ETV Bharat / bharat

ବିସ୍ମୟ ବାଳକ ଦେବାଂଶ ଧଙ୍ଗର: କୋଡିଂରେ ରହିଛି ଅଗାଧ ପାଣ୍ତିତ୍ୟ

author img

By

Published : Jul 3, 2022, 10:03 PM IST

ବିସ୍ମୟ ବାଳକ ଦେବାଂଶ ଧଙ୍ଗର: କୋଡିଂରେ ରହିଛି ଅଗାଧ ପାଣ୍ତିତ୍ୟ
ବିସ୍ମୟ ବାଳକ ଦେବାଂଶ ଧଙ୍ଗର: କୋଡିଂରେ ରହିଛି ଅଗାଧ ପାଣ୍ତିତ୍ୟ

ବିସ୍ମୟ ବାଳକ ଦେବାଂଶ ଧଙ୍ଗର (Devansh Dhangar ) । କୋଡିଂ ଉପରେ ରହିଛି ଅଗାଧ ପାଣ୍ତିତ୍ୟ। ଯେଉଁଥି ପାଇଁ ସେ ୧୫୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି । ଅଧିକ ପଢନ୍ତୁ

ଆଗ୍ରା : ବିସ୍ମୟ ବାଳକ ଦେବାଂଶ ଧଙ୍ଗର (Devansh Dhangar ) । ବୟସ ମାତ୍ର ୧୧ ବର୍ଷ । ଘର ଆଗ୍ରା ଠାରୁ ମାତ୍ରା ୧୧ କିଲୋମିଟର ଦୁର ବାରାର ଗାଁରେ । ହେଲେ ଜ୍ଞାନ କିଛି କମ୍ ନୁହେଁ । କୋଡିଂ ଉପରେ ରହିଛି ଅଗାଧ ପାଣ୍ତିତ୍ୟ। ମହାକାଶ ଓ ସୌରମଣ୍ଡଳ ସଂକ୍ରାନ୍ତରେ ଅନେକ ଜ୍ଞାନ ଆହରଣ କରିଛନ୍ତି ସେ । ଯେଉଁଥି ପାଇଁ ସେ ୧୫୦ରୁ ଅଧିକ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି।

ଏନେଇ ନାଶା ମଧ୍ୟ (The National Aeronautics and Space Administration) ମିଶନ ମଙ୍ଗଲ 2026ର କୋଡିଂ ଟିମରେ ତାଙ୍କୁ ସାମିଲ ହେବା ପାଇଁ କହିସାରିଛି। ଏପରିକି ତାଙ୍କ ପାଇଁ ବୋଡିଂ ପାସ ମଧ୍ୟ ପ୍ରସ୍ତୁତ କରିସାରିଛି । ଏବେସୁଧା ଦଶରୁ ଅଧିକ ଆପ୍ ସୃଷ୍ଟି କରିଥିବା ଦେବାଂଶ 500 ରୁ ଅଧିକ ପିଲାଙ୍କୁ ଅନଲାଇନରେ ମାଗଣା କୋଡିଂ ଶିକ୍ଷା ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକେ ମଧ୍ୟ ବହୁତ ଖୁସି ଅଛନ୍ତି ।

ଦେବାଂଶଙ୍କ ପିତା 1999 ରେ ଆରବିଏସ୍ ଚାନ୍ଦାରୀ କ୍ୟାମ୍ପସ(RBS Khandari Campus) ରୁ ଏମସିଏ କରିଥିଲେ। ସେ କମ୍ପ୍ୟୁଟର ପ୍ରୋଗ୍ରାମିଂ କରୁଥିଲେ । ଦେବାଂଶ ଏହି ଗୁଣ ତାଙ୍କ ପିତାଙ୍କ ଠାରୁ ଶିଖିଥିଲେ। ଦେବାଂଶ ଲାପଟପରେ ଦିନକୁ ପ୍ରାୟ ସାତରୁ ଆଠ ଘଣ୍ଟା ବିତାନ୍ତି । ସେ ନୂତନ କୋଡିଂ ସହିତ ଉନ୍ନତ ଆପ୍ ତିଆରି କରିବାରେ ଲାଗିଥାନ୍ତି ।

ଦେବାଂଶଙ୍କ ପିତା ଲଖନ ସିଂ ଘରେ ମଧ୍ୟ ଏକ ଶିକ୍ଷାନୁଷ୍ଠାନ କରିଛନ୍ତି । ଯେଉଁଠାରେ 70 ରୁ ଅଧିକ ପିଲା ପଢନ୍ତି । ସେ ଗରିବ ପିଲାମାନଙ୍କୁ ମାଗଣା ଶିକ୍ଷା ଦିଅନ୍ତି । ଦେବାଂଶ ଘରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ସେ ସ୍କୁଲ ଯାଇନଥିଲେ। ପରେ ସେ ହାଇସ୍କୁଲ ଯାଇ ପରୀକ୍ଷା ଦେଇ 80 ପ୍ରତିଶତ ମାର୍କରେ ଉତ୍ତୀର୍ଣ୍ଣ ହୋଇଥିଲେ। 2021 ମସିହାରେ ମହାରାଷ୍ଟ୍ର ସରକାର ତାଙ୍କର ଏ ପାଣ୍ଡିତ୍ୟ ପାଇଁ ବାଲ ଗୌରବ ସମ୍ମାନ (Bal Gaurav Award) ପ୍ରଦାନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.