ETV Bharat / bharat

ଭାଗବତଙ୍କ ବୟାନ, ରାଜନୈତିକ ଲାଭ ପାଇଁ CAAକୁ ଦିଆଯାଇଥିଲା ସାମ୍ପ୍ରଦାୟିକ ରୂପ

author img

By

Published : Jul 21, 2021, 7:09 PM IST

ଭାରତର ନାଗରିକ ଥିବା ସଂଖ୍ୟାଲଘୁ ତଥା ମୁସଲମାନଙ୍କୁ ସିଏଏ ଦ୍ବାରା କିଛି କ୍ଷତି ହେବନାହିଁ ବୋଲି ଆସାମରେ କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ । ଅଧିକ ପଢନ୍ତୁ...

ଭାଗବତଙ୍କ ବୟାନ, ରାଜନୈତିକ ଲାଭ ପାଇଁ 'CAA'କୁ ଦିଆଯାଇଥିଲା ସାମ୍ପ୍ରଦାୟିକ ରୂପ
ଭାଗବତଙ୍କ ବୟାନ, ରାଜନୈତିକ ଲାଭ ପାଇଁ 'CAA'କୁ ଦିଆଯାଇଥିଲା ସାମ୍ପ୍ରଦାୟିକ ରୂପ

ଦିସପୁର: ନାଗରିକତା ସଂଶୋଧନ ଆଇନ ଭାରତର କୌଣସି ନାଗରିକଙ୍କ ବିରୁଦ୍ଧରେ ଗଠନ ହୋଇଥିବା ଆଇନ ନୁହେଁ । ଭାରତର ନାଗରିକ ଥିବା ସଂଖ୍ୟାଲଘୁ ତଥା ମୁସଲମାନଙ୍କୁ ସିଏଏ ଦ୍ବାରା କିଛି କ୍ଷତି ହେବନାହିଁ । ଦେଶର ଅଳ୍ପସଂଖ୍ୟକଙ୍କ ପାଇଁ ଚନ୍ତା କରାଯିବ ବୋଲି ବିଭାଜନ ପରେ ଆଶ୍ବାସନ ଦିଆଯାଇଥିଲା । ଆମେ ଆଜିଯାଏଁ ଏହାକୁ ପାଳନ କରିଆସୁଥିବା କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପ୍ରମୁଖ ମୋହନ ଭାଗବତ ।

ସଂଘ ପ୍ରମୁଖ କହିଛନ୍ତି, ସିଏଏରୁ କୌଣସି ମୁସମାନଙ୍କୁ କ୍ଷତି ପହଁଞ୍ଚିବ ନାହିଁ । ସିଏଏ ଓ ଏନଆରସିର ହିନ୍ଦୁ ମୁସଲମାନଙ୍କ ସହ କୌଣସି ସମ୍ପର୍କ ନାହିଁ । ରାଜନୈତିକ ଲାଭ ତଥା ପଲିଟିକାଲ ମାଇଲେଜ ନେବା ପାଇଁ ଏହାକୁ ସମ୍ପ୍ରଦାୟିକର ରୂପ ଦିଆଯାଇଥିବା କହିଛନ୍ତି ଭାଗବତ ।

୧୯୩୦ରେ ଯୋଜନାବଦ୍ଧ ଭାବରେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଇଥିଲା । ଜନସଂଖ୍ୟା ବଢାଇ ପୁନର୍ବାର ଏହି ଦେଶକୁ ପାକିସ୍ତାନ କରିବା ପାଇଁ ବିଚାର ରହିଥିଲା । ଏହି ବିଚାର ପଞ୍ଜାବ, ଆସାମ ଓ ବଙ୍ଗ ବାବଦରେ ରହିଥିଲା । କିଛି ମାତ୍ରାରେ ଏହା ସତ୍ୟ ପ୍ରମାଣିତ ମଧ୍ୟ ହେଲା ବୋଲି ଅଭିଯୋଗ କରିଛନ୍ତି ସଂଘ ମୁଖ୍ୟ ।

ଆମକୁ ବିଶ୍ବରୁ ଧର୍ମନିରପେକ୍ଷତା, ସମାଜବାଦ, ଗଣତନ୍ତ୍ରର ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ନାହିଁ । ଏହା ଆମର ପରମ୍ପରା । ଆମ ରକ୍ତରେ ରହିଛି । ଆମ ଦେଶ ଏହାକୁ ଲାଗୁ କରିଛି । ଆଉ ଏହାକୁ ଜୀବୀତ ରଖିଛି ବୋଲି ଗୌହାଟୀର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଭାଗବତ ଏହା କହିଛନ୍ତି ।

ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆସାମରେ ବିଜେପି କ୍ଷମତାକୁ ପୁନର୍ବାର ଫେରିବା ପରେ ଏହା ଭାଗବତଙ୍କ ପ୍ରଥମ ଗସ୍ତ । ଏହି ଯାତ୍ରା ସମୟରେ ମୋହନ ଭାଗବତ ଆସାମର ବିଭିନ୍ନ ଅଞ୍ଚଳ ସମେତ, ଅରୁଣାଚଳପ୍ରଦେଶ, ମଣିପୁର, ତ୍ରିପୁରା ଭଳି ପୂର୍ବୋତ୍ତର ରାଜ୍ୟରରେ ସଂଘର ବରିଷ୍ଠ ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି ଭାଗବତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.