ETV Bharat / bharat

ଗଣେଶ ପୂଜାରେ ମଧ୍ୟ କୋଭିଡ ଲଢେଇ, ପୂଜା ମଣ୍ଡପରେ ପ୍ରସାଦ ଆକାରରେ ମିଳିବ ବୁଷ୍ଟର ଡୋଜ

author img

By

Published : Aug 23, 2022, 10:19 PM IST

ଗଣେଶ ପୂଜାରେ ମଧ୍ୟ କୋଭିଡ ଲଢେଇ, ପୂଜା ମଣ୍ଡପରେ ପ୍ରସାଦ ଆକାରରେ ମିଳିବ କୋଭିଡ ବୁଷ୍ଟର ଡୋଜ
ଗଣେଶ ପୂଜାରେ ମଧ୍ୟ କୋଭିଡ ଲଢେଇ, ପୂଜା ମଣ୍ଡପରେ ପ୍ରସାଦ ଆକାରରେ ମିଳିବ କୋଭିଡ ବୁଷ୍ଟର ଡୋଜ

ଗୁଜୁରାଟର ସୁରଟ ମହାନଗର ନିଗମର ଭିନ୍ନ ଢଙ୍ଗରେ ଗଣେଶ ପୂଜା ପ୍ରସ୍ତୁତି । ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ଆକାରରେ ମିଳିବ ବୁଷ୍ଟର ଡୋଜ । ସମସ୍ତ ପ୍ରସ୍ତତି ଶେଷ କରିବାରେ ଲାଗିଛି ମହାନଗର ନିଗମ । ଅଧିକ ପଢନ୍ତୁ

ଗାନ୍ଧୀନଗର: ଗଣେଷ ପୂଜାକୁ ନେଇ ଭବ୍ୟ ଓ ଭିନ୍ନ ଆୟୋଜନର ଖବର ସବୁବେଳେ ସାମ୍ନାକୁ ଆସିଥାଏ । କେତେବେଳେ ମେଢକୁ ନେଇ ରେକର୍ଡ ତବେ କେବେ ପ୍ରସାଦକୁ ନେଇ ଭିନ୍ନ ରେକର୍ଡ କରିଥାନ୍ତି ଆୟୋଜକ ପୂଜା କମିଟି । କିନ୍ତୁ ଗଣେଶ ପୂଜାକୁ ନେଇ ଏକ ଭିନ୍ନ ରୋଚକ ତଥ୍ୟ ମଧ୍ୟ ଆସିଛି । ପୂଜାରେ ମଧ୍ୟ କୋଭିଡ ବିରୋଧୀ ଲଢେଇକୁ ବଳ ଦେବା ପାଇଁ ପ୍ରୟାସ କରାଯାଇଛି । ପୂଜାରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ଆକାରରେ ବୁଷ୍ଟର ଡୋଜ ପ୍ରଦାନ କରିବା ନେଇ ଘୋଷଣା କରିଛି ଗୁଜୁରାଟ ସୁରଟର ମହାନଗର ନିଗମ (covid vaccination drive in Ganesh puja) ।

ସରକାରୀ ତଥ୍ୟ ଅନୁସାରେ ଏବେ ମଧ୍ୟ ସହରରେ ଅନେକ ଲୋକେ କୋଭିଡର ବୁଷ୍ଟର ଡୋଜ ଗ୍ରହଣ କରିନାହାନ୍ତି । ତେଣୁ ସେମାନଙ୍କ ପାଇଁ ଏହି ଗଣେଷ ପୂଜାରେ ଦେୟମୁକ୍ତ ଭାବେ ଏହି ଟିକାକରଣ ଡ୍ରାଇଭକୁ ଏକ ଉକତ୍ସବ ଭାବେ ପାଳନ କରିବାକୁ ବ୍ୟବସ୍ଥା କରିଛି ମହାନଗର ନିଗମ (new style Ganesh puja in surat )। ଏଥିପାଇଁ ଏକାଧିକ ବୈଠକ ଶେଷ ହୋଇ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ ଶେଷ ହୋଇଛି । ଏକାଧିକ ସ୍ବାସ୍ଥ୍ୟକର୍ମୀଙ୍କ ଟିମ ଏହି ଡ୍ରାଇଭରେ ସାମିଲ ହେବେ । ଏହି ଡ୍ରାଇଭ କେବଳ ସହରର କୌଣସି ନିର୍ଦ୍ଦିଷ୍ଟ ପୂଜା ମଣ୍ଡପରେ ନୁହେଁ ବରଂ ଏକାଧିକ ପୂଜା ପେଣ୍ଡାଲରେ ଆୟୋଜିତ ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି (covid vaccination drive in Ganesh puja)।

ପ୍ରାୟ ସମସ୍ତ ପୂଜା ମଣ୍ଡପରେ ସ୍ବାସ୍ଥ୍ୟକର୍ମୀ ଟିକାକରଣର ପ୍ରସ୍ତୁତି କରିବେ । ଆବଶ୍ୟକୀୟ ସଂଖ୍ୟକ ପ୍ରଶାସନିକ ଅଧିକାରୀ ମଧ୍ୟ ପେଣ୍ଡାଲରେ ନିୟୋଜିତ ହୋଇ ଏହି ଡ୍ରାଇଭର ପରିଚାଳନା ଭାର ତୁଲାଇବେ । ସେଠାକୁ ପ୍ରଭୁଙ୍କ ଦର୍ଶନ ପାଇ ଯାଉଥିବା ଶ୍ରଦ୍ଧାଳ ଯଦି କୋଭିଡର ପୂର୍ବବର୍ତ୍ତୀ ଦୁଇ ଟିକା ଗ୍ରହଣ କରିଥାନ୍ତି ଓ ବୁଷ୍ଟର ନେଇନଥାନ୍ତି, ତେବେ ତାଙ୍କୁ ସେଠାରେ ବୁଷ୍ଟର ଡୋଜ ପ୍ରଦାନ କରାଯିବ ।

ତେବେ କୋଭିଡ ବିରୋଧୀ ଲଢେଇରେ ଭାରତର ପ୍ରଦର୍ଶନ ଅନ୍ୟ ଦେଶମାନଙ୍କ ଠାରୁ ଆଗରେ ରହିଛି । ଟିକାକରଣକୁ ଏକ ଆହ୍ବାନ ତଥା ଉତ୍ସବ ଭାବେ ପାଳନ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କୋଭିଡକୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଓ ଏହାର ନିରାକରଣ ପାଇଁ ଟିକାକରଣରେ ସମସ୍ତଙ୍କୁ ସାମିଲ କରିବା ନେଇ ଏପରି ନିଆରା କାର୍ଯ୍ୟକ୍ରମକୁ ବଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.