ETV Bharat / bharat

ଅବିବାହିତା ମହିଳାଙ୍କୁ ମିଳିଲା ଅଧିକାର, ଚାହିଁଲେ ହୋଇପାରିବେ ମାଆ: କେରଳ ହାଇକୋର୍ଟ

author img

By

Published : Nov 6, 2022, 3:52 PM IST

କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଜଣେ ମହିଳା ମାଆ ହେବେ କି ନାହିଁ ତାହା ମହିଳାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । ଅଧିକ ପଢନ୍ତୁ

କେରଳ ହାଇକୋର୍ଟ
କେରଳ ହାଇକୋର୍ଟ

ଥିରୁଅନନ୍ତପୁରମ: ଗର୍ଭବତୀକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । ଗର୍ଭଧରଣ କିମ୍ବା ଗର୍ଭପାତ ସମ୍ପର୍କରେ ମହିଳା ନିଜେ ନିଷ୍ପତ୍ତି ନେଇପାରିବେ । ଜଣେ ମହିଳା ମାଆ ହେବେ କି ନାହିଁ ତାହା ମହିଳାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ । ଜଣେ ଅବିବାହିତା ମହିଳା ନିଜ ସାଙ୍ଗ ଦ୍ବାରା ଗର୍ଭବତୀ ହୋଇ ଗର୍ଭପାତ କରିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ପ୍ରସଙ୍ଗରେ ଆଜି ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ ।

ଏହା ମଧ୍ୟ ପଢନ୍ତୁ: ମାଣ୍ଡିଆଜାତ ଖାଦ୍ୟକୁ ପ୍ୟାରିସରେ ପ୍ରଶଂସା, ଅନ୍ତର୍ଜାତୀୟ ଖାଦ୍ୟ ମେଳାରେ ପୋଲସରାର SHG ମହିଳା

ଏହି ପ୍ରସଙ୍ଗରେ ରାୟ ଶୁଣାଇବା ବେଳେ କୋର୍ଟ କହିଛନ୍ତି ଯେ, ଗର୍ଭଧରଣ କିମ୍ବା ଗର୍ଭପାତ ସମ୍ପର୍କରେ ମହିଳାଙ୍କୁ ନିଷ୍ପତ୍ତି ନେବାର ଆବଶ୍ୟକ ରହିଛି । ଏଥିରେ ଅନ୍ୟ କେହି କିଛି କହିବା ଆବଶ୍ୟକ ନାହିଁ । ଜଣେ ମହିଳା ମାଆ ହେବେ କି ନାହିଁ ତାହା ମହିଳା ନିଜେ ସ୍ଥିର କରିବା ଆବଶ୍ୟକ । ଆବେଦନ କରିଥିବା ମହିଳା ଜଣକ ଏମବିଏର ଛାତ୍ରୀ ଥିବା ବେଳେ ସେ ୨୬ ସପ୍ତାହ ହେଲା ଗର୍ଭବତୀ ରହିଥିଲେ । କିନ୍ତୁ ଗତ ସପ୍ତାହରେ ସେ ଗର୍ଭବତୀ ବୋଲି ଜାଣିବା ପରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: Assembly By-Polls: ଉତ୍ତରପ୍ରଦେଶରେ ଜିତିଲା ବିଜେପି, ଆରଜେଡି କବ୍‌ଜାରେ ମୋକମା

କୋର୍ଟର ଦ୍ବାରସ୍ଥ ହେବା ସମୟରେ ମହିଳା ଜଣକ କହିଥିଲେ ଯେ,"ଯଦି ସେ ଗର୍ଭଧାରଣ କରନ୍ତି ତାହେଲେ ସେ ମାନସିକ ସ୍ତରରେ ପ୍ରଭାବିତ ହେବେ । ଏହି ପ୍ରସଙ୍ଗରେ କୋର୍ଟ ପୂର୍ବରୁ ମେଡିକାଲ ବୋର୍ଡର ମତାମତ ଲୋଡିଥିଲେ । ମେଡିକାଲ ବୋର୍ଡ ଏକ ରିପୋର୍ଟ ଦେଇଥିଲେ ଯେ, ଯଦି ଅନିଚ୍ଛା ସତ୍ତ୍ବେ ଗର୍ଭ ରଖାଯାଏ ତାହେଲେ ମହିଳାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

ଏହା ପରେ କେରଳା କୋର୍ଟ ଡାକ୍ତରଙ୍କୁ ଗର୍ଭବତୀଙ୍କର ଅସ୍ତ୍ରପୋଚାର ଦ୍ବାରା ଗର୍ଭପାତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯଦି ଅସ୍ତ୍ରପୋଚାର ଦ୍ବାରା ଗର୍ଭପାତ କରିବା ସମୟରେ ଶିଶୁଟି ବଞ୍ଚିଥାଏ ତାହେଲେ ଶିଶୁଟିକୁ ବଞ୍ଚାଇବା ପାଇଁ ଆବଶ୍ୟକ ଚିକିତ୍ସା କରାଯିବା ଉଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.