ETV Bharat / bharat

ସୁରଟରେ ଓଡିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ୪୯ ଥର ଛୁରୀ ଭୁସିଲା ପ୍ରେମିକ

author img

By

Published : Dec 15, 2022, 3:25 PM IST

ସୁରଟରେ ଓଡିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ୪୯ ଥର ଛୁରୀ ଭୁସିଲା ପ୍ରେମିକ
ସୁରଟରେ ଓଡିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା, ୪୯ ଥର ଛୁରୀ ଭୁସିଲା ପ୍ରେମିକ

ସୁରଟରେ ଓଡିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା । ୪୯ ଥର ଛୁରୀ ଭୁସିଲା ପ୍ରେମିକ । ବିବାହ ପାଇଁ ଜିଦ୍ ଧରିବାରୁ ଯୁବତୀଙ୍କୁ ତାଙ୍କର ପ୍ରେମିକ ହତ୍ୟା କରିଥିବା ସୂଚନା । ଅଧିକ ପଢନ୍ତୁ

ଗାନ୍ଧୀନଗର: ସୁରଟରେ ଓଡିଆ ଯୁବତୀଙ୍କୁ ବୀଭତ୍ସ ହତ୍ୟା । ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ ଛୁରୀ ଭୁସି ହତ୍ୟାକଲା ଜହ୍ଲାଦ ପ୍ରେମିକ । ଦିଲ୍ଲୀରେ ଶ୍ରଦ୍ଧାକୁ ତା'ର ପ୍ରେମିକ ନିର୍ମମ ଭାବେ ମାରିବା ପରି ଅଭିଯୁକ୍ତ ଜଣକ ତାର ପ୍ରେମିକାକୁ ୪୯ ଥର ଛୁରାମାଡ କରି ହତ୍ୟା କରିଛି (Odia girl killed by boyfriend in Surat) । ମୃତ ଓଡିଆ ଯୁବତୀଙ୍କ ନାମ କୁନି ଦାସ ଓରଫ ସୀମାଦାସ ଓ ଘର ଓଡିଶାର ଡୁମଡୁମା ଅଞ୍ଚଳରେ ବୋଲି ଜଣାପଡିଛି । ସୁରଟ ଅଞ୍ଜନି ଇଷ୍ଟେଟ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାର ତଦନ୍ତ ପରେ ସୁରଟର କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତ ପ୍ରେମିକ ଜଗନ୍ନାଥ ଗୌଡକୁ ଗୁଜୁରାଟରୁ ଗିରଫ କରିଛି ।

ସୂଚନା ମୁତାବକ, ଅଭିଯୁକ୍ତ ପ୍ରେମିକର ଘର ମଧ୍ୟ ଓଡିଶାରେ । ହେଲେ ସେ ୧୦ ବର୍ଷ ହେଲା ନିଜ ପରିବାର ସହ ସୁରଟରେ ରହିଆସୁଥିଲା । ଜଗନ୍ନାଥ ଓ କୁନିଙ୍କ ମଧ୍ୟରେ ୩ ବର୍ଷ ହେଲା ପ୍ରେମ ସମ୍ପର୍କରେ ରହିଥିଲା । ଯୁବତୀ ପ୍ରେମିକ ଜଗନ୍ନାଥକୁ ବିବାହ କରିବାକୁ ଜିଦ୍ ଧରିଥିଲେ । କିନ୍ତୁ ପ୍ରେମିକ ବିବାହ ପାଇଁ ରାଜି ନଥିଲା । ହେଲେ କୁନି ବିବାହ ପାଇଁ ଜିଦ୍ ଧରିବାରୁ ଶେଷରେ ତାଙ୍କୁ ରାସ୍ତାର ହଟାଇବାକୁ ଷଡଯନ୍ତ୍ର ରଚିଥିଲା ଅଭିଯୁକ୍ତ । ଏହାପରେ ସେ ସୁରଟରୁ ଦୁଇ ସପ୍ତାହ ତଳେ ପୁରୀ-ଅହମ୍ମଦାବାଦ ଟ୍ରେନରେ ଭୁବନେଶ୍ବରରେ ପହଞ୍ଚି ଯୁବତୀଙ୍କୁ ସାଙ୍ଗରେ ସୁରଟ ନେଇଥିଲା । ସେଠାରେ ଏକ ଛୁରୀରେ ଯୁବତୀଙ୍କ ହତ୍ୟା କରିଥିଲା ଜହ୍ଲାଦ । ପ୍ରେମିକ ମନରେ ଏତେ ରାଗିଥିଲା ଯେ, ସେ ଯୁବତୀଙ୍କ ଶରୀରରେ ୪୯ ଥର ଛୁରାମାଡ କରିଥିଲା । ପ୍ରେମିକାକୁ ହତ୍ୟା କରିବା ପରେ ପ୍ରେମିକ ଜଣକ ଫେରାର ହୋଇ ଯାଇଥିଲା । ସେପଟେ ହତ୍ୟାକାରୀକୁ ଗିରଫ କରିବା ପୋଲିସ ପାଇଁ ଚାଲେଞ୍ଜ ହୋଇ ଯାଇଥିଲା ।

ନଭେମ୍ବର ୨୮ ତାରିଖରେ ପୋଲିସ ସୁରଟ ସ୍ଥିତ ଅଞ୍ଜନି ଇଷ୍ଟେଟ ନିକଟରୁ ଯୁବତୀଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଥିଲା । ମୃତ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ଦେଖାଯାଇଥିଲା । ଏନେଇ ସହରର ପ୍ରାୟ ୫୦୦ରୁ ଅଧିକ ସିସିଟିଭି ଫୁଟେଜ ଓ କଲ୍ ଡିଟେଲ୍ସ ଯାଞ୍ଚ କରିବା ପରେ ସୁରଟ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତ ପ୍ରେମିକ ଜଗନ୍ନାଥ ଗୌଡକୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.