ETV Bharat / bharat

PM Modi in Punjab: କଂଗ୍ରେସ ଉପରେ ବର୍ଷିଲେ, ଋଣମୁକ୍ତ ନୂଆ ପଞ୍ଜାବର ସ୍ବପ୍ନ ଦେଖାଇଲେ

author img

By

Published : Feb 14, 2022, 8:44 PM IST

PM Modi in Panjab: କଂଗ୍ରେସ ଉପରେ ବର୍ଷିଲେ, ଋଣମୁକ୍ତ ନୂଆ ପଞ୍ଜାବର ସ୍ବପ୍ନ ଦେଖାଇଲେ
PM Modi in Panjab: କଂଗ୍ରେସ ଉପରେ ବର୍ଷିଲେ, ଋଣମୁକ୍ତ ନୂଆ ପଞ୍ଜାବର ସ୍ବପ୍ନ ଦେଖାଇଲେ

ପଞ୍ଜାବର ଲୁଧିଆନାରେ ମୋଦି । ପୁଣି କଂଗ୍ରେସ ଉପରେ ବର୍ଷିବା ସହ କହିଲେ ରାଜ୍ୟରେ NDA କ୍ଷମତା ହାସଲ କରିବ । ଋଣମୁକ୍ତ ନୂଆ ପଞ୍ଜାବ ସୃଷ୍ଟି କରିବା ବିଜେପିର ଲକ୍ଷ୍ୟ । ଅଧିକ ପଢନ୍ତୁ

ଚଣ୍ଡିଗଡ: ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପରେ ଗୋଟିଏ ରାଜ୍ୟ ମାରାଥନ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପୂର୍ବାହ୍ନରେ ଉତ୍ତର ପ୍ରଦେଶର କାନପୁରରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି ଉପରେ ବର୍ଷିବା ପରେ ପଞ୍ଜାବର ଲୁଧିଆନାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ଜନସଭାକୁ ସମ୍ବୋଧିତ କରି ଶାସନରେ ଥିବା କଂଗ୍ରେସକୁ କଡା ସମାଲୋଚନା କରିବା ସହ ପଞ୍ଜାବବାସୀଙ୍କୁ ଏକାଧିକ ‘ନୂଆ ପଞ୍ଜାବ’ର ସ୍ବପ୍ନ ଦେଖାଇଛନ୍ତି ମୋଦି ।

ମୋଦି କହିଛନ୍ତି ଏବେ ପଞ୍ଜାବରେ NDA ସରକାର କ୍ଷମତାକୁ ଆସିବାକୁ ଯାଉଛି । ରାଜ୍ୟରେ ‘ନୂଆ ପଞ୍ଜାବ’ ନାମରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହେବ । ନୂଆ ପଞ୍ଜାବରେ ପ୍ରଦେଶକୁ ଋଣମୁକ୍ତ କରାଯିବା ସହ ରୋଜଗାରର ସମ୍ଭବାନା ସୃଷ୍ଟି କରାଯିବ । ସେହିପରି ଦଳିତ ଭାଇଭଉଣୀଙ୍କୁ ଉଚିତ ସମ୍ମାନ ମିଳିବା ସହ ସମସ୍ତ ସ୍ତରରେ ଉଚିତ ପ୍ରତିନିଧିତ୍ବ ମିଳିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆମେ ପ୍ରଦେଶର ପ୍ରଗତି ପାଇଁ କୌଣସି ଗୋଟିଏ ଦିଗକୁ ମଧ୍ୟ ଛାଡିବୁ ନାହିଁ । ବିଜେପି ସଙ୍ଘୀୟ ବ୍ୟବସ୍ଥାରେ ବିଶ୍ବାସ କରେ । ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ନେତୃତ୍ବାଧୀନ ସରକାର କେନ୍ଦ୍ର ସହ ଭଲ ସହଯୋଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଥିଲା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ସେହିପରି ରାଜ୍ୟରେ ଶାସକ କଂଗ୍ରେସ ଉପରେ ଆକ୍ରମଣ କରିବାର କୌଣସି ମୌକା ମଧ୍ୟ ଛାଡିନାହାନ୍ତି ମୋଦି । କଂଗ୍ରେସ ଅନ୍ତଃକନ୍ଦଳ ମଧ୍ୟରେ ବିଚ୍ଛିନ୍ନ ହୋଇସାରିଛି । ସେମାନେ କ୍ଷମତାକୁ ଆସିଲେ ମଧ୍ୟ ରାଜ୍ୟବାସୀଙ୍କୁ କେବେ ସୁଶାସନ ଓ ସ୍ଥିିର ସରକାର ଦେଇପାରିବେ ନାହିଁ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ବିଜେପିର ସହଯୋଗୀ ଥିବା କ୍ୟାପଟେନ ଅମରିନ୍ଦର ସିଂଙ୍କ ସମ୍ପର୍କରେ ମଧ୍ୟ ମୋଦି ଉଲ୍ଲେଖ କରିଛି । କ୍ୟାପଟେନ ମୁଖ୍ୟମନ୍ତ୍ରୀ ଥିବା ବେଳେ ରିମୋର୍ଟ କଣ୍ଟ୍ରୋଲ ବ୍ୟବସ୍ଥା ସହ ସାଲିସ ନକରିପାରିବାରୁ ତାଙ୍କୁ ଦଳରୁ କାଢି ଦିଆଗଲା ବୋଲି କହିଛନ୍ତି ମୋଦି ।

ସେହିପରି ୨୦୧୪ ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପଞ୍ଜାବରେ କ୍ୟାମ୍ପେନିଂ କରିବାକୁ ଆସିଥିବା ବେଳେ କଂଗ୍ରେସ ନିର୍ଦ୍ଦେଶରେ ତାଙ୍କ ହେଲିକପ୍ଟରକୁ ଉଡାଣ ଅନୁମତି ମିଳିନଥିଲା । ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଉଡାଣ ପାଇଁ ତାଙ୍କ ହେଲିକପ୍ଟରକୁ ମଧ୍ୟ ରୋକାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପଞ୍ଜାବରେ ବାଣିଜ୍ୟ ଏବଂ ବ୍ୟବସାୟ ମାଫିଆଙ୍କ ଅଧୀନରେ ରହିଛି । ପ୍ରଧାନମନ୍ତ୍ରୀ ତ୍ରିପୁରମାଲିନୀ ଦେବୀ ମନ୍ଦିରରେ ପ୍ରାର୍ଥନା କରିବାକୁ ଇଚ୍ଛା କରିଥିବା ବେଳେ ପ୍ରଦେଶ ପୋଲିସ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ନେଇ ମନା କରିଥିଲା । ତେବେ ଗତ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ଲ୍ୟାପ୍ସ ଫଳରେ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ ଅଟକି ରହିବା ପରେ କାର୍ଯ୍ୟକ୍ରମ ବାତିଲ କରି ଦିଲ୍ଲୀ ଫେରିଥିଲେ ପ୍ରଧାନମମନ୍ତ୍ରୀ । ଏହି ଅଘଟଣ ପରେ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ପଞ୍ଜାବ ଗସ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.