ETV Bharat / bharat

ଇଲେକ୍ଟ୍ରି ବାଇକ ବ୍ୟାଟେରୀ ବିସ୍ଫୋରଣ: ସ୍ବାମୀ ମୃତ, ସ୍ତ୍ରୀ ସମେତ ୨ ଛୁଆ ଗୁରୁତର

author img

By

Published : Apr 23, 2022, 3:19 PM IST

ଇଲେକ୍ଟ୍ରି ବାଇକ ବ୍ୟାଟେରୀ ବିସ୍ଫୋରଣ : ସ୍ବାମୀ ମୃତ, ସ୍ତ୍ରୀ ସମେତ ୨ ଛୁଆ ଗୁରୁତର
ଇଲେକ୍ଟ୍ରି ବାଇକ ବ୍ୟାଟେରୀ ବିସ୍ଫୋରଣ : ସ୍ବାମୀ ମୃତ, ସ୍ତ୍ରୀ ସମେତ ୨ ଛୁଆ ଗୁରୁତର

ଇଲେକ୍ଟ୍ରି ବାଇକ ବ୍ୟାଟେରୀ ବିସ୍ଫୋରଣ । ଏଥିରେ ସ୍ବାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ସହ ୨ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇଛି । ବିଜୟଓ୍ବାଡାରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

ଅମରାବତୀ : ଇଲେକ୍ଟ୍ରି ବାଇକ ବ୍ୟାଟେରୀ ବିସ୍ଫୋରଣ । ଏଥିରେ ସ୍ବାମୀର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ସହ ୨ ଛୁଆଙ୍କ ଅବସ୍ଥା ଗୁରୁତର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ବିଜୟଓ୍ବାଡା ସୁରୟାରୋପେଟା ରୋଜ ଗାର୍ଡେନ (Suryaraopeta rose garden)ରେ ଘଟିଛି ଏହି ଅଘଟଣ ।

ସୂଚନା ଅନୁସାରେ, ସୁରୟାରୋପେଟା ରୋଜ ଗାର୍ଡେନରେ ଶିବ କୁମାର ପରିବାର ସହ ବାସ କରନ୍ତି । ଶିବ କୁମାର(Sivakumar) ଗତକାଲି(ଶୁକ୍ରବାର) ଏକ ଇଲେକ୍ଟ୍ରି ଚାଳିତ ବାଇକ କିଣିକି ଘରକୁ ଆଣିଥିଲେ ।

ପରେ ରାତିରେ ଗାଡିର ବ୍ୟାଟେରୀଟିକୁ ଘରେ ଚାର୍ଜରେ ଲଗାଇଥିଲେ । ହେଲେ ହଠାତ ସକାଳ ସମୟରେ ବ୍ୟାଟେରୀଟି ବିସ୍ଫୋରଣ ହୋଇଥିଲା । ଫଳରେ ଘରେ ନିଆଁ ଲାଗିଯାଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ଶିବ କୁମାରଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ଧାଇଁ ଆସିଥିଲେ । ହେଲେ ଘଟଣାସ୍ଥଳରେ ଶିବ କୁମାରଙ୍କ ମୃତ୍ୟୁ ହୋଇଥିଲା । ସେପଟେ ସ୍ତ୍ରୀ ସହ ୨ ଛୁଆଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ତ୍ରୀର ଅବସ୍ଥା ସଙ୍କଟାପନ୍ନ ଥିବା କହିଛନ୍ତି ଡାକ୍ତର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.