୍ଦିନ ଓୱେସୀ ଟ୍ବିଟ କରି କହିଛନ୍ତି ସଂଘ ପ୍ରମୁଖ ରବିବାର କହିଛନ୍ତି ଲିଂଚିଂ କରୁଥିବା ଲୋକ ହିନ୍ଦୁତ୍ବ ବିରୋଧୀ । ଏହି ଅପରାଧୀ ମାନେ ଗାଇ ଓ ମଇଁଷି ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ । କିନ୍ତୁ ହତ୍ୟା କରୁଥିବା ଜୁନୈଦ, ଅଖଲାକ, ରକବର, ଅଲିମୁଦ୍ଦିନ ନା ଯଥେଷ୍ଟ । ଓୱେସୀ ଆହୁରି କହିଛନ୍ତି ନଫରତ ହିନ୍ଦୁତ୍ବର ସମୟ ଚାଲିଛି । ଏହି ଦୋଷୀକୁ ହିନ୍ଦୁତ୍ବବାଦୀ ସରକାରର ଆଖ୍ୟା ମିଳିଛି । କେନ୍ଦ୍ରୀ ମନ୍ତ୍ରୀଙ୍କ ହାତରେ ଅଲିମୁଦ୍ଦିନ କାତିଲର ଗୁଲପୋଶୀ ହେଉଛି । ଅଖଲାକ ହତ୍ୟାକାରୀ ମୃତଦେହରେ ତ୍ରିରଙ୍ଗା ଉଡୁଛି । ଓୱେସୀ ଆହୁରି କହିଛନ୍ତି ଆସିଫକୁ ମାରିଥିବା ଲୋକଙ୍କ ସମର୍ଥନରେ ମହାପଞ୍ଚାୟତ ବସୁଛି । ବିଜେପି ପ୍ରବକ୍ତା କହୁଛନ୍ତି ଆମେ କଣ ହତ୍ୟା କରିପାରିବୁ ନାହିଁ ? ଭୀରୁତା, ହିଂସା, କତ୍ତଲ କରିବା ଗୋଡସେଙ୍କ ହିନ୍ଦୁତ୍ବବାଦୀ ଚିନ୍ତାଧାରାର ଅତୁଟ ଅଂଶ । ମୁସଲମାନଙ୍କ ଲିଂଚିଂ ବି ଏହି ଚିନ୍ତାଧାରାର ଫଳ ବୋଲି ଓୱେସି ଟ୍ବିଟ କରିଛନ୍ତି ।

  • संघ प्रमुख मोहन भागवत बोले- हिंदू और मुस्लिम अलग नहीं, सभी भारतीयों का डीएनए एक है https://t.co/bkfecvXRWE

    मोहन भागवत जी यह विचार क्या आप अपने शिष्यों, प्रचारकों, विश्व हिंदू परिषद/ बजरंग दल कार्यकर्ताओं को भी देंगे? क्या यह शिक्षा आप मोदीशाह जी व भाजपा मुख्यमंत्री को भी देंगे?

    — digvijaya singh (@digvijaya_28) July 5, 2021 " class="align-text-top noRightClick twitterSection" data=" ">

କଂଗ୍ରେସ ସାଂସଦ ଦିଗବିଜୟ ସିଂଙ୍କ ମନ୍ତବ୍ୟ...

ସଂଘ ପ୍ରମୁଖ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ମଧ୍ୟ ମୁହଁ ଖୋଲିଛନ୍ତି । କଣ ମୋହନ ଭାଗବତ ନିଜର ଏହି ବିଚାର ନିଜର ଶିଷ୍ୟ, ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଓ ସଂଘ ପ୍ରଚାରକଙ୍କୁ ଦେବେ କି? ଏହାସହ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ବିଜେପି ନେତାଙ୍କୁ ମଧ୍ୟ ଦେବେ କି? ସେହିପରି ଦିଗବିଜୟ ଆହ୍ବାନ ଦେଇ କହିଛନ୍ତି ଯଦି ସଂଘ ପ୍ରମୁଖ ନିଜେ ରଖିଥିବା ବିଚାର ପ୍ରତି ସଚେତନ ଅଛନ୍ତି ବିଜେପିରେ ଥିବା ନେତା ଯେଉଁମାନେ ନିର୍ଦୋଷ ମୁସଲମାନଙ୍କୁ ପ୍ରତାଡିତ କରିଛନ୍ତି ତାଙ୍କୁ ଦଳରୁ ବାହାର କରିବେ କି?

ଦିଗବିଜୟ ସିଂଙ୍କ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିଜେ ଦେଇଥିବା ବକ୍ତବ୍ୟ ପାଳନ କରିବା ପାଇଁ କହିବେ କି? କହିବେ ନାହିଁ କାରଣ ଆପଣଙ୍କ କହିବା ଓ କରିବା ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । ଆପଣ ଠିକ କହିଛନ୍ତି ଆମେ ପ୍ରଥମେ ଭାରତୀୟ କିନ୍ତୁ ... ଆପଣ ନିଜ ଶିଷ୍ୟଙ୍କୁ ପ୍ରଥମେ ବୁଝାନ୍ତୁ ଏହି କଥା ।

  • लेकिन यह आसान नहीं है। आप लोगों ने हिंदू मुसलमान के बीच में इतनी नफ़रत भर दी है उसे दूर करना आसान नहीं है। सरस्वती शिशु मंदिर से ले कर संघ द्वारा बौद्धिक प्रशिक्षणों में मुसलमानों के खिलाफ जो नफ़रत का बीज बोया गया है वह निकालना आसान नहीं है।

    — digvijaya singh (@digvijaya_28) July 5, 2021 " class="align-text-top noRightClick twitterSection" data=" ">

କଣ କହିଛନ୍ତି ସଂଘ ପ୍ରମୁଖ...

ଗତକାଲି (ରବିବାର) ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସଂଘ ପ୍ରମୁଖ ମୋହନ ଭାଗବତ କହିଥିଲେ ଯଦି କୌଣସି ହିନ୍ଦୁ କହୁଛି ଏଠାରେ ମୁସଲମାନ ରହିପାରିବେ ନାହିଁ, ସେ ହିନ୍ଦୁ ନୁହନ୍ତି । ଗାଇ ଗୋଟିଏ ପବିତ୍ର ଜୀବ । କିନ୍ତୁ ଯିଏ ଗାଇ’ ନାରେ ଅନ୍ୟଙ୍କୁ ହତ୍ୟା କରୁଛି ସେ ହିନ୍ଦୁତ୍ବ ବିରୋଧୀ । ଏହି ପ୍ରସଙ୍ଗରେ ଆଇନ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ଏହାବାଦ ସଂଘ ପ୍ରମୁଖ କହିଥିଲେ ସବୁ ଭାରତୀୟଙ୍କ ଡିଏନଏ ଗୋଟିଏ, ସେ ଯେକୌଣସି ଧର୍ମର ହେଇଥାଉ ନା କାହିଁକି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.