ETV Bharat / bharat

ଛୋଟ ସ୍କର୍ଟ ପିନ୍ଧିବା ଓ ଉତ୍ତେଜନାପୂର୍ଣ୍ଣ ଢଙ୍ଗରେ ନାଚିବା ଅଶ୍ଳୀଳତା ନୁହେଁ: ବମ୍ବେ ହାଇକୋର୍ଟ

author img

By ETV Bharat Odisha Team

Published : Oct 13, 2023, 10:01 PM IST

nagpur bench
nagpur bench

ଛୋଟ ସ୍କର୍ଟ ପିନ୍ଧିବା ଓ ଉତ୍ତେଜନାପୂର୍ଣ୍ଣ ଢଙ୍ଗରେ ନାଚିବା ଅଶ୍ଳୀଳତା ନୁହେଁ । ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳାମାନେ ଛୋଟ ସ୍କର୍ଟ ପିନ୍ଧିବା ଓ ଉତ୍ତେଜନାପୂର୍ଣ୍ଣ ଢଙ୍ଗରେ ନାଚିବା ଅଶ୍ଳୀଳତା ନୁହେଁ । ବମ୍ବେ ହାଇକୋର୍ଟ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି । କୋର୍ଟ ଏହି ରାୟ ଶୁଣାଇବା ସହିତ ଆବେଦନକାରୀଙ୍କ ଆବେଦନ ଖାରଜ ମଧ୍ୟ କରିଛନ୍ତି । ଛୋଟ ସ୍କର୍ଟ ପିନ୍ଧି ନାଚୁଥିବା ମହିଳାଙ୍କ ଡାନ୍ସ ଦେଖିବା ସହିତ ତାଙ୍କୁ ନକଲି ନୋଟ‌୍‌ ଦେବା ଯୋଗୁଁ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କୋର୍ଟ FIRକୁ ଖାରଜ କରିଛନ୍ତି ।

ଏହା ବି ପଢନ୍ତୁ- ଅବିବାହିତା ମହିଳାଙ୍କୁ ମିଳିଲା ଅଧିକାର, ଚାହିଁଲେ ହୋଇପାରିବେ ମାଆ: କେରଳ ହାଇକୋର୍ଟ

ଜଷ୍ଟିସ ବିନୟ ଯୋଶୀ ଓ ବାଲ୍ମିକୀ ସା ମିନିଜିସଙ୍କ ନେତୃତ୍ବାଧୀନ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ଭାରତରେ ମହିଳାମାନେ ଏଭଳି ଛୋଟ ସ୍କର୍ଟ ପିନ୍ଧିବାକୁ ଧୀରେ ଧୀରେ ଗ୍ରହଣ କରାଗଲାଣି । ଛୋଟ ସ୍କର୍ଟ ପିନ୍ଧିବା ଓ ଉତ୍ତେଜନାପୂର୍ଣ୍ଣ ଢଙ୍ଗରେ ନାଚିବା ଅଶ୍ଳୀଳତା ନୁହେଁ । ଏହା ଆପେ ଆପେ ଅଶ୍ଳୀଳପୂର୍ଣ୍ଣ ଆଚରଣ ହୋଇପାରିବ ନାହିଁ । ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗ ସମାଜରେ ବିରକ୍ତିଭାବ ସୃଷ୍ଟି କରିପାରେ । କାରଣ ଭାରତୀୟ ସମାଜ ମହିଳାଙ୍କ ସ୍ବିମିଂ କଷ୍ଟ୍ୟୁମକୁ ମଧ୍ୟ ଗ୍ରହଣ କଲାଣି । ଏଭଳି ଉଦାହରଣ ଦେଇ ଏହି ରାୟ ଶୁଣାଇଛନ୍ତି କୋର୍ଟ ।

ଏହା ବି ପଢନ୍ତୁ- ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଥିଲେ ଯେ ନାଗପୁର ବଙ୍କେଟ ହଲ୍‌ରେ ୬ ଜଣ ମହିଳା ଛୋଟ ଛୋଟ ସ୍କର୍ଟ ପିନ୍ଧି ନାଚୁଥିବା ସହିତ ଅଶ୍ଳୀଳ ଅଙ୍ଗଭଙ୍ଗୀ ଦେଉଥିବା ଅଭିଯୋଗ ହୋଇଥିଲା । ଏହାସହିତ କଷ୍ଟମରମାନେ ମଧ୍ୟ ଏହି ମହିଳାଙ୍କ ସହିତ ଡାନ୍ସ କରୁଥିବା ବେଳେ ସେମାନଙ୍କୁ ନକଲି ନୋଟ୍‌ ଦେଖାଉଥିଲେ । ଏମାନଙ୍କ ବିରୋଧରେ ଆଇପିସି ଧାରାର ସେକ୍ସନ ୨୯୪ ଧାରା ଲଗାଯାଇ ଦଣ୍ଡିତ କରାଯାଉ ବୋଲି ଆବେଦନ ହୋଇଥିଲା ।

ତେବେ କୋର୍ଟ ଏହି ରାୟ ଶୁଣାଇ ଆବେଦନକୁ ଖାରଜ କରିଛନ୍ତି । ଶୁଣାଣି ବେଳେ କୋର୍ଟ କହିଥିଲେ ଏଫଆଇଆରରେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ଅଭିୟୋଗ ନାହିଁ । କେବଳ ସେମାନେ ମହିଳାଙ୍କ ସହିତ ଡାନ୍ସ କରୁଥିବା ଅଭିଯୋଗ ହୋଇଛି । ତେବେ ସେକ୍ସନ ୨୯୪ ଅନୁସାରେ ଏହା କୌଣସି ଅଶ୍ଳୀଳତା ନୁହେଁ । ସାମାଜିକ ଆଦର୍ଶର ବିକାଶ ଏବଂ ଅଶ୍ଳୀଳତା ସହ ଜଡିତ ଆଇନର ବ୍ୟାଖ୍ୟା କରିବା ସମୟରେ ପ୍ରଗତିଶୀଳ ଆଭିମୁଖ୍ୟ ଗ୍ରହଣ କରିବା ଉପରେ କୋର୍ଟ ଗୁରୁତ୍ୱ ଦେଇଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.