ETV Bharat / bharat

Age Group Vaccination: ଏକ ମାସରେ ପ୍ରଥମ ଡୋଜ ନେଲେ ୬୫ପ୍ରତିଶତ

author img

By

Published : Feb 4, 2022, 10:30 PM IST

15 to 18 Age Group Vaccination: ଏକ ମାସରେ ପ୍ରଥମ ଡୋଜ ନେଲେ ୬୫ପ୍ରତିଶତ
15 to 18 Age Group Vaccination: ଏକ ମାସରେ ପ୍ରଥମ ଡୋଜ ନେଲେ ୬୫ପ୍ରତିଶତ

ଜାନୁଆରୀ ୩ରୁ ଦେଶରେ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟୀକାକରଣ । ଟୀକାରଣକୁ ଏକମାସ ହୋଇଥିବା ବେଳେ ୬୫ପ୍ରତିଶତ କୋରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟୀକାକରଣ । ଟୀକାରଣକୁ ଏକମାସ ହୋଇଥିବା ବେଳେ ୬୫ପ୍ରତିଶତ କୋରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଟୀକାକରଣ ୧୬୮. ୪୭କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ସେହିପରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଦେଶରେ କିଶୋରଙ୍କ ଟୀକାକରଣକୁ ଏକ ମାସ ହୋଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫ଲକ୍ଷ ଡୋଜ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ମୋଟ ଟୀକାକରଣ ୧୬୮ କୋଟି ୭୪ଲକ୍ଷ ୧୬ ହଜାର ୬୮ରେ ପହଞ୍ଚିଛି । ତେବେ ଜାନୁଆରୀ ୧୬ରେ ଦେଶରେ ଟାକକରଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା ୧ବର୍ଷ ଅତିକ୍ରମ କରିଛି । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟୀକା ନେଇଥିଲେ ।

  • यंग इंडिया का ऐतिहासिक प्रयास ज़ारी..

    केवल 1 महीने में 15-18 आयुवर्ग के 65% बच्चों को लगी वैक्सीन की पहली डोज। प्रधानमंत्री @NarendraModi जी के नेतृत्व में विश्व का सबसे बड़ा टीकाकरण अभियान रच रहा नए कीर्तिमान।#SabkoVaccineMuftVaccine pic.twitter.com/rqxRDrzuPO

    — Dr Mansukh Mandaviya (@mansukhmandviya) February 4, 2022 " class="align-text-top noRightClick twitterSection" data=" ">

ଗତବର୍ଷ ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଗତ ଅପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର । ଏହାପରେ ଜାନୁଆରୀ ୩ , ୨୦୨୨ରେ ଆରମ୍ଭ ହୋଇଥିଲା ୧୫ରୁ ୧୮ ବର୍ଷ କିଶୋରଙ୍କ ଟୀକାକରଣ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.