ETV Bharat / bharat

ଆଜିଠୁ ପଞ୍ଜାବରେ ନାଇଟ୍ କର୍ଫ୍ୟୁ ଲାଗୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

author img

By

Published : Jan 4, 2022, 1:54 PM IST

ପଞ୍ଜାବରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ପଞ୍ଜାବରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏଥିସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କଲେ ପଞ୍ଜାବ ସରକାର । ଅଧିକ ପଢ଼ନ୍ତୁ

night curfew imposed in punjab shuts educational institution due to covid rise
ଆଜିଠୁ ପଞ୍ଜାବରେ ନାଇଟ୍ କର୍ଫ୍ୟୁ ଲାଗୁ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଚଣ୍ଡିଗଡ଼: ପଞ୍ଜାବରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ପଞ୍ଜାବରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏଥିସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କଲେ ପଞ୍ଜାବ ସରକାର ।

ପଞ୍ଜାବରେ ଆଜି ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ଏଥିସହ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଆଦିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ୫୦ ପ୍ରତିଶତ କ୍ଷମତାରେ ସିନେମା ହଲକୁ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ପଞ୍ଜାବ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଜାରି ହୋଇଥିବା ନିର୍ଦ୍ଦେଶାନୁସାରେ ବାର, ମଲ୍ଟିପ୍ଲେକ୍ସ, ମଲ, ରେଷ୍ଟୁରାଣ୍ଟ, ସ୍ପା, ସଂଗ୍ରହାଳୟ ଓ ପ୍ରାଣୀ ଉଦ୍ୟାନ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବାକୁ ଅନୁମତି ମିଳିଛି । ଏଥିସହ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଟୀକା ନେଇଥିବା ବାଧ୍ୟତାମୂଳ ରହିଛି। ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟ ତଥା କାରଖାନା ଓ ଶିଳ୍ପାନୁଷ୍ଠାନରେ କେବଳ ସମୂର୍ଣ୍ଣ ଟୀକାକରଣ କରିଥିବା କର୍ମଚାରୀଙ୍କୁ ହିଁ ଅନୁମତି ମିଳିବ ।

ଜାରି ହୋଇଥିବା ନିର୍ଦ୍ଦେଶାନୁସାରେ କଟକଣା ଉପରେ କଡ଼ା ନଜର ରଖିବାକୁ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ପଞ୍ଜାବରେ ଏହି କଟକଣା ଜାନୁଆରୀ ୧୫ ଯାଏ ବଳବତ୍ତର ରହିବ ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.