ETV Bharat / bharat

୪୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଛି COVID ଟିକା

author img

By

Published : Jun 24, 2022, 12:23 PM IST

୪୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଛି କୋରୋନା ଟିକା
୪୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇଛି କୋରୋନା ଟିକା

ବିଶ୍ବକୁ କଲବଲ କରି ତାଣ୍ଡବ ରଚିଛି COVID ମହାମାରୀ । ତେବେ ଏହାରି ଭିତରେ ଲାନସେଟ୍ ପକ୍ଷରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, କୋରୋନା ଟିକା ଦ୍ବାରା ପାଖାପାଖି ୪୨ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଶ୍ବକୁ କଲବଲ କରି ତାଣ୍ଡବ ରଚିଛି COVID ମହାମାରୀ । ଏହି ମହାମାରୀ ଯୋଗୁଁ କୋଟି କୋଟି ଲୋକଙ୍କ ମୃତ୍ୟୁ ହୋଇଛି । ପାଖାପାଖି 2 କୋଟିରୁ ଅଧିକ ଲୋକ ମୃତ୍ୟୁ ହୋଇଛି । ତେବେ ଏହାରି ଭିତରେ ଲାନସେଟ୍ ପକ୍ଷରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ୨୦୨୧ ମସିହାରେ କୋରୋନା ଟିକା ଦ୍ବାରା ପାଖାପାଖି ୪୨ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇ ଦେଇଛି । ଏହାର ଅର୍ଥ ହେଲା ଯଦି ଦେଶର ଜନସାଧାରଣ କୋରୋନା ଟିକା ନେଇନଥାନ୍ତେ ତେବେ ୪୨ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯଦି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଲକ୍ଷ୍ୟ ପୂରଣ କରାଯାଇପାରିଥାନ୍ତା ତେବେ ୫ଲକ୍ଷ ୯୯ ହଜାର ୩୦୦ ଲୋକଙ୍କ ଜୀବନ ରକ୍ଷା ହୋଇପାରିଥାନ୍ତା । କାରଣ ୨୦୨୧ ଶେଷ ସୁଦ୍ଧା ଦେଶରେ ୪୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଇବା ନେଇ ଲକ୍ଷ୍ୟ ରଖିଥିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ଏହି ଅଧ୍ୟୟନରେ ୨୦୨୦ ଡିସେମ୍ବରରୁ ୨୦୨୧ ପର୍ଯ୍ୟନ୍ତ ତଥ୍ୟ ନିଆଯାଇଥିବାବେଳେ, ଏହାର ଅଧ୍ୟୟନ ଇଂଲଣ୍ଡର ଇମରିୟାଲ କଲେଜରେ କରାଯାଇଛି ।

ପ୍ରଫେସର ଓଲିଭର ଓ୍ବାଟସନ କହିଛନ୍ତି ଯେ, କୋରୋନା ଟୀକାରରଣ ଯୋଗୁଁ ଭାରତରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚିଯାଇଛି । 2020 ଡିସେମ୍ବର 8 ରୁ 2021 ଡିସେମ୍ବର ୮ ମଧ୍ୟରେ ଅତ୍ୟଧିକ ଲୋକ କୋରୋନା ଦ୍ବାରା ସଂକ୍ରମିତ ହୋଇଥିଲେ । ଦି ଇକୋନୋମିଷ୍ଟଙ୍କ ଆକଳନ ଅନୁଯାୟୀ, 2021 ମସିହା ମେ ମାସ ଆରମ୍ଭରେ COVID-19 ରୁ ଭାରତରେ 2.3 ନିୟୁତ ଲୋକଙ୍କର ମୃତ୍ୟୁ ଘଟିଥିଲା । ଗତ ମାସରେ WHO ଆକଳନ କରିଥିଲା ​​ଯେ ଭାରତରେ 4.7 ନିୟୁତ କୋଭିଡରେ ମୃତ୍ୟୁ ହୋଇଛି, ଯାହାକୁ ସରକାର ଖଣ୍ଡନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.