ETV Bharat / bharat

Covid-19 Vaccine: ୮୮ ପ୍ରତିଶତ ପ୍ରାପ୍ତ ବୟସ୍କ ନେଇସାରିଲେଣି ଉଭୟ ଡୋଜ୍‌ ଟିକା

author img

By

Published : May 28, 2022, 8:02 PM IST

Over 88 present Indian adults fully vaccinated against Covid
88 % ପ୍ରାପ୍ତ ବୟସ୍କ ନେଇ ସାରିଲେଣି ଟିକା: କେନ୍ଦ୍ର

ଟୀକାକରଣରେ ଭାରତର ଭଲ ପ୍ରଦର୍ଶନ । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, ୮୮ ପ୍ରତିଶତ ପ୍ରାପ୍ତ ବୟସ୍କ ନେଇ ସାରିଲେଣି ଉଭୟ ଡୋଜ । ତଥାପି କୋଭିଡ ପ୍ରୋଟୋକଲ ପାଳନ କରିବା ପାଇଁ କଲେ ଅପିଲ୍‌ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କୋଭିଡ(Covid-19 Vaccine) ଟୀକାକରଣ ଡ୍ରାଇଭରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ । ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାର ୮୮ ପ୍ରତିଶତ ପ୍ରାପ୍ତ ବୟସ୍କ ଟୀକାକରଣ ଡ୍ରାଇଭରେ ଯୋଡି ହୋଇ ସାରିଥିବାବେଳେ ସମ୍ପୂର୍ଣ୍ଣ ତଥା ଦୁଇଟି ଡୋଜ୍‌ ନେଇ ସାରିଛନ୍ତି । ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଏନେଇ ସୂଚନା ଦେଇଛନ୍ତି ।

  • देश की 88% वयस्क आबादी का पूर्ण टीकाकरण।

    Over 88% of the adult population is now fully vaccinated against #COVID19.

    Congratulations India! 🇮🇳

    Keep following COVID appropriate behaviour even after getting vaccinated. pic.twitter.com/p4H6zONUzR

    — Dr Mansukh Mandaviya (@mansukhmandviya) May 28, 2022 " class="align-text-top noRightClick twitterSection" data=" ">

ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ସୂଚନା ସହ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋଭିଡ ନିୟନ୍ତ୍ରଣରେ ଥିବାବେଳେ ଟୀକାକରଣ ଡ୍ରାଇଭ ମଧ୍ୟ ଭଲ ଗତିରେ ଜାରିରହିଛି । ତଥାପି ଟିକା ଗ୍ରହଣ କରିବା ପରେ ମଧ୍ୟ କୋଭିଡ ପ୍ରୋଟୋକଲ ପାଳନ କରିବା ନିହାତି ଆବଶ୍ୟକତା ରହିଥିବା ଦର୍ଶାଇ ସ୍ବାସ୍ଥ୍ୟମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୧୮-୪୪ ବର୍ଷ ବୟସ ମଧ୍ୟରେ ମୋଟ ୫୫ କୋଟି ୫୫,୭୦,୬୭,୪୫୯) ନାଗରିକ ପ୍ରଥମ ଡୋଜ୍‌ ଓ ପ୍ରାୟ ୪୮ କୋଟିରୁ ଉର୍ଦ୍ଧ୍ବ (୪୮,୯୩,୧୧,୪୫୨) ଦ୍ୱିତୀୟ ଡୋଜ ଟିକା ଗ୍ରହଣ କରିସାରିଛନ୍ତି । ସେହିପରି ୭,୫୮,୮୨୨ ନାଗରିକ ବୁଷ୍ଟର ଡୋଜ ନେଇଥିବା ମନ୍ତ୍ରଣାଳୟ ତଥ୍ୟରେ କହିଛି । ସେହିପରି ଭାରତର ମୋଟ ଟୀକାକରଣ କଭରେଜ୍ ୧୯୩.୧୩ କୋଟି ଅତିକ୍ରମ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.