ETV Bharat / bharat

COVID Vaccination: ରାଜ୍ୟଗୁଡିକ ପାଖରେ ଗଚ୍ଛିତ ରହିଛି ୧୮.୬୪ କୋଟି ଡୋଜ୍‌ ଟିକା

author img

By

Published : May 7, 2022, 5:25 PM IST

COVID vaccination: ଏବେ ସୁଦ୍ଧା ରାଜ୍ୟଗୁଡିକ ନିକଟରେ ଗଚ୍ଛିତ ଅଛି 18.64 କୋଟି ଡୋଜ
COVID vaccination: ଏବେ ସୁଦ୍ଧା ରାଜ୍ୟଗୁଡିକ ନିକଟରେ ଗଚ୍ଛିତ ଅଛି 18.64 କୋଟି ଡୋଜ

ଦେଶରେ ଜାରି ରହିଛି କୋଭିଡ ଟୀକାକରଣ । ବର୍ତ୍ତମାନ ଯାଏ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ 18.64 କୋଟି ଡୋଜ ଗଚ୍ଛିତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋଭିଡ ଭ୍ୟାକ୍ସିନେସନ ଡ୍ରାଇଭ । ତେବେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିକଟରେ ପ୍ରାୟ ୧୮.୬୪ କୋଟି ଡୋଜ୍‌ରୁ ଅଧିକ ପରିମାଣର ଟିକା(Covid 19 Vaccine) ଗଚ୍ଛିତ ରହିଛି । ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ । ତେବେ ଦେୟମୁକ୍ତ ଭାବେ ଭାରତ ସରକାର ଆରମ୍ଭ କରିଥିବା ଏହି ଡ୍ରାଇଭରେ ଏବେ ସୁଦ୍ଧା ମୋଟ ୧୯୩.୫୩ କୋଟି ଟିକା ଡୋଜ ରାଜ୍ୟ ଓ କେନ୍ଦ୍ର ଶାସିିତ ଅଞ୍ଚଳକୁ ପ୍ରଦାନ କରାଯାଇଥିବା ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ବିସ୍ତୃତ ତଥ୍ୟ ଦେଇ ମନ୍ତ୍ରଣାଳୟ କହିଛି, ଏବେ ସୁଦ୍ଧା କେନ୍ଦ୍ର ପ୍ରଦାନ କରିଥିବା ମୋଟ ୧୮କୋଟି ୬୪ଲକ୍ଷ ୬୬ ହଜାର ୨୮୫ (୧୮୬,୪୬୬,୨୮୫) ଟିକା ଡୋଜ ବିଭିନ୍ନ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳରେ ଗଚ୍ଛିତ ରହିଛି । ଦେଶରେ କୋଭିଡ ଟୀକାକରଣ ଡ୍ରାଇଭ ସଫଳତାର ସହ ଜାରି ରହିଛି । ପର୍ଯ୍ୟାୟ କ୍ରମେ ଏଥିରେ ଏକାଧିକ ବୟସ ବର୍ଗକୁ ମଧ୍ୟ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ଅନ୍ତର୍ଭୂକ୍ତ କରାଯାଇଛି । ଦେଶବ୍ୟାପୀ ଏହି ଡ୍ରାଇଭକୁ ସଫଳତାର ସହ ଶେଷ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ବ୍ୟବସ୍ଥା କରିବାରେ ଲାଗିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୧୯୩ କୋଟି ୫୩ ଲକ୍ଷ ୫୮ ହଜାର ୮୬୫ (୧୯୩,୫୩,୫୮,୮୬୫) ଟିକା ଡୋଜ ପ୍ରଦାନ କରିସାରିଛି କେନ୍ଦ୍ର ସରକାର ।

ଗତ କିଛି ଦିନ ତଳେ କୋଭିଡ ସମୀକ୍ଷା ବୈଠକ ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ କୋଭିଡ ଟିକା ପ୍ରଦାନ ନେଇ ମିଶନ ମୋଡ୍‌ରେ କାମ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦଇଥିଲେ । ୨୦୨୧ ଜାନୁଆରୀ ୧୬ ତାରିଖରେ ଦେଶରେ ଟୀକାକରଣ ଆରମ୍ଭ ହୋଇଥିଲା । ଦେୟମୁକ୍ତ ଭାବେ ରାଜ୍ୟମାନଙ୍କୁ ଟିକା ଯୋଗାଇଥିଲେ କେନ୍ଦ୍ର ସରକାର । ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିବା ବେଳେ ପର୍ଯ୍ୟାୟକ୍ରମେ ସମସ୍ତ ବୟସ ବର୍ଗଙ୍କୁ ଏହି ଡ୍ରାଇଭରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.