ETV Bharat / state

ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ହାଇକୋର୍ଟ

author img

By

Published : Jul 8, 2023, 11:57 AM IST

ଭଲ ସମ୍ପର୍କରେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । ଏକ ମାମଲାର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ଅଧିକ ପଢନ୍ତୁ

Consensual sex not rape
Consensual sex not rape

କଟକ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ବନ୍ଧୁତ୍ବରୁ ଆରମ୍ଭ ହୋଇଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଭଲ ସମ୍ପର୍କରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାକୁ ଦୁଷ୍କର୍ମ ଭାବେ ବିବେଚିତ କରାଯିବ ନାହିଁ । ଯଦି କୌଣସି କାରଣରୁ ସମ୍ପର୍କରେ ଫାଟ ଆସେ ଓ ବିବାହ ନହୁଏ ତେବେ ଏହା ଦୁଷ୍କର୍ମ ନୁହଁ ବୋଲି ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ଭଲ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦ୍ଦେଶ୍ୟରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଦୁଇଟି ଭିନ୍ନ କଥା । ମନ୍ଦ ଉଦ୍ଦେଶ୍ୟ ନଥାଇ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ ତାହାକୁ ଦୁଷ୍କର୍ମ କୁହାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରର ଜଣେ ମହିଳା ତାଙ୍କ ପୁରୁଷ ବନ୍ଧୁ ମନୋରଞ୍ଜନ ଦାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ଏହି ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଇପିସିର ଅନ୍ୟ ଧାରା ସହିତ ଦୁଷ୍କର୍ମ ମାମଲା ମଧ୍ୟ ରୁଜୁ କରିଥିଲା ପୋଲିସ । ତେବେ ଏହି ମାମଲାକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଆର.କେ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏହି ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ 376 ଲାଗିପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ଶାରିରୀକ ସମ୍ବନ୍ଧ ପାଇଁ ସ୍ବାମୀକୁ ଅନୁମତି ନଦେବା ନିଷ୍ଠୁରତା

ଆବେଦନକାରୀ ଯଦି ମନ୍ଦ ଉଦ୍ଦେଶ୍ୟ ରଖି ଶାରୀରିକ ସମ୍ପର୍କ ରଖିଥାନ୍ତେ, ତେବେ ସେହି କ୍ଷେତ୍ରରେ 376 ମାମଲା ରୁଜୁ ହୋଇ ପାରିଥାନ୍ତା । ଏନେଇ ଥାନାରେ ଯେଉଁ ମାମଲା ରୁଜୁ କରାଯାଇଥିଲା ସେଥିରେ ପୀଡିତାଙ୍କ ସହ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖାଯାଇଥିବା କଥା ଜଣାପଡୁ ନଥିବା କୋର୍ଟ ଅନୁଭବ କରିଥିଲେ । ସେଥିପାଇଁ ପୁରୁଷ ବନ୍ଧୁଙ୍କୁ ଦାୟୀ କରି ଦୁଷ୍କର୍ମ ଅଭିଯୋଗ କରିବା ଅନୁଚିତ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଯେହେତୁ ଉଭୟ ଉଚ୍ଚ ଶିକ୍ଷିତ, ଉଭୟ ସଚେତନତାର ସହ ସମ୍ପର୍କ ରଖିଥିଲେ ବୋଲି କୋର୍ଟ କହିଛନ୍ତି । ତେଣୁ ଏହାକୁ ଦୁଷ୍କର୍ମ କୁହାଯିବ ନାହିଁ ବୋଲି ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ-ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା; ୪ ପକ୍ଷଙ୍କୁ ନୋଟିସ, ଅଗଷ୍ଟ ୭ ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.